କ୍ରୀଡ଼ାରାଜ୍ୟ

ଭାରତକୁ ପୁଣି ଦୁଇ ସ୍ୱର୍ଣ୍ଣ ପଦକ

କମନୱେଲଥ ଗେମ୍ସ ୨୦୨୨ ର ତୃତୀୟ ଦିନରେ ଭାରତ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛି। ଏହା ସହ ବର୍ତ୍ତମାନ କମନୱେଲଥ ଗେମନ୍ସରେ ଭାରତକୁ ୬ଟି ପଦକ ମିଳିସାରିଛି। ବିଶେଷ କଥା ହେଉଛି ଯେ, ବର୍ତ୍ତମାନ ସୁଦ୍ଧା ଭାରତକୁ ସମସ୍ତ ୬ଟି ପଦକ ଭାରୋତ୍ତୋଳନକାରୀଙ୍କ ଦ୍ୱାରା ପ୍ରାପ୍ତ ହୋଇଛି। ତେବେ ରବିବାର ହୋଇଥିବା ଭାରୋତ୍ତୋଳନ କ୍ରିଡା ବ୍ୟତୀତ ଅନ୍ୟ କ୍ରିଡାରେ ଭାରତର ପ୍ରଦର୍ଶନ ପ୍ରଶଂସନୀୟ ଥିଲା।

କମନୱେଲଥ ଗେମ୍ସରେ ଭାରତକୁ ସ୍ୱର୍ଣ୍ଣର ସଫଳତା। କମନୱେଲଥ ଗେମ୍ସରେ ୨୦୨୨ର ତୃତୀୟ ଦିନରେ ଭାରତର ପ୍ରଦର୍ଶନ ବହୁତ ଆର୍କଷଣୀୟ ରହିଥିଲା। ଏହି କ୍ରିଡାରେ ଭାରତୀୟ ଭାରୋତ୍ତୋଳନ ପ୍ରତିଯୋଗୀଙ୍କ ସ୍ୱର୍ଣ୍ଣିମ ସଫଳତା ଜାରିରହିଛି। ରବିବାର ଭାରୋତ୍ତୋଳନରେ ଭାରତକୁ ଆହୁରି ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି। ତେବେ ଜରେମି ଲାଲରିନ୍ନୁଙ୍ଗା  ଓ ଅଚିନ୍ତ ଶିଉଲି ଏହି ୨ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଜରେମି ଲାଲରିନ୍ନୁଙ୍ଗାଙ୍କୁ ମାତ୍ର ୧୯ ବର୍ଷ ହୋଇଥିବା ବେଳେ ସେ ୬୭ କିଗ୍ରା ଭାରୋତ୍ତୋଳନ କରି ପୁରୁଷ ବର୍ଗରେ ରାଜ୍ୟଗୋଷ୍ଠି କୀର୍ତ୍ତିମାନ ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଫାଇନାଲରେ ଜରେମି  ମୋଟ ୩୦୦ କିଗ୍ରା ଭାରୋତ୍ତୋଳନ  କରିଥିଲେ। ସେହିପରି ଅଚିନ୍ତ ଶିଉଳି ପୁରୁଷ ୭୩ କିଗ୍ରା ବର୍ଗରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ସେ ମୋଟ ୩୧୩ କିଗ୍ରା ଭାର ଉଠାଇଥିଲେ।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button