ଜିନ୍ସ ପିନ୍ଧି ଖେଳିବାକୁ ନେଇ ବିବାଦରେ ଥିବା ପାଞ୍ଚ ପାଞ୍ଚ ଥର ବିଶ୍ୱ ଚେସ୍ ଚାମ୍ପିଅନ ମ୍ୟାଗନସ କାର୍ଲସନ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ଛିଡ଼ା କରିଛନ୍ତି। ଡ୍ରେସ କୋଡ୍ ଉଲ୍ଲଂଘନ କରିଥିବାରୁ ତାଙ୍କ ଉପରେ ୨ଶହ ଡଲାରର ଫାଇନ୍ ବି ଲଗାଇଥିଲା ଫିଡେ। କିନ୍ତୁ ଏହି ନିଷ୍ପତ୍ତିରେ ବ୍ୟଥିତ କାର୍ଲସନ ଫିଡେ ଓ୍ୱାର୍ଲଡ ରାପିଡ୍ ଓ ବ୍ଲିଟଜ୍ ଚାମ୍ପିଅନସିପ-୨୪ ଗେମରୁ କ୍ୱିଟ୍ କରିବାକୁ ନିଷ୍ପତ୍ତି ନେଇଥିଲେ ସୁଦ୍ଧା ଶେଷରେ ପୁଣି ପ୍ରତ୍ୟାବର୍ତ୍ତନ କରିଥିଲେ। ଏତେ ବିବାଦ ସତ୍ତ୍ୱେ ଚାମ୍ପିଆନସିପ୍ ଟାଇଟଲକୁ ମିଳିତ ଭାବେ ଜିତିଛୁ ବୋଲି ପ୍ରତିଦ୍ୱନ୍ଦୀ ଇଆନ ନେପୋଙ୍କୁ ଐତିହାସିକ ପ୍ରସ୍ତାବ ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି କାର୍ଲସନ। ଯେହେତୁ ଫାଇନାଲରେ ଟାଇ ହୋଇଥିଲା। କିଏ ବିଜେତା ବୋଲି ନିଷ୍ପତ୍ତି ନେବା ଆଗରୁ କାର୍ଲସନଙ୍କ ଏହି ପ୍ରସ୍ତାବରେ ପ୍ରତିଦ୍ୱନ୍ଦୀ ଇଆନ୍ ବି ବିନା ଦ୍ୱିଧାରେ ରାଜି ହୋଇଥିଲେ। ଆଉ ଉଭୟ ଖେଳାଳୀଙ୍କ ସହମତିରେ ଫିଡେ ବି କୌଣସି ଆପତ୍ତି ଉଠାଇନଥିଲା। ବୁଧବାର ଏହାକୁ ମଞ୍ଜୁରୀ ଦେଇଥିଲା। ପ୍ରଥମ ଦୁଇଟି ଗେମ୍ ଜିତିଥିଲେ କାର୍ଲସନ। ତୃତୀୟ ରାଉଣ୍ଡରେ କେବଳ ଏକ ଡ୍ର କରିଥିଲେ ଚାମ୍ପିଅନସିପ୍ ଟାଇଟଲ ନେଇଥାଆନ୍ତେ। କିନ୍ତୁ ଇଆନଙ୍କ ଲାଗି ବେଶ୍ କଷ୍ଟକର ଥିଲା ଟାଇଟଲ ହାସଲ କରିବା। ନିରନ୍ତର ତିନୋଟି ଗେମ୍ ଡ୍ର ହୋଇଥିଲା। ହେଲେ କାର୍ଲସନ ଆଉ ପରବର୍ତ୍ତୀ ରାଉଣ୍ଡକୁ ଅପେକ୍ଷା ନ କରି ଏଭଳି ପ୍ରସ୍ତାବ ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ।
