ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ କ୍ରିକେଟର ପ୍ରେଟୋରିୟସ

କେପଟାଉନ: ଦକ୍ଷିଣ ଆଫ୍ରିକାର ୩୩ ବର୍ଷୀୟ ଷ୍ଟାର ଅଲରାଉଣ୍ଡର ଡ୍ୱେନ ପ୍ରେଟୋରିୟସ ଅନ୍ତର୍ଜାତୀୟ କ୍ରିକେଟକୁ କରିଛନ୍ତି ଅଲବିଦା। ଅନ୍ତର୍ଜାତୀୟ କ୍ରିକଟରେ ପ୍ରେଟୋରିୟସଙ୍କୁ ଦେଖିବାକୁ ନ ମିଳିଲେ ମଧ୍ୟ ଟି-୨୦ରେ ସେ ଖେଳିବେ। ତେବେ ଏପରିଭାବେ ଅନ୍ତର୍ଜାତୀୟ କ୍ରିକେଟକୁ ଗୁଡବାଏ କହିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି।

୨୦୧୬ରେ ଦକ୍ଷିଣ ଆଫ୍ରିକା ପାଇଁ ପ୍ରେଟୋରିୟସ ଖେଳିବା ଆରମ୍ଭ କରିଥିବା ବେଳେ ସେ ସମସ୍ତ ୩ଟି ଯାକ ଫର୍ମାଟରେ ଖେଳିଛନ୍ତି। ତାଙ୍କ ଏଯାବତ୍ କ୍ୟାରିୟରରେ ସେ ଦେଶ ପାଇଁ ୩ଟି ଟେଷ୍ଟ ମ୍ୟାଚ୍‌, ୨୭ ଦିନିକିଆ, ୩୦ ଟି-୨୦ ଓ  ୨ଟି ବିଶ୍ୱକପ ଖେଳି ଖ୍ୟାତି ଅର୍ଜ୍ଜନ କରିଛନ୍ତି। ସମସ୍ତ ଫର୍ମାଟରେ ସେ ୭୭ଟି ୱିକେଟ ନେଇଛନ୍ତି। ପ୍ରେଟୋରିୟସଙ୍କ ନାଁରେ ରହିଛିଦକ୍ଷିଣ ଆଫ୍ରିକା ପାଇଁ ଟି-୨୦ରେ ଶ୍ରେଷ୍ଠ ପ୍ରଦର୍ଶନର ରେକର୍ଡ । ସେ ପାକିସ୍ତାନ ବିପକ୍ଷ ଗୋଟିଏ ଟି-୨୦ରେ ୧୭ ରନ ଦେଇ ୫ ୱିକେଟ ଦଖଲ କରିଥିଲେ। ଟି-୨୦ରେ ତାଙ୍କ ଷ୍ଟ୍ରାଇକ ରେଟ ୧୬୪ ରହିଥିଲା।

ଦକ୍ଷିଣ ଆଫ୍ରିକାର ଅଫିସିଆଲ କ୍ରିକେଟ ୱେବସାଇଟ୍‌ ବିବୃତିରେ ପ୍ରେଟୋରିୟସ କହିଛନ୍ତି, ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଛେଦ ଟାଣିବା ନିଷ୍ପତ୍ତି ସହଜ ନଥିଲା। ଏଣିକି ଟି-୨୦ ଓ ଅନ୍ୟ ଛୋଟ ଫର୍ମାଟକୁ ଧ୍ୟାନ ଦେବି ବୋଲି କହିଛନ୍ତି ପ୍ରେଟୋରିୟସ। ସେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ ଡୁପ୍ଲେସିସଙ୍କ କ୍ୟାପ୍ଟେନସିପ କାଳରେ ତାଙ୍କ ପ୍ରେଟୋରିୟସଙ୍କୁ ମୈଦାନକୁ ଓହ୍ଲାଇବାକୁ ମୌକା ମିଳିଥିବାରୁ ସେ ଫାଫଙ୍କୁ  କୃତଜ୍ଞତା ଜଣାଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *