abortion

  • ଅବିବାହିତା ଗର୍ଭବତୀଙ୍କ ଗର୍ଭପାତ ମାମଲା: ରାୟ ସଂରକ୍ଷିତ

    ନୂଆଦିଲ୍ଲୀ: ଅବିବାହିତା ଗର୍ଭବତୀଙ୍କ ଗର୍ଭପାତ ମାମଲାରେ ରାୟ ସଂରକ୍ଷିତ। ସୁପ୍ରିମ କୋର୍ଟରେ ଅବିବାହିତ ମହିଳାଙ୍କ ୨୪ ସପ୍ତାହର ଗର୍ଭପାତ ପାଇଁ ହୋଇଥିବା ମାମଲାର ଶୁଣାଣି ଶେଷ ହୋଇଛି। କିନ୍ତୁ ରାୟ ଦେବା ପୂର୍ବରୁ କୋର୍ଟ ଏହାକୁ ସଂରକ୍ଷିତ ରଖିଛନ୍ତି।   ରାୟ ଆସିଲେ ଏହା ଅବିବାହିତ ଗର୍ଭବତୀ ମହିଳାଙ୍କ ଗର୍ଭପାତ ଉପରେ ନିୟମ ଜାରି ହେବ।

    ଜଣେ ଅବିବାହିତ ଯୁବତୀ ତାଙ୍କ ୨୪ ସପ୍ତାହର ଗର୍ଭକୁ ଭେଷଜ ପଦ୍ଧତିରେ ନଷ୍ଟ କରିବାକୁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ମାମଲାର ପୂର୍ବ ଶୁଣାଣି କାଳରେ ସୁପ୍ରିମ କୋର୍ଟ କହିଥିଲେ କି, ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍ନେନ୍ସି ଆକ୍ଟ ୨୦୨୧ରେ ଯେଉଁ ପରିବର୍ତ୍ତନ କରାଯାଇଛି, ଏହା ଅନ୍ତର୍ଗତ ଆକ୍ଟରେ ମହିଳା ଓ ତାଙ୍କ ପାର୍ଟନର ଶବ୍ଦର ବ୍ୟବହାର ହୋଇଥିଲା, ଯେଉଁଠି ସ୍ବାମୀଙ୍କ ନାମ ରହିବା କଥା। ତଥାପି ଅବିବାହିତ ମହିଳା ଏହି ଆକ୍ଟ ଅଧୀନରେ ଆସୁଛନ୍ତି।

    ଜଷ୍ଟିସ ଚନ୍ଦ୍ରଚୁଡ ଶୁଣାଣି କାଳରେ କହିଥିଲେ କି, ମାମଲାରେ ଯାଚିକାକର୍ତ୍ତା ମହିଳାଙ୍କୁ ସେ ଅବିବାହିତ ଥିବାରୁ ତାଙ୍କୁ ଆକ୍ଟ ଅନ୍ତର୍ଗତ ମିଳୁଥିବା ସୁବିଧାରୁ ବଞ୍ଚିତ କରାଯାଇ ପାରିବ ନାହିଁ।  ଯେଉଁ ଆଇନ ରହିଛି ତାହା କେବଳ ବୈବାହିକ ସମ୍ପର୍କରେ ଅନିଚ୍ଛାକୃତ ଗର୍ଭବତୀ ପର୍ଯ୍ୟନ୍ତ ସିମିତ ନୁହେଁ।  ଏଥିସହ ଏହାକୁ ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭ ନଷ୍ଟ କରିବା ପର୍ଯ୍ୟନ୍ତ ସୀମିତ ରଖା ଯାଇ ପାରିବ ନାହିଁ। ଏପରି କରିବାରୁ ଅବିବାହିତ ମହିଳାଙ୍କ ସହ ଭେଦଭାବ ହେବ।

     ତେବେ ଆମ ଦେଶରେ ଗର୍ଭପାତକୁ ଆଇନଗତ ଅନୁମତି ରହିଛି, କିନ୍ତୁ ଏହାର ଅର୍ଥ ନୁହେଁକି ପୂର୍ଣ୍ଣ ସ୍ବାଧୀନତା ଓ ସ୍ବେଚ୍ଛାଚାରିତା ରହିଛି। ଭାରତରେ ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍ନେନ୍ସି ଆକ୍ଟ ରହିଛି, ଯାହା ୧୯୭୧ରୁ ଲାଗୁ ହୋଇଛି।  ପରେ ୨୦୨୧ରେ ଏଥିରେ କିଛି ସଂଶୋଧନ ହୋଇଥିଲା। ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତକୁ ଅନୁମତି ଦିଆଯାଇଥିଲା, କିନ୍ତୁ ୨୦୨୧ରେ ଏଥିରେ ସଂଶୋଧନ କରି ଏହି ସମୟ ସୀମାକୁ ୨୪ ସପ୍ତାହ କରାଯାଇଛି। ଖାଲି ଏଥିକି ନୁହେଁ, କିଛି ଖାସ ମାମଲାରେ ୨୪ ସପ୍ତାହ ପରେ ମଧ୍ୟ ଗର୍ଭପାତକୁ ଅନୁମତି ଦିଆଯାଇପାରେ।  

  • ଭିନ୍ନକ୍ଷମ ଦୁଷ୍କର୍ମପୀଡିତାଙ୍କ ଗର୍ଭନଷ୍ଟ କରିବାକୁ କୋର୍ଟଙ୍କ ମନା

    ମୁମ୍ବାଇ: ଭିନ୍ନକ୍ଷମ ଦୁଷ୍କର୍ମପୀଡିତାଙ୍କ ୩୫ ସପ୍ତାହ ବା ସାଢେ ୮ ମାସର ଗର୍ଭ ନଷ୍ଟ କରିବାକୁ ବମ୍ବେ ହାଇକୋର୍ଟ ମନା କରିଦେଇଛନ୍ତି। ଏହି ପ୍ରସଙ୍ଗରେ ମେଡିକାଲ ବିଶେଷଜ୍ଞ ଏହି ଗର୍ଭପାତରେ ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ରିପୋର୍ଟ ଆସିବା ପରେ କୋର୍ଟ ଏହି ରାୟ ଦେଇଛନ୍ତି। ଜଷ୍ଟିସ ଗଙ୍ଗାପୁରୱାଲା ଓ ଜଷ୍ଟିସ ଏଏସ ଡକ୍ଟରଙ୍କ ବେଞ୍ଚ କହିଛନ୍ତି କି, ବିଶେଷଜ୍ଞଙ୍କ ରିପୋର୍ଟ କୋର୍ଟଙ୍କ ପଥ ପ୍ରଦର୍ଶକ ହୋଇଛି କିନ୍ତୁ ଗର୍ଭ ଦୁଷ୍କର୍ମର ଫଳ ସ୍ବରୂପ ହୋଇଥିବାରୁ ଏହି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶର ଆବଶ୍ୟକତା ରହିଛି।

    କୋର୍ଟଙ୍କ ଅନୁଯାୟୀ ଏହାରି ମଧ୍ୟରେ ଯାଞ୍ଚ ଜାରି ରହିବ। ପ୍ରସବ କାଳରେ ଡିଏନଏ ସଂଗୃହିତ ହୋଇ ଟ୍ରାଏଲ କାଳରେ ଏହାକୁ ଉପସ୍ଥାପନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଯଦି ଜନ୍ମିତ ସନ୍ତାନ ଜୀବିତ ରୁହେ ତେବେ ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍ନେନ୍ସି ୨୦୧୯ ଅନ୍ତର୍ଗତ ରାଜ୍ୟ ଶିଶୁର ସମସ୍ତ ଲାଳନ ପାଳନ ଭାର ନେବ ବୋଲି କୁହାଯାଇଛି। ଜୁଲାଇ ୨୬, ୨୦୨୨ରେ ଯାଚିକାକର୍ତ୍ତା  କୋର୍ଟରେ 

  • ଗର୍ଭପାତ ବଦଳରେ ଶିଶୁକୁ ଜନ୍ମଦେଇ ପୋଷ୍ୟ ଦେବାକୁ ଦିଲ୍ଲୀ ହାଇକୋର୍ଟଙ୍କ ପରାମର୍ଶ

    ନୂଆଦିଲ୍ଲୀ: ଗର୍ଭପାତ ବଦଳରେ ଶିଶୁକୁ ଜନ୍ମଦେଇ ପୋଷ୍ୟ ଦେବାକୁ ଦିଲ୍ଲୀ ହାଇକୋର୍ଟଙ୍କ ପରାମର୍ଶ। ଦିଲ୍ଲୀ ହାଇକୋର୍ଟଙ୍କ ମୁଖ୍ୟବିଚାରପତିଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏକ ଗର୍ଭପାତ ଯାଚିକାର ଶୁଣାଣି ବେଳେ ଏପରି କହିଛନ୍ତି। ୨୫ ବର୍ଷୀୟା ଜଣେ ଅବିବାହିତା ଯୁବତୀ ତାଙ୍କ ୨୪ ସପ୍ତାହର ଗର୍ଭକୁ ନଷ୍ଟ କରିବାକୁ କୋର୍ଟଙ୍କ ନିକଟରେ ଗୁହାର କରିଥିଲେ।

    ଖଣ୍ଡପୀଠଙ୍କ ନିକଟରେ ଆବେଦନକାରୀଙ୍କ ଓକିଲ ଜଣାଇଥିଲେ କି, ଯୁବତୀଙ୍କ ମାମଲାଟି ଏମଟିପି ଆକ୍ଟର ଧାରା ୩ (୨)(ବି) ଅନ୍ତଭୁକ୍ତ। ଯୁବତୀ ଜଣକ ଶାରୀରିକ, ମାନସିକ ଓ ଆର୍ଥିକସ୍ତରରେ ଦୁର୍ବଳ। ସେ ଅବିବାହିତ ଓ ଏକକ ଅଭିଭାବକ ହୋଇଥିବାରୁ ତାଙ୍କ ସମ୍ମୁଖରେ ମାନସିକ ଚାପ ଓ ସାମାଜିକ କଟକଣା ରହିଛି।

    ଏହାକୁ ନେଇ ଖଣ୍ଡପୀଠ ଯାଚିକାକର୍ତ୍ତାଙ୍କ ଓକିଲଙ୍କୁ ପଚାରିଥିଲେ, ପୋଷ୍ୟ ସନ୍ତାନ ନେବାକୁ ଲୋକଙ୍କ ଧାଡି ଲାଗିଛି। ଆପଣଙ୍କ ଯାଚିକାକର୍ତ୍ତାଙ୍କୁ ପଚାରନ୍ତୁ, ଯଦି ସେ ରାଜି ହୁଅନ୍ତି ତେବେ ତାଙ୍କ ପରିଚୟ ଗୋପନ ରଖି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ। ସେ ସନ୍ତାନ ଜନ୍ମ ପରେ ସେଠାରୁ ଚାଲିଯିବେ। ଜଣେ ବିଧାବାଙ୍କୁ ଦେଖି ସନ୍ତାନ ହସ୍ତାନ୍ତର କରାଯିବ ଓ ହସ୍ପିଟାଲର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଯଦି ସରକାର ବହନ ନ କରନ୍ତି, ତେବେ ମୁହଁ ଅଛି ବୋଲି ମୁଖ୍ୟ ବିଚାରପତି କହିଛନ୍ତି।

    ଯାଚିକାକର୍ତ୍ତାଙ୍କୁ ଖଣ୍ଡପୀଠଙ୍କ ପ୍ରସ୍ତାବ ଶୁଣାଇ ତାଙ୍କ ମତ ଲୋଡିଛନ୍ତି କୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ଅପରାହ୍ନ ୨ଟାରେ ହେବ।

  • ୟୁଏସ: ଗର୍ଭପାତ ପାଇଁ ମହିଳାଙ୍କ ସାମ୍ବିଧାନୀକ ଅଧିକାରର ଅନ୍ତ

    ଆମେରିକା ସୁପ୍ରିମକୋର୍ଟ  ଏକ ଅର୍ଦ୍ଧଶତାବ୍ଦୀ ପୁରୁଣା ଆଇନ ଉପରେ ଆଣିଲେ ପୂର୍ଣ୍ଣଛେଦ। ଆମେରିକାରେ ଗର୍ଭପାତ ପାଇଁ ମହିଳାଙ୍କୁ ମିଳିଥିବା ଆଇନକୁ ଉଚ୍ଛେଦ କରିଛନ୍ତି ସୁପ୍ରିମକୋର୍ଟ। ଏହାକୁ ରାଷ୍ଟ୍ରପତି ଜୋ ବାଇଡେନ ବିରୋଧ କରିଥିବା ବେଳେ  ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ବାଗତ କରିଛନ୍ତି।

    ଦୀର୍ଘ ଦଶନ୍ଧୀ ଦଶନ୍ଧୀ ଧରି ଆମେରିକାରେ ମହିଳାଙ୍କ ଗର୍ଭପାତକୁ ସମ୍ବିଧାନିକ ସହମତି ଦିଆଯିବା ସହ ଏହାକୁ ମହିଳାଙ୍କ ଅଧିକାର ବୋଲି ମାନ୍ୟତା ମିଳି ଆସିଥିଲା। କିନ୍ତୁ ଏହାକୁ ନେଇ ଆମେରିକା ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ର୍ଣ ରାୟ ଦେଇଛନ୍ତି। ଗର୍ଭପାତକୁ ସମ୍ୱିଧାନିକ ଅଧିକାର ଶ୍ରେଣୀରୁ ବାଦ ଦେବା ସହ ଏହାକୁ ଅବୈଧ ଘୋଷଣା କରାଯାଇଛି। ତେବେ ରାଜ୍ୟ ଗୁଡିକ ନିଜସ୍ୱ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିପାରିବେ। କିନ୍ତୁ ଏହି ରାୟକୁ ବହୁ ରାଜ୍ୟ ଓ ନାଗରିକ ସ୍ବାଗତ କରିଥିବା ବେଳେ ଅନେକ ଏହା ବିରୋଧରେ ପ୍ରଦର୍ଶନ କରିଛନ୍ତି ଓ ରାଜରାସ୍ତାକୁ ଓହ୍ଲାଇଛନ୍ତି।

    ୧୯୬୯ରେ ଟେକ୍ସାସର ଜଣେ ମହିଳା ତାଙ୍କ ଦୁଇ ସନ୍ତାନ ପରେ ତୃତୀୟ ଥର ଭୃଣ ଧାରଣ କରିଥିବା ଜାଣିବା ପରେ  ଗର୍ଭପାତ ପାଇଁ ଚାହିଁଥିଲେ। କିନ୍ତୁ ଟେକ୍ସାସ୍‌ରେ ରହୁଥିବାରୁ ଏଥିରେ ସମସ୍ୟା ଦେଖା ଦେଇଥିଲା। ଟେକ୍ସାସ ଗର୍ଭପାତ ଆଇନ ଅନୁଯାୟୀ, ମା’ର ଜୀବନ ରକ୍ଷା କରିବାକୁ ଗର୍ଭପାତ ପାଇଁ ଅନୁମତି ଥିଲା।  ତେଣୁ ମହିଳା ନିଜ ସ୍ବାମୀଙ୍କ ବିରୋଧରେ ପିଟିଶନ ଦାୟର କରିଥିଲେ। ପରବର୍ତ୍ତୀ ସମୟରେ ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା ଓ ୧୯୭୩ରେ ସୁପ୍ରିମ କୋର୍ଟ ମହିଳାଙ୍କ ସପକ୍ଷରେ ରାୟ ଶୁଣାଇଥିଲେ।

    ଏଥିସହ ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ସହାୟତାରେ ଗର୍ଭପାତକୁ ମହିଳାଙ୍କୁ ସ୍ବାଧୀନ ଅଧିକାର ଦିଆଯାଇଥିଲା। ଏହା ପରେ ଆଣ୍ଟାଇ ଆବର୍ସନ ବିରୋଧରେ ଆନ୍ଦୋଳନ ହୋଇଥିଲା।  ମିସିସିପିରେ ୧୫ ସପ୍ତାହରୁ ଅଧିକ ଅବଧି ଭ୍ରୁଣର ଗର୍ଭପାତ ଉପରେ ଜାଣି କଟକଣାକୁ ଡବ୍ସ ବନାମ ଜ୍ୟାକସନ ମାମଲାରେ ଓମେନ ହେଲ୍‌ଥ ଅର୍ଗାନାଇଜେସନ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦିଆଯାଇଥିଲା। ଏହି ମାମଲାରେ କୋର୍ଟ ଏହାକୁ ଅବୈଧ ଘୋଷଣା କରିଛନ୍ତି।

    ଅର୍ଚ୍ଚନା ଆଳୁକଙ୍କ ରିପୋର୍ଟ

Back to top button