ଭାରତଠାରୁ ହାରିବା ପରେ ପାକିସ୍ତାନର ଯନ୍ତ୍ରଣା

କମନୱେଲଥ ଗେମ୍ସର ପ୍ରତମ ଦିନରେ ଭାରତ ୬ ଟି ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଛି। ବକ୍ସିଂରେ ଗୋଟିଏ ମ୍ୟାଚ୍ ହୋଇଥିବା ବେଳେ ବ୍ୟାଡମିଣ୍ଟନରେ ପାଞ୍ଚଟି ମ୍ୟାଚ୍ ହୋଇଥିଲା। ମିକ୍ସଡ୍ ଟିମ୍ ଇଭେଣ୍ଟରେ ଭାରତ ପାକିସ୍ତାନଙ୍କୁ ୫-୦ରେ ପରାସ୍ତ କରିଛି। ଏହି ପରାଜୟ ପରେ ପାକିସ୍ତାନୀ ବ୍ୟାଡମିଣ୍ଟନ ଖେଳାଳି ମହୁର ଶେହଜାଦଙ୍କୁ ହୋଇଥିବା କଷ୍ଟ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ଯଦି ଆମ ଦେଶରେ ଭାରତ ଭଳି ସୁବିଧା ସୁଯୋଗ ରହିଥାନ୍ତା ତେବେ ଆମେ ମଧ୍ୟ ଭଲ ପ୍ରଦର୍ଶନ କରିଥାନ୍ତି। ମହୁରଙ୍କ ସାମ୍ନା ଦୁନିଆର ଦିଗଜ ଖେଳାଳି ପିବି ସିନ୍ଧୁଙ୍କ ସହ ହୋଇଥିଲା। ତାଙ୍କୁ ୨୧-୭, ୨୧-୬ ରେ ପରାସ୍ତ କରିଥଲେ। ଏକ ସାକ୍ଷାତକାରରେ ମାହୁର କହିଛନ୍ତି ଯେ, “ବ୍ୟାଡମିଣ୍ଟନରେ ଭାରତ ଦୁନିଆର ସର୍ବଶ୍ରେଷ୍ଠ ଦଳ ମଧ୍ୟରୁ ଏକ। ଭାରତ ଗତଥର କମନୱେଲଥ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ। ସିନ୍ଧୁ ବିଶ୍ୱ ଚାମ୍ପିୟନ ହୋଇଛନ୍ତି।

ଆମେ ସେମାନଙ୍କ ଠାରୁ ଶିଖିଥାଉ। ଭାରତ ସ୍ତରରେ ପାକିସ୍ତାନରେ ଗୋଟିଏ ବି ବ୍ୟାଡମିଣ୍ଟନ ଏକାଡେମୀ ନାହିଁ। ଆମେ ନିଜକୁ ନିଜେ ତାମିଲ ଦେଇଥାଉ। ଆମ ସେଠାରେ କ୍ରିଡାକୁ ନେଇ କେହି ଧ୍ୟାନ ଦେଇନାହାନ୍ତି। ଆମ ଦେଶରେ ଅବସ୍ଥା ଭଲ ନାହିଁ। ପାକିସ୍ତାନର କୌଣସି ବ୍ୟାଡମିଣ୍ଟନରେ ଖେଳାଳି ଭାରତୀୟ ଖେଳାଳିଙ୍କ ସାମ୍ନାରେ ଜିତି ପାରିନାହାନ୍ତି”। ମିକ୍ସଡ ଟିମ ଇଭେଣ୍ଟର ପ୍ରଥମ ମ୍ୟାଚରେ ସୁମିତ ରେଡ୍ଡୀ ଓ ଅଶ୍ୱିନୀ ପୋନପିଙ୍କ ଯୋଡି ଇରଫାନ୍ ଭାଟି ଓ ଗାଜାଲା ସିଦ୍ଦିକିଙ୍କୁ ୨୧-୯, ୨୧-୧୨ ରେ ପରାସ୍ତ କରିଛି। ଏହାପରେ ପୁରଷ ସିଙ୍ଗଲ୍ସରେ କିନ୍ଦାବୀ ଶ୍ରୀକାନ୍ତ ୨୧-୭, ୨୧-୧୨ ରେ ମୁରଦା ଅଲ୍ଲୀଙ୍କୁ ପରାସ୍ତ କରିଛନ୍ତି। ସେପଟେ ମହିଳା ସିଙ୍ଗଲ୍ସରେ ପିବି ସିନ୍ଧୁ ପାକିସ୍ତାନର ମହୁର ଶାହାଜାଦଙ୍କୁ ୨୧-୭, ୨୧-୬ ରେ ପରାସ୍ତ କରି ଟିମ୍ ଇଣ୍ଡିଆକୁ ୩-୦ ଅଗ୍ରଣୀ କରାଇଥିଲେ।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *