20 DEATH

  • ଇରାକରେ ସ୍ଥିତି ଅସମ୍ଭାଳ: ୨୦ ପ୍ରାଣହାନୀ

    ବାଗଦାଦ: ଇରାକରେ ସ୍ଥିତି ଅସମ୍ଭାଳ। ଜଳୁଛି ଇରାକ। ଚାରିଆଡେ ନିଆଁ, ରକ୍ତପାତ, ହିଂସା। ସୋମବାର ଇରାକର କ୍ଷମତାଶାଳୀ ଶିୟା ମୁସଲିମ ଧର୍ମଗୁରୁ ମୁକ୍ତଦା ଅଲ ସଦର ରାଜନୀତିରୁ ସନ୍ୟାସ ନେବାକୁ ଘୋଷଣା କରିବା ପରେ ଅଶାନ୍ତ ହୋଇଉଠିଛି ଦେଶ। ମୁକ୍ତଦାଙ୍କ ସମର୍ଥକ ଓ ଇରାନ ସମର୍ଥିତ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି ହିଂସା। ଏହି ହିଂସାରେ ୨୦ ଜଣଙ୍କ ଜୀବନ ହାନୀ ଘଟିଥିବା ସୂଚନା ରହିଛି।

    ଧର୍ମଗୁରୁ ମୁକ୍ତଦାଙ୍କ ରାଜନୀତିରୁ ସୈନ୍ୟାସ ନେବାକୁ ସୋମବାର ଘୋଷଣା ଇରାକରେ ନିଆଁ ଲଗାଇ ଦେଇଛି। ଧର୍ମଗୁରୁଙ୍କ ସମର୍ଥକ ଓ ଇରାନ ସମର୍ଥିତଙ୍କ ମଧ୍ୟରେ ଦେଖାଦେଇଛି ହିଂସା। ରାଷ୍ଟ୍ରପତି ଭବନ, ସରକାରୀ କୋଠା ଉପରେ ହିଂସାକାରୀ ଆକ୍ରମଣ କରିଛନ୍ତି। ଏହି ହିଂସାରେ ୨୦ ଜଣଙ୍କ ଜୀବନ ଯାଇସାରିଲାଣି।

    ଇରାକର ରାସ୍ତା ଉପରେ ଦଳ ବଳ ଧରି ପ୍ରଦର୍ଶନ ଜାରି ରହିଛି। ଭିଡ ହଟାଇବାକୁ ସୁରକ୍ଷାବଳ ପକ୍ଷରୁ ଲୁହ ବୁହା ଗ୍ୟାସ ବ୍ୟବହାର କରାଯାଉଛି। ଇରାକର ଗମ୍ଭୀର ସ୍ଥିତିକୁ ଦେଖି ଆମେରିକା ତାର ଦୂତାବାସରୁ କର୍ମଚାରୀମାନଙ୍କୁ ହେଲିକାପ୍ଟରରେ ଗ୍ରୀନ ଜୋନରୁ ବାହାରକୁ ନେଇ ଯାଇଛି। ସ୍ଥିତିକୁ ଆୟତକୁ ଆସିବାକୁ ସେନା ପକ୍ଷରୁ କର୍ଫ୍ୟୁ ଘୋଷଣା କରାଯାଇଛି।

    ସୂଚନାଯୋଗ୍ୟ, ଇରାକରେ ଗତ ୧୦ ମାସ ଧରି କୌଣସି ସ୍ଥାୟୀ ପ୍ରଧାନମନ୍ତ୍ରୀ ନାହାନ୍ତି କି କୌଣସି ମନ୍ତ୍ରୀମଣ୍ଡଳ ବା ସରକାର। ତେଣୁ ଦେଶରେ ଅରାଜକାତା ମୁଣ୍ଡ ଟେକିଛି। ଶ୍ରୀଲଙ୍କାରେ ଯେମିତି ରାଜନୈତିକ ସଂକଟ ପରେ ଜନତା ସଂସଦକୁ ନିଜ ଅଧୀନକୁ ନେଇ ଯାଇଥିଲେ, ଠିକ ସେମିତି ଇରାକରେ ହୋଇଛି। ଧର୍ମଗୁରୁଙ୍କ ସମର୍ଥନରେ ପ୍ରଦର୍ଶନକାରୀ ରିପବ୍ଲିକାନ ରାଷ୍ଟ୍ରପତି ଭବନର ସୁଇମିଂ ପୁଲରେ ସନ୍ତରଣର ମଜା ମଧ୍ୟ ନେଉଛନ୍ତି।

    ରଏଟର ସୂଚନା ମୁତାବକ, ଇରାକ ଉପରେ ଇରାନ କବଜା କରିଥିବା ବେଳେ ଏଥିରେ ଆମେରିକା ସହଯୋଗ କରୁଛି। ଏହାକୁ ବିରୋଧ କରି ଆସୁଛନ୍ତି ଧର୍ମଗୁରୁ। ସେ ତାଙ୍କ ସମର୍ଥକଙ୍କୁ ନେଇ ଦେଶରୁ ଇରାନକୁ ବାହାରି ଯିବାକୁ ତଥା ନିଜ ଲୋକଙ୍କ ସରକାର ଦାବି କରି ଆସୁଥିଲେ। ଏହାକୁ ନେଇ ସେ ଇରାକରେ ବେଶ ଲୋକପ୍ରିୟ ହୋଇଥିଲେ ଓ ତାଙ୍କ ସମର୍ଥନରେ ବହୁ ଲୋକ ଆଗେଇ ଆସିଥିଲେ। ସୋମବାର ଧର୍ମଗୁରୁ ରାଜନୀତି ଛାଡିବାକୁ ଘୋଷଣା କରିବାକୁ ତାଙ୍କ ସମର୍ଥକ ମାନେ ରାଜରାସ୍ତାରେ ନାରାବାଜି ଦେଇ ଜମା ହୋଇଥିଲେ। ଏହି ସମୟରେ ସେମାନଙ୍କର ଇରାନ ସମର୍ଥିତଙ୍କ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଏହା ପରେ ରାଷ୍ଟ୍ରପତି ଭବନ ଥିବା ଗ୍ରୀନ ଜୋନରେ ଇଟା ପଥର ମାଡ ହୋଇଥିଲା।  ପରେ ରାଜିରେ କେନ୍ଦ୍ରୀୟ ବାଗଦାଦରେ ହୋଇଥିଲା ଗୁଳିମାଡ। ଏହି ଗୁଳିମାଡରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି।

    ହିଂସା ସୃଷ୍ଟିକୁ ନେଇ କୁହାଯାଉଛି, ଧର୍ମଗୁରୁଙ୍କ ସମର୍ଥକ ଗତ ଏକ ସପ୍ତାହ ଧରି ସଂସଦ ନିକଟରେ ଧାରଣାରେ ବସିଥିବା ବେଳେ ତାଙ୍କର ରାଜନୀତି ଛାଡିବା ଘୋଷଣା ସେମାନଙ୍କୁ ଉଗ୍ର କରିଦେଇଥିଲା। ତେବେ ଏହି ଗଣ୍ଡଗୋଳ ପରେ ଦେଶରେ କର୍ପ୍ୟୁ ଜାରି କରାଯାଇଛି।

Back to top button