10th exam

  • ଏପ୍ରିଲ 3ରୁ ହେବ ଦଶମ ଖାତାଦେଖା: ବୋର୍ଡ

            

    କଟକ: ଆସନ୍ତା ମାସ 3 ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ଖାତା ଦେଖା । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । ଦଶମ ପରୀକ୍ଷା ଆଜି ଶେଷ ହୋଇଥିବା ବେଳେ ଏପ୍ରିଲ ମାସରେ ଖାତାଦେଖା ଆରମ୍ଭ ହୋଇ 45 ଦିନରେ ଖାତାଦେଖା ସଂପୂର୍ଣ୍ଣ କରିବାକୁ ଆଶା ରଖିଛନ୍ତି ସଭାପତି ।  ବୋର୍ଡ ସଭାପତିଙ୍କ ସୂଚନା ଅନୁସାରେ ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତା ସୁରକ୍ଷିତ ଯିବ, ଯେଉଁଠାରେ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ 56ଟି କେନ୍ଦ୍ରର ବ୍ୟବସ୍ଥା  କରାଯାଇଛି ।

    ତେବେ ଆଜି ଶେଷ ହୋଇଛି ମ୍ୟାଟ୍ରିକ ପରୀକ୍ଷା । ଶେଷ ଦିନରେ ଗଣିତ ପରୀକ୍ଷା ଦେଇଛନ୍ତି ଛାତ୍ର ଛାତ୍ରୀ । ମାର୍ଚ୍ଚ 10 ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହେଲା ମ୍ୟାଟ୍ରିକ ପରୀକ୍ଷା । ପରୀକ୍ଷା କୁ ସୁରୁଖୁରୁରେ କରିବା ପାଇଁ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ପରୀକ୍ଷା ସମୟରେ ଆଜି କେତେକ ସ୍ଥାନରେ ଅନିୟମିତତା ଦେଖାଯାଇଥିବା ସୂଚନା ରହିଛି । ତେବେ ପରୀକ୍ଷା ଶେଷ ହୋଇଥିବାରୁ ଆଜି ପରିକ୍ଷାର୍ଥୀମାନେ କେତେକ ସ୍ଥାନରେ ଖୁସି ମନାଉଥିବା ଦେଖିବାକୁ ମିଳିଛି । ଏମିତି କି କେତେକ ସ୍କୁଲରେ ପିଲାମାନେ ହୋଲି ଖେଳିଛନ୍ତି।  

  • ମାଟ୍ରିକ ସମ୍ମେଟିଭ1 ବଞ୍ଚିତ ଛାତ୍ରଛାତ୍ରୀ

    ଟିଟିଲାଗଡ: ଚଳିତ ମାଟ୍ରିକ ସମ୍ମେଟିଭ1 ପରୀକ୍ଷାରୁ ବଞ୍ଚିତ ହେଲେ ୪୦ ଜଣ ଛାତ୍ରଛାତ୍ରୀ। ଏଭଳି ଘଟଣା ଆସିଛି ଟିଟିଲାଗଡ଼ ବ୍ଲକ ପରାସରା ପଞ୍ଚାୟତ ହାଇସ୍କୁଲରୁ। ସ୍କୁଲର ଛାତ୍ରଛାତ୍ରୀମାନେ 370 ଟଙ୍କା ଦେଇ ଫର୍ମଫିଲପ୍ କରିଥିବା ବେଳେ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ସସ୍ମିତା କେତକୀ ନାମକ ଜଣେ ଦିବ୍ୟାଙ୍ଗ ଛାତ୍ରୀ ମଧ୍ୟ ରହିଛନ୍ତି। ଏନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ଅଫିସରେ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ। ତେବେ ପରୀକ୍ଷା ପାଇଁ ଫର୍ମଫିଲପ କରି ଥିଲେ ବି ଆଡମିଟ କାର୍ଡ ନ ଆସିବାରୁ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ।

