ନରଓ୍ୱେ ଚେସ୍ ଟୁର୍ଣ୍ଣାମେଣ୍ଟ- ଓ୍ୱାର୍ଲଡ ନମ୍ୱର ଓ୍ୱାନ କାର୍ଲସନଙ୍କୁ ହରାଇଲେ ଡି ଗୁକେଶ


ଭାରତୀୟ ଚେସ୍ ତାରକା ଡି. ଗୁକେଶ୍‌ Norway Chess Tournament 2025 ର ଷଷ୍ଠ ରାଉଣ୍ଡରେ ଚେସ୍ ଇତିହାସର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ଲେଖିଦେଲେ। ସେ ଏହି ମ୍ୟାଚ୍‌ରେ ପୂର୍ବତନ ୱାର୍ଲ୍ଡ ଚାମ୍ପିଅନ୍ ଓ ବିଶ୍ୱର ନମ୍ବର ଓ୍ୱାନ୍ ଖେଳାଳୀ ମାଗ୍ନସ୍ କାର୍ଲସେନ୍‌ଙ୍କୁ classical format ରେ ହରାଇଛନ୍ତି। ଏହି ବିଜୟ ଗୁକେଶଙ୍କ କ୍ୟାରିଅରରେ ଏକ ମାଇଲଷ୍ଟୋନ ଭାବେ ପରିଗଣିତ ହେଉଛି। କାରଣ ଏହା ତାଙ୍କର କାର୍ଲସେନ୍‌ଙ୍କ ବିରୁଦ୍ଧରେ ପ୍ରଥମ କ୍ଲାସିକାଲ୍ ଜିତ। ଗେମ୍‌ ଦୃଢ଼ ଧାରାରେ ଚାଲୁଥିଲା, କିନ୍ତୁ କାର୍ଲସେନ୍ ୫୨…Ne2+ ଚାଲ୍ ଦେଇ ଏକ ଭୁଲ କରିଦେଲେ। ଗୁକେଶ୍ ସେଥିରୁ ସୁଯୋଗ ନେଇ ନିଜର ବିଜୟ ସୁନିଶ୍ଚିତ କଲେ। ମ୍ୟାଚ୍‌ ପରେ କାର୍ଲସେନ୍‌ଙ୍କ ପ୍ରତିକ୍ରିୟା ବେଶ୍ ଆଶ୍ଚର୍ଯ୍ୟଜନକ ଥିଲା। ସେ ତାଙ୍କ ଟେବୁଲ୍‌ ଉପରେ ହାତ ଦେଇ ଭାବାବେଗ ଜଣାଇଲେ ଓ ମିଡିଆ ସହ କଥା ନ କହି ଭେନ୍ୟୁ ଛାଡ଼ିଦେଲେ।ଏହି ବିଜୟ ସହିତ ଗୁକେଶ ଦେଖାଇଦେଲେ ଯେ ସେ କେବଳ ଭବିଷ୍ୟତ ନୁହଁ, ବରଂ ବର୍ତ୍ତମାନରେ ବି ଭାରତୀୟ ଚେସ୍ ର ଗର୍ବକୁ ଅତୁଟ ରଖିଛନ୍ତି। ତାଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ଏହା ପ୍ରମାଣ କରେ ଯେ ଭାରତୀୟ ଚେସ୍ ବିଶ୍ୱମଞ୍ଚରେ ନିଜର ସ୍ଥାନ ଦୃଢ଼ କରୁଛି।ଏହି ବିଜୟ ସହ ଗୁକେଶ ଭାରତର ଦ୍ୱିତୀୟ ଖେଳାଳୀ ହେଲେ ଯିଏ Norway Chess ରେ କାର୍ଲସେନ୍‌ଙ୍କୁ classical ଗେମ୍‌ରେ ହରାଇଛନ୍ତି, ପ୍ରଥମ ଥିଲେ R. ପ୍ରଘ୍ନାନନ୍ଦ।ଡି. ଗୁକେଶଙ୍କ ଏହି ବିଜୟ କେବଳ ନିଜ ପାଇଁ ନୁହଁ, ସାରା ଭାରତ ପାଇଁ ଗର୍ବର ଅବସର। ଏହି ବିଜୟ ନୂଆ ପୀଢ଼ି ପାଇଁ ପ୍ରେରଣା ଓ ଭାରତୀୟ ଚେସ୍‌ର ଏକ ନୂଆ ଅଧ୍ୟାୟର ଆରମ୍ଭ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବନି। ହାରିଲା ପରେ କାର୍ଲସନ କହିଛନ୍ତି, ସେ ଗୁକେଶଙ୍କ କନସେପ୍ଟ ବୁଝିପାରିନଥିଲେ। ସେ ନିଜେ ଏକ୍ସଲେଣ୍ଟ ଖେଳୁଥିବା ଭାବୁଥିଲେ। କିନ୍ତୁ ଷଷ୍ଠ ରାଉଣ୍ଡରେ ସବୁ ଓଲଟପାଲଟ ହୋଇଗଲା।


ସମ୍ପାଦକୀୟ ମତ:

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *