୫୨ ବର୍ଷ ପରେ ଓଡ଼ିଶା ସାଇକ୍ଲିଂ ଟିମ୍ ପାଇଁ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ଆଣିଲେ ଭଦ୍ରକର ୨ଝିଅ ବର୍ଷାରାଣୀ ବାରିକ୍ ଓ ଉର୍ମିଳା ବେହେରା। ଏହି ଦୁଇ ଜାତୀୟ ସାଇକ୍ଲିଷ୍ଟଙ୍କୁ ସମ୍ୱନ୍ଧିତ କଲେ ଭଦ୍ରକର ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ। ସାଇକିଲିଂ ଫେଡେରେସନ ଅଫ ଇଣ୍ଡିଆ ଦ୍ଵାରା ଚେନ୍ନାଇଠାରେ ଆୟୋଜିତ ଜାତୀୟ ଟ୍ରାକ୍ ସାଇଙ୍କି ଚମ୍ପିଅନସିପରେ ଭଦ୍ରକ ଜିଲ୍ଲା ସାଇଭିଂ ଆସୋସିଏସନର ୨ ଜାତୀୟ ସାଇକ୍ଲିଷ୍ଟ ଓଡ଼ିଶାରୁ ଅଂଶଗ୍ରହଣ କରିଥିଲେ। ବର୍ଷାରାଣୀ ବାରିକ ଗୋଟିଏ ସ୍ପର୍ଶ ଓ ଗୋଟିଏ ବ୍ରୋଞ୍ଜ ଆଣିଥିବା ବେଳେ ଭର୍ମିଳା ବେହେରା ଗୋଟିଏ ସ୍ପର୍ଶ ଓଡ଼ିଶା ବଳ ପାଇଁ ଆଣିଛନ୍ତି। ଉଭୟଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଓଡ଼ିଶା ଓ ଭଦ୍ରକ ମାଟି ପାଇଁ ଗର୍ବ ଓ ଗୌରବ ଆଣିଥିବାରୁ ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟରେ ୨ପଦକ ବିଜେତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ୱନ୍ଧିତ କରିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now