  • ଅଫଲାଇନରେ ମାଟ୍ରିକ ପରୀକ୍ଷା

    ଆରମ୍ଭ ହୋଇଛି ଅଫ୍ ଲାଇନରେ ମାଟ୍ରିକ ପରୀକ୍ଷା । ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଜଣକ ପରେ ଜଣେ ହଲକୁ ପ୍ରବେଶ କରିଥିଲେ। ତେବେ ତା ପୂର୍ବରୁ ଛାତ୍ରଛାତ୍ରୀଙ୍କ ହାତକୁ ସାନିଟାଇଜ୍ କରାଯିବା ସହ ଥର୍ମାଲ ସ୍କ୍ରିନିଙ୍ଗ କରାଯାଇଥିଲା। ଆଡ଼ମିଟ କାର୍ଡରେ ରୋଲ୍ ନମ୍ବର ଯାଞ୍ଚ କରି ଭିତରକୁ ଛଡ଼ାଯାଇଥିଲା। ଆଜି ଇଂରାଜୀ ଭାଷାରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପରୀକ୍ଷା ଠିକ୍ ୧୦ଟାରୁ  ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଉଭୟ ଅବଜେଟିଭ ଏବଂ ସବଜେଟିଭରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ତେବେ ପ୍ରଥମ ଦିନର ପରୀକ୍ଷା ବେଶ୍ ଭଲ ହୋଇଥିବାରୁ ଖୁସି ଜାହିର କରିଛନ୍ତି ପରୀକ୍ଷାର୍ଥୀ।  ଛାତ୍ରଛାତ୍ରୀମାନେ ଏଥର ପରୀକ୍ଷାର ଫଳାଫଳ ବେଶ ଭଲ ହେବ ବୋଲି ଆଶା ରଖିଛନ୍ତି।

    ଅଫଲାଇନ୍ ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଥିଲା। ପ୍ରତିଟି ପରୀକ୍ଷା କେନ୍ଦ୍ରରେ ଅବଜରଭର ନିୟୋଜିତ କରାଯାଇଛି। ଚଳିତ ବର୍ଷ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲିଫ କରିଥିବା ବେଳେ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ହେଉଛି। ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। କନ୍ଧମାଳରେ 7ଟି, କୋରାପୁଟରେ 5, ମାଲକାନାଗିରିରେ 10ଟି କେନ୍ଦ୍ର କରାଯାଇଛି । ତେବେ ସ୍କୁଲର ୧୦ କିମି ଭିତରେ ସବୁ ସେଣ୍ଟର କରାଯାଇଛି ବୋଲି କୁହାଯାଇଛି। ସେହିଭଳି ମଧ୍ୟମାରେ 2914ଜଣ ପରୀକ୍ଷାର୍ଥୀଙ୍କ ପାଇଁ 108ଟି କେନ୍ଦ୍ରରେ ବ୍ୟବସ୍ଥା ହୋଇଛି। ଏବଂ SOSରେ 7181 ପରୀକ୍ଷାର୍ଥୀ 146ଟି ସେଣ୍ଟରେ ପରୀକ୍ଷା ଦେଉଛନ୍ତି। କପି ରୋକିବା ପାଇଁ 36ଟି ସେଣ୍ଟ୍ରାଲ ସ୍କ୍ୱାର୍ଡ ସହିତ 74ଟି DEO ସ୍ତରୀୟ ସ୍କ୍ୱାର୍ଡ କମିଟି ଗଠନ କରାଯାଇଛି। ପ୍ରଶ୍ନ ପତ୍ର ଗୁଡ଼ିକ ନୋଡାଲ ସେଣ୍ଟର ଗୁଡିକରେ ରହୁଥିବା ବେଳେ ପରୀକ୍ଷା ଆରମ୍ଭ ସମୟରେ ପ୍ରଶ୍ନପତ୍ର ଗୁଡିକ ସେଣ୍ଟରକୁ ଯିବ ବୋଲି କହିଛନ୍ତି ବୋର୍ଡ ସଭାପତି ।

    ପ୍ରଥମ ଦିନର ପରୀକ୍ଷା ବେଶ ସୁରୁଖୁରୁରେ ଶେଷ ହୋଇଛି ବୋଲି ସୂଚନା ଦେଇଛନ୍ତି ବୋର୍ଡ଼ କର୍ତୃପକ୍ଷ । ପରୀକ୍ଷା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ବୋର୍ଡ଼ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ପରୀକ୍ଷାକୁ ସୁଚାରୁ ରୁପେ ଶେଷ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ ।

Back to top button