ଭିନେଶ ଫୋଗଟଙ୍କ ଆବେଦନକୁ ପଞ୍ଜୀକୃତ କଲା କାସ୍ ବା କୋର୍ଟ ଅଫ ଅର୍ବିଟ୍ରେସନ ଫର ସ୍ପୋର୍ଟସ। ଯଦିଓ କାସ୍ରେ ଶୁଣାଣୀ ପ୍ରକ୍ରିୟା ତ୍ୱରିତ ହୋଇଥାଏ। କିନ୍ତୁ ଏହା ସମ୍ଭବ ନୁହେଁ ଯେ, ଅଳ୍ପ କେଇ ଘଣ୍ଟା ଭିତରେ ଏହାର ଶୁଣାଣୀ କରି ରାୟ ପ୍ରକାଶ କରିବା। କାରଣ ୟୁନାଇଟେଡ୍ ଓ୍ୱାର୍ଲଡ ରେସଲିଂ ବା (ୟୁଡବ୍ଲୁଡବ୍ଲୁ) ଏହାକୁ ଆଗ ଶୁଣିବା ଜରୁରୀ ଥିଲା। ଯେହେତୁ ଫାଇନାଲ ଫାଇଟ୍ ପୂର୍ବରୁ ୧୦୦ଗ୍ରାମ ଓଜନ ଅଧିକା ହେତୁ ତାଙ୍କୁ ଅଯୋଗ୍ୟ ଘୋଷିତ କରିଦିଆଗଲା। ଆଉ ସେ ଅନ୍ତତଃ ରୌପ୍ୟ ପଦକ ମିଳିତ ଭାବେ ପାଇବାକୁ ଯୋଗ୍ୟ ବିବେଚିତ ହେବା କଥା। ସେ କଥାକୁ ଦୃଷ୍ଟିରେ ରଖି କାସ୍ ଭିନେଶଙ୍କ ଆବେଦନକୁ ପଞ୍ଜୀକୃତ କରିଛି। ଆଉ ଏହାର ବିଚାର ଲାଗି ଡକ୍ଟର ଜଷ୍ଟିସ୍ ଆନାବେଲେ ବେନ୍ନେଟଙ୍କ ଜଣିକିଆ ଖଣ୍ଡପୀଠରେ ଏହାର ଶୁଣାଣୀ ହେବ। ପ୍ରତିପକ୍ଷଙ୍କ କଥା ବି ଶୁଣାଯିବ। କିନ୍ତୁ ଅର୍ବିଟ୍ରେଟରଙ୍କ ନିଷ୍ପତ୍ତି ବା ରାୟ ଅଲମ୍ପିକ୍ସ ଖେଳ ସରିବା ପୂର୍ବରୁ ଜାରି ହୋଇଯିବ ବୋଲି ଆଶା କରାଯାଉଛି। ଏ ସନ୍ଦର୍ଭରେ କାସ୍ ପ୍ରେସରିଲିଜ ଜରିଆରେ ସୂଚନା ଦେଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now