ଯାଜପୁର

ଜୁନ୍ ୧ ରୁ ଅମଲାଙ୍କ ସମୁହ ଛୁଟି ନିଷ୍ପତି

ଜୟପୁର : ମିଳିତ ଅମଲା ମଂଚ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲା ମିଳିତ ଅମଲା ମଂଚ ସଭାପତି ଶଶୀଭୂଷଣ ଦାଶ ଏହି ବୈଠକରେ ସଭାପତିତ୍ୱ କରିଥିଲେ । କୋରାପୁଟ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ/ ବିଭାଗରେ କାର୍ଯ୍ୟରତ ଅମଲା ଓ କାର୍ଯ୍ୟନିର୍ବାହୀ ସଦସ୍ୟ ମାନେ ଯୋଗଦାନ କରିଥିଲେ । ସରକାରଙ୍କ ଅମଲା ମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ ନୀତିକୁ ସମସ୍ତେ ନିନ୍ଦା କରିବା ସହିତ ଯେହେତୁ ବର୍ତମାନ ସୁଦ୍ଧା ସରକାର ଅମଲା ମାନଙ୍କ ଗୋଟିଏ ମାତ୍ର ଦାବିକୁ କାର୍ଯ୍ୟକାରୀ କରିବାରେ କୁଣ୍ଠାବୋଧ କରୁଛନ୍ତି ଏ ନେଇ ରାଜ୍ୟ ମିଳିତ ଅମଲା ମଂଚର ନିର୍ଦ୍ଦେଶରେ ମଇ ୨୨ ତାରିଖ ଠାରୁ ମଇ ୩୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରିବା ସହିତ ଜୁନ ୧ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ବିଭାଗ ଓ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅମଲା ଭାଇ ଭଉଣୀ ମାନେ ସମୁହ ଛୁଟିରେ ରହିବା ନେଇ ବୈଠକରେ ଚୂଡାନ୍ତ ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । ଅମଲା ମାନେ ଯେମିତି ଏଥିରୁ ବଂଚିତ ନ ହୁଅନ୍ତି ସେନେଇ ୧୬ ଟି ସ୍କ୍ୱାର୍ଡ ଗଠନ କରାଯାଇଥିବା ସୂଚନା ମିଳିଛି ।

ପ୍ରକାଶ ଥାଉକି, ତା ୨୧.୦୪.୨୦୨୩ ରିଖ ଦିନ ଓଡ଼ିଶାର ସମସ୍ତ ଜିଲ୍ଲାର ଅମଲା ଭାଇ ଭଉଣୀ ମାନେ ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ସେହିପରି କୋରାପୁଟ ଜିଲ୍ଲା ମିଳିତ ଅମଲା ମଂଚ ପକ୍ଷରୁ ୫୦୦ରୁ ଉର୍ଦ୍ଧ୍ୱ ଅମଲା ଭାଇ ଭଉଣୀ ମାନେ ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ କୋରାପୁଟଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ତଥାପି କିଛି ସୁଫଳ ମିଳିନଥିବା ସଂଘ ପ୍ରକାଶ କରିଥିବା ସୂଚନା ମିଳିଛି ।

ଉକ୍ତ ବୈଠକରେ ସୁନାକର ରାଉତ ମୁଖ୍ୟ ଉପଦେଷ୍ଟା, ପ୍ରସନ୍ନ କୁମାର ନାୟକ ଅଧ୍ୟକ୍ଷ, ମନୋଜ କୁମାର ବାରିକ୍ ଉପଦେଷ୍ଟା ଓ ନିତ୍ୟାନନ୍ଦ ଭତ୍ରା ସମ୍ପାଦକ ମିଳିତ ଅମଲା ମଂଚ କୋରାପୁଟ ଜିଲ୍ଲା ଶାଖାଙ୍କ ସମେତ ଅମଲା ମଂଚର ବରିଷ୍ଠ ସଦସ୍ୟ କର୍ମକର୍ତା ଓ ବହୁ ସଂଖ୍ୟକ ଅମଲା ଭାଇ ଭଉଣୀ ମାନେ ଯୋଗଦାନ କରିଥିଲେ । ପରିଶେଷରେ ଶ୍ରୀ ଦାଶ ସମସ୍ତ ଉପସ୍ଥିତ ଅମଲା ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । କୋଷାଧ୍ୟକ୍ଷ ବିଭାଗ, ନିବନ୍ଧକ ବିଭାଗ, ରାଜସ୍ୱ ବିଭାଗ ଓ ତତ୍ ସହିତ ଜିଲ୍ଲାର ୩୨ ଟି ବିଭାଗର କାର୍ଯ୍ୟରତ ସମସ୍ତ ଅମଲା ଯଦି ଛୁଟି ରେ ରୁହନ୍ତି ତାହେଲେ ସମସ୍ତ କାର୍ଯ୍ୟାଳୟ ଏକ ପ୍ରକାର ଠପ୍ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି ।

Related Articles

Leave a Reply

Your email address will not be published.

Back to top button