ମୁମ୍ୱାଇ: ଭେଟେରାନ ଅଭିନେତା ଅରୁଣ ବାଲିଙ୍କ ଦେହାନ୍ତ। ବଲିଉଡର ଅନେକ ଚଳଚିତ୍ରରେ ତାଙ୍କ ଅଭିନୟ ଦ୍ୱରା ସମସ୍ତଙ୍କୁ ପ୍ରଭାବିତ କରିଥିବା ଭେଟେରାନ ଅଭିନେତା ଅରୁଣ ବାଲି ଆଉ ନାହାଁନ୍ତି। ଅରୁଣ ବାଲି ନ୍ୟୁରୋମସ୍କୁଲାର ରୋଗ ମାଇଷ୍ଟୋନିଆ ଗ୍ରାଭିସରେ ପୀଡିତ ଥିଲେ। ଏବଂ ତାଙ୍କୁ ମୁମ୍ୱାଇର ହିରାନ୍ଦାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ତାଙ୍କର ୭୯ ବର୍ଷ ବୟସରେ ମୁମ୍ୱାଇରେ ତାଙ୍କର ଦେହାନ୍ତ ହୋଇଛି।
ACTOR
-
ଆରପାରିରେ ଅଭିନେତା ଅରୁଣ ବାଲି
-
ଆରପାରିରେ ସାଉଥ୍ ଆକ୍ଟର ସାରଥ ଚନ୍ଦ୍ରନ
ସିନେମା ଜଗତରୁ ଗୋଟିଏ ପରେ ଗୋଟିଏ ଦୁଖଦ ଖବର ସାମ୍ନାକୁ ଆସୁଛି। ନିକଟେରେ ଅନେକ ସେଲିବ୍ରେଟିଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସାଉଥ୍ ଇଣ୍ଡଷ୍ଟ୍ରିରୁ ଏକ ଦୁଖଦ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ଦିନ ଟଲିଉଡର ଯୁବ ଆକ୍ଟର ସାରଥ ଚନ୍ଦ୍ରନ ୩୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତାଙ୍କର ମୃତ୍ୟୁ ଖବର ପାଇ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ସହ କାମ କରୁଥିବା ଅଭିନେତା ଏବଂ ଫ୍ୟାନ୍ସମାନେ ସୋସିଆଲ ମିଡିରେ ପୋଷ୍ଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ତାଙ୍କ ଫ୍ୟାନ୍ସମାନେ ଏପର୍ଯ୍ୟନ୍ତ ବିଶ୍ୱସ କରି ପାରୁନାହାନ୍ତି କି ସାରଥ ଚନ୍ଦ୍ରନ ଆଉ ତାଙ୍କ ଗ୍ରହଣରେ ନାହାନ୍ତି।
ସାରଥ ଚନ୍ଦ୍ରନଙ୍କ ଦେହାନ୍ତ ହୋଇଥିବା ନେଇ ଅଭିନେତା ଏଣ୍ଟୋନି ବର୍ଗିଜ ସୋସିଆଲ ମିଡିରେ ପୋଷ୍ଟ କରି ନିଶ୍ଚିତ କରିଛନ୍ତି। ସେ ତାଙ୍କ ଫିଲ୍ମ ‘ଅଙ୍ଗମାଲୀ ଡାଏରୀଜ’ ର ଫଟୋ ସହିତ ‘RIP ଭାଇ’ ଲେଖି ପୋଷ୍ଟ କରିଛନ୍ତି। ଯେଉଁଥିରେ ତାଙ୍କ ଫ୍ୟାନ୍ସମାନେ ଦୁଃକ ପ୍ରକାଶ କରିବା ସହିତ ସମବେଦନା ଜଣାଇଛନ୍ତି। ‘ଅଙ୍ଗମାଲୀ ଡାଏରୀଜ’ ଫିଲ୍ମରୁ ସାରଥ ବହୁ ମାନ୍ୟତା ପାଇଥିଲେ।
ସାରଥ ଚନ୍ଦ୍ରନ ଜଣେ ମାଲାୟାଲମ୍ ଭାଷାର ଅଭିନେତା ଥିଲେ। ତାଙ୍କର କୁଡେ, ଓରୁ ମେକ୍ସିକାନ୍ ଅପରାଥା, ଭଳି ଅନେକ ହିଟ୍ ଦେଇଛନ୍ତି। ସେ ସାଉଥ ଫିଲ୍ମରେ ଯୋଗଦେବା ପୂର୍ବରୁ ଏକ ଆଇଟି ଫର୍ମରେ କାମ କରୁଥିଲେ। ଏହା ସହିତ ସେ ଜଣେ ଡବିଂ କଳାକାର ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ। ତାଙ୍କର ପ୍ରଥମ ଫିଲ୍ମ ଅନିସ୍ୟାରୁ ସେ ଆକ୍ଟିଙ୍ଗ କ୍ୟାରିୟର ଆରମ୍ଭ କରିଥିଲେ।
ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
-
ନଗ୍ନ ଫୋଟୋସୁଟ କରି ରଣବୀର ସିଂ ଅଡୁଆରେ
ବଲିଉଡ ଅଭିନେତା ଅଭିନେତ୍ରୀ ମାନେ ବିଭିନ୍ନ ପୋଜ ରେ ଫଟୋ ଉଠାଇ ପୋଷ୍ଟ କରିବା କିଛି ନୁଆ କଥା ନୁହେଁ । ଏହି ଫଟୋ କୁ ଦର୍ଶକ ମାନେ ବହୁ ମାତ୍ରାରେ ଦେଖିଥାନ୍ତି । ଖାଲି ଦେହରେ ଫଟୋ ଉଠାଇ ପୋଷ୍ଟ କରିବା ରେ ସଞ୍ଜୟ ଦତ୍ତ , ସଲମନ ଖାନ , ସନ୍ନି ଦେଓଲ , ସୁନୀଲ ସେଟ୍ଟୀ, ଅକ୍ଷୟ କୁମାର , ଏପରି ବହୁ ଅଭିନେତା ଅଛନ୍ତି । ତାଙ୍କ ଫଟୋ ନେଇ ଚାରିଆଜେ ଚର୍ଚ୍ଚା ହୁଏ । ସବୁଠାରୁ ଚର୍ଚ୍ଚାରେ ରହନ୍ତି ସଲୁ ମିୟାଁ ଓରଫ ଭାଇ ଜାନ ।
କିନ୍ତୁ ଫଟୋ ଉଠାଇଲେ ଅଡୁଆ ହେବ ଏ କଥା କେବେ ବିଶ୍ୱାସ କରିନଥିବେ ବଲିଉଡ ଅଭିନେତା । ଖାଲି ଦେହରେ ଫଟୋ ଉଠାଇ ପୋଷ୍ଟ କରିବା ପରେ ବଲିଉଡ ଅଭିନେତା ରଣବୀର ସିଂଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏ ନେଇ ମୁମ୍ଭାଇ ର ଚେମ୍ଭୁର ଥାନାରେ ମାମଲା ରୁଜୁ ହୋଇଛି । କୁହାଯାଇଛି ଏଭଳି ଫୋଟ ମହିଳା ମାନଙ୍କ ଭାବନା ପ୍ରତି ଆଘତ ଦେଇଛି । ରଣବୀର ସିଂ ଖାଲି ଦେହରେ ପ୍ରଥମେ ଫଟୋ ସୁଟକରି ଏହାକୁ ନିଜ ଇନଷ୍ଟାଗ୍ରାମଆକାଉଣ୍ଟରେ ପୋଷ୍ଟ କରିଥିଲେ । କିଛି କଳାକରା ଏହାକୁ ସପୋର୍ଟ କରିଥିଲେ । ଏହି ଫଟୋ କୁ ନେି ବିବାଦ ଦେଖାଦେବା ପରେ ଅର୍ଜୁନ କପୁର ଓ ଅଲିଆ ଭଟ୍ଟ ରଣବୀରଙ୍କ ସମର୍ଥନରେ ବାହାରିଥିଲେ ।
ଏ ନେଇ ଆଲିଆ ଭଟ କହିଥିଲେ ମୋ ପସନ୍ଦର ଅଭିନେତା ବିରୋଧରେ ନାଁ ମୁଁ କିଛି ଶୁଣିପାରିବି ନାଁ ତାକୁ ନେଇ ପ୍ରଶ୍ନ ଉଠିଲେ ମୁଁ ସହ୍ୟ କରିପାରିବି । ସେ ପଟେ ଅର୍ଜୁନ କପୁର କହିଛନ୍ତି ରଣୀବର ଯାହା କରିଛନ୍ତି ତାଙ୍କ ଇଛାରେ କରିଛନ୍ତି । ତାଙ୍କୁ ଯାହା ଠିକ ଲାଗିଲା ସେ କରିଛନ୍ତି । ତେଣୁ ତାଙ୍କୁ ନେଇ ପ୍ରଶ୍ନ ଉଠାଇବାର ଆବଶ୍ୟକତା ନାହିଁ ।
ଖାଲି ସେତିକି ନୁହେଁ ଏହି ଫଟୋକୁ ନେଇ ରଜାନୀତି ଆରମ୍ଭ ହୋଇଛି । ସମାଜବାଦୀ ପାର୍ଟୀ ମହାରାଷ୍ଟ୍ର ମୁଖ୍ୟ ଆବୁ ଆଜମୀ ଟୁଇଟ୍ କରି ଏଭଳି ଫଟୋକୁ ନେଇ ପ୍ରଶ୍ନ କରିଛନ୍ତି । ସେ ଲେଖିଛନ୍ତି ଯେ ସର୍ବସାଧାରଣ ସ୍ଥାନରେ ଖୋଲା ଦେହରେ ଫଟୋ ଉଠାଇ ପୋଷ୍ଟ କରିବା କଳା ନା ସ୍ୱାଧୀନତା । ଯଦି ଏଭଳି କରାଯାଇପାରିବ ତାହେଲେ ସରକାର ହିଜାବ ଉପରେ କାହିଁକି ଚାପ ପକାଉଛନ୍ତି ।
- ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
-
ଧରାଛୁଆଁ ଦେଉନାହାନ୍ତି ସାଂସଦ
ଧରାଛୁଆଁ ଦେଉନାହାନ୍ତି ସାଂସଦ। ଗୃହପ୍ରବେଶ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରମିକଙ୍କୁ କାମରେ ଲଗାଇଲେ। ହେଲେ କାମ ସରିଗଲେ ତୁ କିଏ ନା ମୁଁ କିଏ। ବାରମ୍ୱାର ସାଂସଦଙ୍କ ପାଖକୁ ଧାଇଁ ପ୍ରାପ୍ୟ ନ ମିଳିବାରୁ ବାଧ୍ୟ ହୋଇ ଶ୍ରମିକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୁହାରି କରିଛନ୍ତି। ସାଂସଦ ରବି କିଶନଙ୍କ ବିରୁଦ୍ଧରେ ଏଭଳି ଆରୋପ ଆସିଛି। ଶ୍ରମିକ ନିଜର ପ୍ରାପ୍ୟ ମାଗିବାରୁ ପ୍ରାପ୍ୟ ତ ଦେଲେନି। ପାଲଟା ଧରାଛୁଆଁ ଦେଉନାହାନ୍ତି ସାଂସଦ। ବହୁବାର ଦୌଡ଼ି ନିରାଶ ହେବା ପରେ ଶେଷରେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବା ସହ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି ଶ୍ରମିକ। ଗୋରଖପୁରରେ ଥିବା ଘରେ ଗୃହପ୍ରବେଶ ବେଳେ ଶ୍ରମିକଙ୍କୁ କାମରେ ନିୟୋଜିତ କରିଥିଲେ ସାଂସଦ। ଆଉ ମଜୁରୀ ପଇସା ମାଗିବାରୁ ଏହା ମିଳିଲାନି।
ଫଳରେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାରରେ ଉପସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଆଗରେ ସାଂସଦଙ୍କ ଏଭଳି ଆଚରଣକୁ ନେଇ ଫେରାଦ୍ ହୋଇଛନ୍ତି ଶ୍ରମିକ। ଆଉ ଶ୍ରମିକଙ୍କ ଏହି ଅଭିଯୋଗକୁ ଗ୍ରହଣ କରି ଏହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ମଜୁରୀ ବାବଦ ବାକି ପଇସା ମାଗିବାରୁ ଏହାକୁ ନିଜର ସହଯୋଗୀଙ୍କଠୁ ନେଇଯାଅ ବୋଲି ସାଂସଦ ରବି କିଶନ କହିଥିଲେ। ଆଉ ସାଂସଦଙ୍କ କଥା ଅନୁସାରେ ଯେତେବେଳେ ସହଯୋଗୀଙ୍କୁ ପ୍ରାପ୍ୟ ମାଗିବାକୁ ଯାଇଥିଲେ, ସେଠାରୁ ଧମକ ମିଳିଥିଲା। ବାକି ପାଉଣା ମାଗିଲେ ମାରିଦେବାକୁ ଧମକ ଦେଉଛନ୍ତି ସାଂସଦଙ୍କ ସହଯୋଗୀ। ତେବେ ଏହାକୁ ନେଇ ବବାଲ୍ ହେବା ପରେ ସାଂସଦ ରବି କିଶାନ କହିଛନ୍ତି, ଯାହାର ଯାହା କିଛି ବାକି ଅଛି, ସେ ତାଙ୍କ ପାଖକୁ ଆସି କଥାବାର୍ତ୍ତା କରନ୍ତୁ ଓ ନିଜର ପଇସା ନେଇଯାଆନ୍ତୁ।
