() ଆଇସିସି ରାଙ୍କରେ ଟପ୍ ଟେଷ୍ଟ ବୋଲର କିଏ। ଆଇସିସି ମେନ୍ସ ଟେଷ୍ଟ ବୋଲିଂ ରାକିଂରେ କିଏ ମାରିବ ବାଜି। ଏହାକୁ ନେଇ ଦୁଇ ବୋଲରଙ୍କ ଭିତରେ ଟପ୍ ଫାଇଟ୍। କାରଣ ଦୁଇ ଜଣଙ୍କ ଭିତରେ ଟାଏ ହୋଇସାରିଛି। ଜଣେ ହେଉଛନ୍ତି ଇଂଲଣ୍ଡ ସିମର୍ ଜେମ୍ସ ଆଣ୍ଡରସନ୍ ତ ଅନ୍ୟ ଜଣେ ହେଉଛନ୍ତି ଭାରତୀୟ ଭେଟେରାନ୍ ରବିଚନ୍ଦ୍ରନ୍ ଅଶ୍ୱିନୀ।
ଟପ୍ ଟେଷ୍ଟ ବୋଲରଙ୍କ ଭିତରେ ଆଣ୍ଡରସନ୍, ଅଶ୍ୱିନୀ ଓ ଅଷ୍ଟେଲିଆ କ୍ୟାପଟେନ୍ ପାଟ୍ କମିନ୍ସଙ୍କ ଭିତରେ କିଛି ସପ୍ତାହ ହେଲା ଟକ୍କର ଚାଲିଥିଲା ଏହି ପୋଜିସନ୍ ପାଇଁ। କିନ୍ତୁ ବୁଧବାର ଆଇସିସି ଏହାର ରାକିଂ ଅପଡେଟ୍ କରିବା ପରେ ଟାଏ ହୋଇଛି। ଅଷ୍ଟ୍ରେଲିଆ ସହ ଭାରତର ତୃତୀୟ ଟେଷ୍ଟ ସିରିଜ ଲଢ଼େଇରେ ୪ଟି ଓ୍ୱିକେଟ୍ ନେଇ ଆଣ୍ଡରସନଙ୍କ ସହ ସମକକ୍ଷ ହୋଇଥିଲେ ଅଶ୍ୱିନୀ। ମୋଟ୍ ୮୫୯ ପଏଣ୍ଟ ଉଭୟଙ୍କ ଖାତାରେ ପଡ଼ିଛି। ଫାଇନାଲ ଦୁଇଟି ଟେଷ୍ଟରେ କମିନ୍ସଙ୍କ ଅନୁପସ୍ଥିତି ତାଙ୍କ ରେଟିଂକୁ ୮୪୯ ପଏଣ୍ଟକୁ ଖସାଇଦେଇଛି।
ତଥାପି ଏହି ଡାହାଣ ହାତି ଫାଷ୍ଟ ବୋଲର ତୃତୀୟ ସ୍ଥାନ ବଜାୟ ରଖିଛନ୍ତି। ଆଉ ଟପ୍ ଦୁଇ ପ୍ଲେୟାରଙ୍କ ନିକଟରୁ କମ୍ ପଏଣ୍ଟରେ ପଛେଇଯାଇଛନ୍ତି। ୮୦୭ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ସାଉଥ ଆଫ୍ରିକା ପେସର କାଗିସୋ ରାବାଡ଼ା ଥିଲା ବେଳେ ଟପ୍ ଟେନ୍ ତାଲିକାରେ ଅଛନ୍ତି ଅଷ୍ଟ୍ରେଲିଆନ୍ ସ୍ପିନର୍ ନାଥନ ଲାୟନ। ଭାରତ ବିପକ୍ଷରେ ମ୍ୟାଚ୍ ଓ୍ୱିନିଂ ୧୧ ଓ୍ୱିକେଟ ନେଇ ଆଇସିସି ରାକିଂରେ ୫ଟି ସ୍ଥାନକୁ ଉଠିବାରେ ସକ୍ଷମ ହୋଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now