ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରାଙ୍କ ଆଜି ହେଉଛି ଜନ୍ମ ଦିନ। ଭାରତର ଗୋଲଡେନ ବୟ ଭାବେ ଜଣାଶୁଣା ନିରଜ ଚୋପ୍ରା ୨୭ ତମ ଜନ୍ମ ଦିନ ପାଳନ କରୁଥିବା ଦେଖିବାକୁ ମିଳିଛି। ଅଲିମ୍ପିକ୍ସ, ବିଶ୍ୱ ଚାମ୍ପିଅନସିପ, ଏସୀୟନ ଗେମ୍ସ ଏବଂ କମନୱେଲଥ ଗେମ୍ସରେ ଭାରତ ପାଇଁ ପଦକ ଜିତିଥିବା ନୀରଜ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱ ପାଇଁ ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ଫ୍ୟାନ କିମ୍ୱା ତାଙ୍କୁ ଭଲ ପାଉଥିବା ଲୋକମାନେ କେବଳ ଯେ ତାଙ୍କର ଜବରଦସ୍ତ ଜାଭେଲିନ ଥ୍ରୋକୁ ନୁହେଁ ବରଂ ତାଙ୍କ ସୁନ୍ଦର ଚେହେରାର ବି ବଡ ପ୍ରଶଂସକ। ଏମିତିରେ କେବେ ବି ତାଙ୍କର ସୋସିଆଲ ମିଡିଆରେ ଏକ ଫଟୋ କିମ୍ୱା ଭିଡିଓ ପୋଷ୍ଟ ହେବା ମାତ୍ରେ ଏହା ସାଙ୍ଗେସାଙ୍ଗେ ଭାଇରାଲ ହେଉଥିବା ମଧ୍ୟ ଦେଖିବାକୁ ମିଳେ।
ହରିଆଣାର ଏକ ଚାଷୀ ପରିବାରର ଜନ୍ମିତ ନୀରଜ ଚୋପ୍ରା। ଅନେକ ଥର ସେ ସ୍ୱର୍ଣ୍ଣ, ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେ ତାଙ୍କର କ୍ଷୁଦ୍ର କ୍ୟାରିଅରରେ ଐତିହାସିକ ରେକର୍ଡ କରିଛନ୍ତି। ତେବେ ସେ ଭାରତର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ତାଙ୍କୁ ଗଣାଯାଏ। ଏହା ବ୍ୟତୀତ ସେ ଦେଶର ଧନୀ ଆଥଲେଟଙ୍କ ମଧ୍ୟରେ ରହିଥିବା ଜଣାପଡିଛି। ସେହିପରି ସେ ଜାଭେଲିନ ଥ୍ରୋ ବ୍ୟତୀତ ବିଭିନ୍ନ ପ୍ରକାର କାର୍ଯ୍ୟ କରି ରୋଜଗାର ମଧ୍ୟ କରୁଛନ୍ତି।
ତେବେ ନୀରଜ ଏବେ ଏକ ବିଳାଶପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି। ବିଳାସପୂର୍ଣ୍ଣ ଘରଠାରୁ ଆରମ୍ଭ କରି ଦାମୀ କାର୍ ମଧ୍ୟ ବ୍ୟବହାର କରୁଛନ୍ତି। ୨୭ ବର୍ଷୀୟ ଯୁବକ ନୀରଜ ଚୋପ୍ରା ପାନିପଥରେ ପୁରା ପରିବାର ସହିତ ଏକ ସୁନ୍ଦର ଘରେ ରହୁଥିବା ଜଣାପଡିଛି। ତେବେ ଖେଳ ଛଡା ବଡ ବଡ କମ୍ପାନୀରେ ବିଜ୍ଞାପନ କରି ଅଧିକ ଟଙ୍କା ରୋଜଗାର କରୁଛନ୍ତି। ତେବେ ଆଜି ତାଙ୍କର ଜନ୍ମଦିନରେ ଆମ ସମସ୍ତଙ୍କ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
Naxatra News is now on Whatsapp
Join and get latest news update delivered to you via whatsapp
Join Now