ଭାରତର ଦମ୍‌ଦାର ବିଜୟ ସେମିଫାଇନାଲ ରେ ଭାରତ -ଅଷ୍ଟ୍ରେଲିଆ

ଚାମ୍ପିଆନ୍ସ ଟ୍ରଫିରେ ଭାରତ -ଅଷ୍ଟ୍ରେଲିଆ ସେମିଫାଇନାଲ । ଷ୍ଟେଜ୍ ମ୍ଯାଚରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଅଷ୍ଟ୍ରେଲିଆ ସହ ସେମିଫାଇନାଲ ଟକ୍କର ପାଇଁ ସୂଚୀ ସ୍ଥିର ହୋଇଛି । ନ୍ୟୁଜିଲାଣ୍ଡକୁ ୪୪ ରନ୍‌ରେ ପରାସ୍ତ କରିଛି ଭାରତ। ଆଗାମୀ ୪ ତାରିଖରେ ଦୁବାଇରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଆଜିର ବିଜୟରେ ବରୁଣ ଚକ୍ରବର୍ତ୍ତୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସିଏ ଅଧା ନ୍ୟୁଜିଲାଣ୍ଡ ଟିମ୍‌କୁ ପ୍ୟାଭିଲିୟନ୍‌ ପଠାଇଛନ୍ତି। ଏଥିସହ ସେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି।ନ୍ୟୁଜିଲାଣ୍ଡ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ୨୪୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ୨୫୦ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ନ୍ୟୁଜିଲାଣ୍ଡ ଟିମ୍‌। ଓପ୍‌ନିଂ କରିବାକୁ ଆସିଥିଲେ ରଚିନ୍‌ ରବୀନ୍ଦ୍ର ଓ ୱିଲ୍‌ ୟଙ୍ଗ। ଉଭୟ ବଡ଼ ଶର୍ଟ ଖେଳିବାକୁ ଆରମ୍ଭ କରିଥିଲେ। ହେଲେ ଦ୍ୱିତୀୟ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ଅକ୍ଷର ପଟେଲ୍‌ଙ୍କ ହାତରେ କ୍ୟାଚ ଆଉଟ୍‌ ହୋଇଥିଲେ ରଚିନ।ତା’ପରେ ବ୍ୟାଟିଂ କରିବାକୁ ଆସିଥିଲେ କେନ୍‌ ୱିଲ୍‌ୟମ୍‌ସନ୍‌। ସେ ୱିଲ୍‌ ୟଙ୍ଗଙ୍କ ସହ ମିଶି କିଛି ସମୟ ପାଇଁ ପାଳି ସମ୍ଭାଳି ଥିଲେ। ତେବେ ବ୍ୟକ୍ତିଗତ ଭାବେ ୨୨ ରନ୍‌ କରିଥିବା ବେଳେ ବରୁଣ ଚକ୍ରବର୍ତ୍ତୀଙ୍କ ବଲ୍‌ରେ ବୋଲ୍‌ଡ ହୋଇଥିଲେ ୱିଲ୍‌ ୟଙ୍ଗ। ପରେ ବ୍ୟାଟିଂ କରିବାକୁ ଆସିଥିଲେ ଡାରିୟଲ୍‌ ମିଚେଲ୍‌। ସେ ମଧ୍ୟ ବେଶୀ ସମୟ କ୍ରିଜ୍‌ରେ ଛିଡ଼ା ହୋଇପାରିନଥିଲେ। ତାଙ୍କୁ କୁଲ୍‌ଦୀପ୍‌ ଯାଦବ LBW କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *