3 dead body

  • ୨୪ ଘଣ୍ଟାରେ ୩ ମୃତଦେହ ରାଜଧାନୀରୁ ଉଦ୍ଧାର

    ଭୁବନେଶ୍ବର: ଏୟାରଫିଲ୍ଡ ଅଧୀନ ଜାମୁକୋଳି ଅଞ୍ଚଳରେ ଥିବା ନର୍ସିଙ୍ଗ କଲେଜରୁ ନର୍ସିଙ୍ଗ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ ହାତରେ ସୁଇସାଇଡ ନୋଟ । ନୋଟରେ କ୍ଷମା ମାଗିବା ସହ କାହାର କୌଣସି ଭୁଲ ନଥିବା ଉଲ୍ଲେଖ କରିଛନ୍ତି ନର୍ସିଙ୍ଗ ଛାତ୍ରୀ କୁନି । ସେପଟେ ବଡିକୁ  ବ୍ୟବଛେଦ ପାଇଁ ପଠାଇଛି ପୋଲିସ । ଅନ୍ୟପଟେ ଗୋଟିଏ ଦିନରେ ରାଜଧାନୀରୁ ଉଦ୍ଧାର ହୋଇଛି ଆଉ ଦୁଇଟି ମୃତଦେହ ।

    ଗୋଟିଏ ଦିନରେ ୩ ମୃତଦେହ ଉଦ୍ଧାର କଲା କମିଶନରେଟ ପୋଲିସ ନନ୍ଦନକାନନ ଥାନା ଅନ୍ତର୍ଗତ କଲଝରି ରେଲୱେ ଷ୍ଟେସନ ପାଖରୁ ଜଣେ ଯୁବକଙ୍କ  ମୃତଦେହ ଉଦ୍ଧାର ହୋଇଛି । ଏହା ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ପୋଲିସ । ସେହିପରି ଭରତପୁର ଥାନା ଅଞ୍ଚଳର କଳିଙ୍ଗନଗର  କେ ସେଭେନ ର ଭଡା ଘରୁ ମିସ୍ତ୍ରୀ କାମ କରୁଥିବା ଜଣେ ୨୭ ବର୍ଷୀୟ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଚଳାଇଛନ୍ତି ।

    ଏୟାରଫିଲଡ଼ ଥାନା ଅଧୀନରେ ଥିବା ଜାମୁକୋଳି ଅଞ୍ଚଳର ଏକ ଘରୋଇ ନର୍ସିଙ୍ଗ କଲେଜରୁ ଉଦ୍ଧାର ହୋଇଛି ଛାତ୍ରୀଙ୍କ ମୃତଦେହ। ମୃତଛାତ୍ରୀ କୁନି କଅଁର। ଘର ବଲାଙ୍ଗୀର ଜିଲ୍ଲାରେ । 2021 ମସିହାରେ ନର୍ସିଙ୍ଗରେ ନାମ ଲେଖାଇ ଏହି ଘରୋଇ କଲେଜରେ ପଢୁଥିଲେ । କୌଣସି କାରଣକୁ ନେଇ କୁନି  ସବୁବେଳେ  ଚିନ୍ତାଗ୍ରସ୍ତ ରହୁଥିବା ନେଇ  କଲେଜ କର୍ତୃପକ୍ଷ କହିଛନ୍ତି। ସେପଟେ କୁନିର ଏଭଳି ଅବସ୍ଥା ଦେଖି ଭାଂଗିପଡିଛନ୍ତି ପରିବାର ଲୋକେ ।ପୋଲିସ ଉପରେ ଭରଷା କରି ନ୍ୟାୟ ଭିକ୍ଷା କରିଛନ୍ତି ।

    କୁନିଙ୍କ ହାତଲେଖା ଏକ ଖାତା ମିଳିଥିବା ବେଳେ ତାଙ୍କ ମୃତ୍ୟୁ ସହ କାହାର ସମ୍ପର୍କ ନାହିଁ ଓ ଏଥିପାଇଁ କାହାକୁ ଦାୟୀ କରି କଷ୍ଟ ଦେବାକୁ ଚାହୁଁ ନ ଥିବା ଖାତାରେ ଉଲ୍ଲେଖ କରିଛନ୍ତି ନର୍ସିଙ୍ଗ ଛାତ୍ରୀ କୁନି । ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି। ହାତ ଲେଖା କୁନିଙ୍କର କି ନୁହେଁ ସେ ନେଇ ଯାଞ୍ଚ କରାଯାଉଛି ଓ ମୃତ୍ୟୁ ର କାରଣ ପ୍ରାୟ ସ୍ପଷ୍ଟ ହୋଇଛି।  ଯାହା ରହିଛି ତାହା ଯଥାଶୀଘ୍ର ସ୍ପଷ୍ଟ ହେବ ।

    ତେବେ ୨୪ ଘଣ୍ଟା ଭିତରେ ତିନୋଟି ଆତ୍ମହତ୍ୟା ଖବର ସମସ୍ତଙ୍କୁ ବିଚଳିତ କରିଛି। କାହିଁକି  ପଥଭ୍ରଷ୍ଟ ହେଉଛନ୍ତି ଯୁବପିଢି! କାହିଁକି ନେଉଛନ୍ତି ଆତ୍ମହତ୍ୟା ଭଳି ଚରମ ନିଷ୍ପତି..? ଏହାର କାରଣ, ନିରାକରଣ, ପୋଲିସ ର ତଦନ୍ତ ଓ ଏହାକୁ ମୁକାବିଲା ପାଇଁ କମିଶନରେଟ ପୋଲିସ ତରଫରୁ କରାଯାଇଥିବା କର୍ମଶାଳା ଓ  ଏଥିରୁ ଅଧ୍ୟୟନ କରିଥିବା ତଦନ୍ତକାରୀ ଅଫିସର କେତେଦୂର ଉପଯୋଗ କରୁଛନ୍ତି ତାହାରି ଉପରେ ନଜର ।

    ସିମ୍ପୁଲ ନାୟକଙ୍କ ରିପୋର୍ଟ

Back to top button