ବିଜ୍ଞାନ ଓ ପ୍ରଯୁକ୍ତି

ଜଳ ହେଲା ଜହର

ଜଳ ନୁହେଁ ଦେଶବାସୀ ପିଉଛନ୍ତି ଜହର। ଏ କଥା ସ୍ୱୀକାର କରିଛନ୍ତି ଖୋଦ ସରକାର। ରାଜ୍ୟସଭାର ପ୍ରଶ୍ନୋଉତ୍ତର ସମୟରେ ଏହି ତଥ୍ୟ ପ୍ରକାଶ କରିଛନ୍ତି ସରକାର। ରିପୋର୍ଟ ମୁତାବକ ୨୫ ରାଜ୍ୟର ୨୦୯ ଜିଲ୍ଲାର ଜହର ପାଲଟିଛି ଜଳ। କାରଣ ଭୂତଳ ଜଳ ପରୀକ୍ଷାରୁ ଯାହା ଜଣାପଡିଛି ଭୂତଳ ଜଳରୁ ମିଳିଥିବା ଜଳରେ ଆର୍ସେନିକ, ଆଇରନ, ସୀସା, ୟୁରେନିୟମ, କ୍ରୋମିୟମ, କ୍ରେତିମିୟମ ପରି ଧାତବ  ନିର୍ଧାରିତ ମାତ୍ରଠାରୁ ଅଧିକ ପରିମାଣରେ ରହିଥିବାରୁ ପାନୀୟ ଜଳ ଜହର ହୋଇଯାଇଛି। ଜଳ ହିଁ ଜୀବନ । ଜୀବନ ଧାରଣ ପାଇଁ ଜଳ ନିତ୍ୟନ୍ତ ଜୁରରୀ। ମଣିଷ ଶରୀରରେ ୬୬ ଭାଗ ଜଳ ରହିଛି । ଏଥିରୁ ଆମ ମସ୍ତିଷ୍କରେ ୭୫  ପ୍ରିତିଶଥ ଅସ୍ଥିରେ ୨୫ ପ୍ରତିଶଥ ରକ୍ତରେ ୮୩ ପ୍ରତିଶଥ ଜଳୀୟ ଅଂଶ ରହିଛି । ଜଣେ ବ୍ୟକ୍ତି ଖାଦ୍ୟ ବିମା ମାସରେ ଉର୍ଧ ସମୟ ରହିପାରେ କିନ୍ତୁ ବିନା ପାଣିରେ ସପ୍ତାହରୁ ଅଧିକ ସମୟ ତିଷ୍ଠିବା ଅସମ୍ଭବ ହୋଇପଡିବ। ପୁରା ଜୀବନ କାଳ ମଧ୍ୟ୍ୟରେ ୭୫ ହଜାର ଲିଟରରୁ ଅଧିକ ପାଣି ପିଇଥାଏ । ସୁସ୍ଥ ରହିବାକୁ ହେଲେ ଦିନକୁ ଅନ୍ତତଃ ୨ ଲିଟର ପାଣି ପିଇବା ନିହାତି ଜରୁରୀ । କିନ୍ତୁ ସତରେ କଣ ଆଜିକା ଦିନରେ ପାଇମି ପିଇଲେ ସୁସ୍ଥ ରହିପାରିବ । ସରକାରଙ୍କ ରିପୋର୍ଟ ଅନୁସାରେ ଉତ୍ତ୍ର ହେଉଛି ନା । କଣ ରହିଛି ଏହି ସର୍ଭେ ରିପୋର୍ଟରେ । ୨୫ ରାଜ୍ୟର ୨୦୯ ଜିଲ୍ଲାରେ ଭୁତଳ ଜଳରେ ଆର୍ସେନିକ ମାତ୍ରା ଲିଟର ପିଛା ପାଣିରେ ୦.୦୧ ମିଲିଗ୍ରାମରୁ ଅଧିକ ରହିଛି । ୨୯ ରାଜ୍ୟର ୪୯୧ ଜିଲ୍ଲାରେ ଭୁତଳ ଜଳରେ ଲିଟର ପିଛା ଆଇରନର ମାତ୍ରା ୧ ମିଲିଗ୍ରାମରୁ ଅଧିକ ରହିଛି । ୧୬ ରାଜ୍ୟରେ ୬୨ ଜିଲ୍ଲାରେ ଗ୍ରାଉଣ୍ଡ ୱାଟରରେ କୋମିୟମର ମାତ୍ରା ୦.