ଡିସେମ୍ୱର ୩୧, ୨୦୨୪ ସେଥିଲାଗି ଇତିହାସ ରଚିଲା। ନ୍ୟୁୟର୍କରେ ଗ୍ରାଣ୍ଡମାଷ୍ଟର ନରଓ୍ୱେର କାର୍ଲସନ ଓ ଋଷିଆର ଇଆନ୍ ନେପୋମନିଆଟଚିଙ୍କ ଭିତରେ ଫାଇନାଲ ପ୍ରତିଯୋଗିତା ହୋଇଥିଲା। ୭ ରାଉଣ୍ଡ ପରେ କାର୍ଲସନ ଯେଉଁ ପ୍ରସ୍ତାବ ଦେଲେ, ତାକୁ ନେଇ ସଭିଏଁ ଚକିତ ହୋଇଯାଇଥିଲେ। ପ୍ରତିଦ୍ୱନ୍ଦୀ ଇଆନଙ୍କ ସହ ଟାଇଟଲକୁ ସେୟାର କରିବାକୁ କହିଥିଲେ। ଚେସ୍ ଇତିହାସରେ ଏହା ପ୍ରଥମ। ଯେଉଁଠି ବିଶ୍ୱ ଚାମ୍ପିଅନସିପ୍ ଟାଇଟଲକୁ ଦୁଇ ଖେଳାଳୀ ସେୟାର କରିଲେ। କାର୍ଲସନଙ୍କ ମହତପଣିଆକୁ ନେଇ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି। ଇଆନ ନେପୋଙ୍କୁ ୨୦୨୧ ବିଶ୍ୱ ଚାମ୍ପିଅନସିପରେ ବି ହରାଇଥିଲେ କାର୍ଲସନ।
ଚାମ୍ପିଅନସିପ୍ ଫାଇନାଲ ମ୍ୟାଚରେ କାର୍ଲସନ ବିବାଦରେ ଥିଲେ। ଡ୍ରେସ କୋଡ୍ ଉଲ୍ଲଂଘନ ଲାଗି ତାଙ୍କ ଉପରେ ଜରିମାନା ହେବାରୁ ଡିସେମ୍ୱର ୨୮ରେ ଫିଡେ ଚାମ୍ପିଅନସିପରୁ କୁଇଟ୍ କରିବାକୁ କରିଥିଲେ କାର୍ଲସନ। ଏହା ସହ ଉପାଧ୍ୟକ୍ଷ ବିଶ୍ୱନାଥନ ଆନନ୍ଦଙ୍କ ବାବଦରେ ବି ନକରାତ୍ମକ ଟିପ୍ପଣୀ ଦେଇଥିଲେ। ଭାରତର ମହାନ୍ ଖେଳାଳୀ ଫିଡେରେ ନିଜର ସ୍ୱତନ୍ତ୍ର ନିଷ୍ପତ୍ତି ନେବାରେ ବିଫଳ। ବିଶ୍ୱନାଥନ ଆନନ୍ଦ ଏକ ରୋବଟ୍ ଭାବେ କାମ କରୁଛନ୍ତି। ତା ପରେ ଅଚାନକ ୟୁଟର୍ଣ୍ଣ ନେଇଥିଲେ କାର୍ଲସନ। କାରଣ ଫିଡେ ତାଙ୍କର ଡ୍ରେସକୋଡକୁ ନେଇ ଲଗାଇଥିବା ଫାଇନ୍ ନେଇ ରିଲାକ୍ସ ଦେଇଥିଲା। ତେବେ ଫିଡେର ୨୦୨୦ ନିଷ୍ପତ୍ତିକୁ ନେଇ ଏକଦା ଆପତ୍ତି ଉଠାଇ କାନ୍ଦିଥିଲେ ନେପୋ। ଯେତେବେଳେ ଭାରତ ଓ ଋଷିଆ ୨୦୨୦ ଚେସ୍ ଅଲମ୍ପିଆଡ୍ ଅନଲାଇନ ଗୋଲ୍ଡ ମେଡାଲ ସେୟାର କରିଥିଲେ। ସର୍ଭର ତୃଟି ଲାଗି ଏହି ନିଷ୍ପତ୍ତି ଫିଡେ ନେଲାବେଳେ ଆପତ୍ତି ଉଠାଇଥିବା ଇଆନ୍ ନେପୋ ଆଜି କେମିତି ବ୍ଲିଟଜ୍ ଚାମ୍ପିଅନସିପ ଟାଇଟଲ ସେୟାରରେ କୌଣସି ଆପତ୍ତି ନ ଉଠାଇ ଖୁସି ଜାହିର କଲେ, ଅନେକ ପ୍ରଶ୍ନ ବି କଲେଣି।
Naxatra News is now on Whatsapp
Join and get latest news update delivered to you via whatsapp
Join Now