ପ୍ୟାରିସ ଅଲମ୍ପିକ୍ସରେ ରୌପ୍ୟ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଥିବା କ୍ରୀଡାବିତ୍ ନୀରଜଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ପୂର୍ବ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ବାରମ୍ବାର ଦେଶର ସମ୍ମାନକୁ ବଜାୟ ରଖିଛନ୍ତି । କ୍ରମାଗତ ଭାବେ ସଫଳତାର ଶିଖର ଛୁଇଁଥିବା ନୀରଜଙ୍କ ଜାଜୁଲ୍ୟମାନ କ୍ୟାରିୟରର ସବୁଠାରୁ ବଡ ଦିଗଟି ହେଉଛି ତାଙ୍କ ସ୍ୱାସ୍ଥ୍ୟ ।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସେ ପ୍ରତିଦିନ କଣ ଖାଆନ୍ତି ଆସନ୍ତୁ ଜାଣିବା ..
ହରିୟାଣାର ପାନିପାତ ନିବାସୀ ନୀରଜ ଚୋପ୍ରା ତାଙ୍କର ଦୈନନ୍ଦିନ କାର୍ଯ୍ୟ ବିଷୟରେ କୁହନ୍ତି, ‘ଯେତେବେଳେ ଡାଏଟିଂ କଥା ଆସେ, ସେ ଫଳ ଏବଂ ସାଲାଡ ଭଳି ଜିନିଷ ଖାଇଥାନ୍ତି । ଅଭ୍ୟାସ ପୂର୍ବରୁ ସେ ପ୍ରତିଦିନ ସକାଳେ ଜଳଖିଆ ଖାଆନ୍ତି, ଯେଉଁଥିରେ ଫଳ, କଦଳୀ, ଓଟ୍ସ ଏବଂ ଅଣ୍ଡା ଭଳି ଖାଦ୍ୟ ରହିଥାଏ ।
ସେ ଫଳ ରସ ଏବଂ ଶୁଖିଲା ଫଳ ଖାଆନ୍ତି । ତାଲିମ ସମୟରେ, ସେ କଦଳୀ, ଫଳ ରସ କିମ୍ବା ନଡିଆ ପାଣି ପରି ଜିନିଷ ନେଇଥାନ୍ତି । ତାଲିମ ପରେ, ସେ ୧୫ ରୁ ୨୦ ମିନିଟ୍ ମଧ୍ୟରେ ପ୍ରୋଟିନ୍ ପିଇବାକୁ ପସନ୍ଦ କରନ୍ତି ।
ନୀରଜଙ୍କ ମଧ୍ୟାହ୍ନ ଭୋଜନରେ ଡାଲି, କଦଳୀ, ପନିପରିବା, ସାଲାଡ, ରୁଟି ଥାଏ କିମ୍ବା ରୁଟି ବଦଳରେ ଭାତ କିମ୍ବା ବାଜରା ଥାଏ । ସେ କୁହନ୍ତି, ‘ତାଙ୍କର ଦୁଇଟି ତାଲିମ ଅଧିବେଶନ ରହିଛି । ସନ୍ଧ୍ୟା ଅଧିବେଶନ ପୂର୍ବରୁ ସେ ଏକ ଘଣ୍ଟା ଶୋଇଯାଆନ୍ତି । ନିଦରୁ ଉଠିବା ପରେ, ସେ କିଛି ଫଳ କିମ୍ବା ହାଲୁକା ଜିନିଷ ଖାଆନ୍ତି ଯେପରିକି ଚିଆ ମଞ୍ଜି, ଶୁଖିଲା ଫଳ କିମ୍ବା ବନ୍ଧାକୋବି ।
କାଲାକନ୍ଦ ଏବଂ ଚୁରମା ଭଳି ମିଠା ଖାଇବାକୁ ବହୁତ ପସନ୍ଦ କରୁଥିବା ନୀରଜ କେବେ କେବେ ଘରେ ପ୍ରସ୍ତୁତ ମିଠାର ସ୍ୱାଦ ଚାଖିବାକୁ ବି ଭୁଲନ୍ତି ନାହିଁ । ଯେତେବେଳେ ସେ ଗାଁରେ ଥାଆନ୍ତି ସେତେବେଳେ ଘରେ ତିଆରି ଚୁରମା ଖାଆନ୍ତି । ସେ ଘରେ ତିଆରି ମିଠା ଖାଇବାକୁ ଭଲ ପାଆନ୍ତି ଏବଂ ବଜାର ମିଠା ଠାରୁ ଦୂରରେ ରୁହନ୍ତି ।
ତେବେ ନୀରଜ ପିଲାଦିନେ ମୋଟାପଣରେ ପୀଡିତ ଥିଲେ ଏବଂ ସେ କ୍ୱଚିତ୍ ମିଠା ଖାଆନ୍ତିି । ସେ ତାଙ୍କର ଖାଦ୍ୟ ପ୍ରତି ବେଶ ଯତ୍ନବାନ ଏବଂ ଫିଟ୍ ରହିବା ପାଇଁ ପ୍ରତିଦିନ ବ୍ୟାୟାମ କରନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now