୦୫ ମିଲିଗ୍ରାମରୁ ଅଧିକ ୧୮ ରାଜ୍ୟର ୧୫୨ ଟି ଜିଲ୍ଲାର ଭୁତଳ ଜଳରେ ୟୁରେନିୟମର ମାତ୍ରା ୦.୦୩ ମିଲିଗ୍ରାମରୁ ଅଧିକ । ଜଳ ଶକ୍ତି ମନ୍ତ୍ରଣାଳୟ ରିପୋର୍ଟ ମୁତାବକ  ଦେଶର ୮୦ ପ୍ରତିଶତରୁ ଅଧିକ ଲୋକ ପାନୀୟ ଜଳ ଭୂତଳ ଜଳରୁ ହିଁ ମିଳିଥାଏ। ଏହାର ଅର୍ଥ ଦେଶର ୮୦ ପ୍ରତିଶତରୁ ଅଦିକ ଲୋକ ଜଳ ବଦଳରେ ଜହର ପିଉଛନ୍ତି । ଏହା ଦ୍ୱାରା ବିଭିନ୍ନ ରୋଗର ଶିକାର ହେଉଛନ୍ତି । ପାଣିରେ ଏହି ସବୁ ମାତ୍ରା ରହିବା ଅର୍ଥ ଜଳ ବିଷାକ୍ତ ହେବା ଏବଂ ଏହାକୁ ପିଇଲେ ଶରୀରରେ ଚର୍ମ ରୋଗ ଠାରୁ ଆରମ୍ଭ କରି ଅନ୍ତଃନଳୀରେ ସମସ୍ୟା ଚର୍ମରୋଗ, ଚର୍ମ କ୍ୟାନସର, କିଡନୀ ଇନମ୍ଫେକ୍ସନ, ଟ୍ୟୁମର, ସ୍ନାୟୁ ଜନିତ ରୋଗ, ଦେଖାଯିବାର ଯଥେଷ୍ଟ ସମ୍ଭାବାନ ରହିଛି । ନିଜ ରାଜ୍ୟବାସୀଙ୍କୁ ଶୁଦ୍ଧ ପାଣି ଯୋଗାଇବା ପ୍ରତି ରାଜ୍ୟ ସରକାର ଦାୟିତ୍ୱ ବୋଲି କେନ୍ଦ୍ର ସରକାର କହିଛନ୍ତି। କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ । ପୃଥିବୀରେ ମଧ୍ୟ୍ୟ ୭୦ ଭାଗ ଜଳଭାଗ ରହିଥିବା ବେଳେ ୩୦ ଭାଗ ସ୍ଥଳଭାଗ ରହିଛି । କିନ୍ତୁ ଏଥିରୁ ଅଧାରୁ ଅଧିକ ପାଣି ପିଇବା ଯୋଗ୍ୟ ନୁହେଁ । ସେଥିପାଇଁ ଅନକେ ଦେଶରେ ମଧ୍ୟ୍ୟ ପାନୀୟ ଜଳ ସମସ୍ୟା ରହିଛି । ସିଙ୍ଗାପୁର ଭଳି ଦେଶରେ ପାଣି ବାହାର ଦେଶରୁ ଆମଦାନୀ ହେଉଛି । ସେଥିପାଇଁ ପାଣି ଲିଟର ପିଛା ଶହ ଶହ ଟଙ୍କାରେ ମିଳୁଛି। ଯେତେବେଳେ ଭାରତରେ ପାଣି ଲିଟର ପିଛା ୨୦ ଟଙ୍କା ରେ ମିଳୁଛି । ବର୍ତ୍ତମାନ ସମୟ ଆସିଛି ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ସମସ୍ତଙ୍କ ଦାୟିତ୍ୱ ରହିଛି । ଏଥିପାଇଁ ସମସ୍ତେ ସଚେତନ ହେବା ଦରକାର ।

ସ୍ମରଜିତ୍ ଆର୍ଯ୍ୟ ନକ୍ଷତ୍ର ନିଜ୍ୟୁ

Related Articles

Leave a Reply

Your email address will not be published.

Back to top button