ବିଆରଏସ ମୁଖ୍ୟଙ୍କୁ ଲିଗାଲ ନୋଟିସ ପଠାଇଲେ କେ କବିତା। ତେଲେଙ୍ଗାନା ଜାଗୃତି ମୁଖ୍ୟ କେ କବିତା ଟି ନ୍ୟୁଜ୍ ତେଲୁଗୁ( ଯାହା ବିଆରଏସ ମାଲିକାନାରେ ଅଛି), ବିଆରଏସ ବିଧାୟକ ମାଧବରାମ କ୍ରିଷ୍ଣା ରାଓ, ବିଜେପି ବିଧାୟକ ଏ ମହେଶ୍ୱର ରେଡ୍ଡୀଙ୍କୁ ନୋଟିସ ପଠାଇଛନ୍ତି। ସପ୍ତାହକ ଭିତରେ ସର୍ବସାଧାରଣରେ କ୍ଷମାପ୍ରାର୍ଥନା କରିବାକୁ ଦାବି କରିଛନ୍ତି। ତାଙ୍କ ସମେତ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ମିଛ ଆରୋପ ଆଣିଥିବାରୁ ଏମାନଙ୍କ ପାଖକୁ ଏମିତି ଲିଗାଲ ନୋଟିସ ପଠାଇବା ସହ ସପ୍ତାହକର ମହଲତ ଦେଇଛନ୍ତି। କେବଳ ଏତିକି ନୁହେଁ। ବିଆରଏସ ନେତା କେମିଚି ଜମି ଓ ନାଳକୁ ଜବରଦଖଲ କରିଛନ୍ତି, ତାହାର ଆରୋପ ବି ଲଦିଛନ୍ତି କବିତା। ବିଆରଏସର ପୂର୍ବତନ ଏମଏଲସି କବିତା କହିଛନ୍ତି, ତାଙ୍କ ସ୍ୱାମୀ କେବେ ବି ସରକାରୀ ଜମିରେ ବିଜନେସ୍ କରିନାହାନ୍ତି। ଘରୋଇ ଜମିରେ ହିଁ ବ୍ୟବସାୟ କରୁଥିଲେ। ଆଇଡିପିଏଲ ପାଖରେ ଥିବା ଜମି ସହ ନା ତାଙ୍କର ନା ତାଙ୍କ ସ୍ୱାମୀଙ୍କର କୌଣସି କନେକ୍ସନ ଅଛି। ଦିନେ ନା ଦିନେ ମୁଖ୍ୟମନ୍ତ୍ରୀ ହେବି। ଆଉ ୨୦୧୪ରୁ ହୋଇଥିବା ସମସ୍ତ ଅନିୟମିତତାର ଯାଞ୍ଚ କରାଇବି। କୁକଟପଲ୍ଲୀ ବିଧାୟକଙ୍କ ପୁଅ ପ୍ରଣୀତ ପ୍ରଣବ ଭିଲ୍ଲାର ଅଂଶୀଦାର ଅଛନ୍ତି। ସେମାନେ ନାଳକୁ ଜବରଦଖଲ କରି ସର୍ବସାଧାରଣ ରାସ୍ତାକୁ ଅବରୋଧ କରିଛନ୍ତି। ଯଦି ହାଇଡ୍ରା କର୍ତ୍ତୃପକ୍ଷଙ୍କ ସାହାସ ଅଛି, ତାହେଲେ ଜବରଦଖଲମୁକ୍ତ କରି ଦେଖାନ୍ତୁ। ହରିଶ ରାଓ ଓ ବିଆରଏସ ଦଳ ତାଙ୍କ ବିରୁଦ୍ଧରେ କ୍ୟାମ୍ପେନ ଜାରି ରଖିଛନ୍ତି। ମହେଶ୍ୱର ରେଡ୍ଡୀ ଓ କ୍ରିଷ୍ଣା ରାଓଙ୍କ କାନ୍ଧରେ ବନ୍ଧୁକ ରଖି ନେଗେଟିଭ କ୍ୟାମ୍ପେନ୍ କରୁଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now