ଗୋରଖପୁରର ନୌକାୟାନ ପାଖରେ ନୂଆ ଘର ତିଆରି କରିଛନ୍ତି। ଏହି ଘରେ ଜୁନ୍ ୧୧ରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଥିଲା। ଯେଉଁଠି ୧୫ରୁ ୨୦ ଶ୍ରମିକ କାମରେ ନିୟୋଜିତ ଥିଲେ। କିନ୍ତୁ ସେମାନଙ୍କ ପାଉଣା ଦେଇନଥିଲେ ସାଂସଦ। ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର କୁହାଯାଉଥିବା ରବି କିଶନ ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଗୋରଖପୁର ଲୋକସଭା ଆସନରୁ ୨୦୧୯ରେ ବିଜେପି ଟିକଟରେ ନିର୍ବାଚନ ଲଢି ସାଂସଦ ହୋଇଛନ୍ତି। କିନ୍ତୁ ଶ୍ରମିକଙ୍କୁ ଏଭଳି ଶୋଷଣକୁ ନେଇ ଏବେ ସାଂସଦ ରବି କିଶନ ଅଡ଼ୁଆରେ ପଡ଼ିଛନ୍ତି।
- ପ୍ରଦୀପ ନାୟକଙ୍କ ରିପୋର୍ଟ
-
ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା
ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା। ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା । ଘଟଣା ଜଣାପଡିବା ପରେ ତାଙ୍କ ବାସଭବନରେ କଳାକାରଙ୍କ ଭିଡ ଲାଗିଛି । ସୂଚନା ଥାଉକି ଓଡିଆ ଇଣ୍ଡଷ୍ଟ୍ରିଜରେ ଜଣେ କଳାକାର ହିସାବରେ ଥିଲା ତାଙ୍କର ଖ୍ୟାତି । ବିଶେଷକରି ଜଣେ ଖଳନାୟକ ହିସାବରେ ସେ ଥିଲେ ଘରେ ଘରେ ପରିଚିତ ।ଭୁବନେଶ୍ୱର ପଳାଶୁଣି ସ୍ଥିତ ପ୍ରାଚୀ ବିହାରରେ ଜୀବନ ହାରିଛନ୍ତି ବରିଷ୍ଠ ଅଭିନେତା ରାଇମୋହନ ।
ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେପଟେ ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ପୁରା ଓଲିଉଡ ସ୍ତବ୍ଧ ହୋଇଯାଇଛି । ନିଜର ପ୍ରିୟ କଳାକାରଙ୍କୁ ହରାଇ ଶୋକରେ ବୁଡିଛି ଓଲିଉଡ ।୧୯୬୩ ଜୁଲାଇ ୧୦ରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ ପରିଡା । ୧୯୯୮ ସିଂହବାହିନୀ, ସୁନାଭାଉଜରେ ତାଙ୍କ ଅଭିନୟ ଥିଲା ବେଶ ଜୀବନ୍ତ । ତାଙ୍କ ଅଭିନୟରେ ମତୁଆଲା ହୋଇଥିଲେ ଦର୍ଶକ । ରାଇମୋହନ ଥିଲେ କେନ୍ଦୁଝର ନିବାସୀ । କିନ୍ତୁ ସେ ଭୁବନେଶ୍ୱରେ ଆସି ରହୁଥିଲେ । ତାଙ୍କର ଦୁଇ ଝିଅ ଅଛନ୍ତି ।
ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ସେ ଅଭିନୟ ଶିକ୍ଷା କରିଥିଲେ । ୧୯୮୫ ରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ କ୍ୟାରିୟର । ୧୯୮୭ରେ ସାଗର ସିନେମାରେ ପ୍ରଥମ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ପୂର୍ବରୁ ସେ ସତ ମିଛରେ ଅଭିନୟ କରିଥିଲେ । ରାମ ଲକ୍ଷ୍ମଣ, ଆସିବୁ ସାଜିକେବେ ମୋ ରାଣୀ, ନାଗ ପଞ୍ଚମୀ, ଉଦଣ୍ଡୀ ସୀତା, ତୁ ଥିଲେ ମୋ ଡର କାହାକୁ, ରଣଭୂମି, ମେଣ୍ଟାଲ ଟୋକା ପ୍ରଭୃତି ଚଳଚିତ୍ରରେ ଅଭିନୟ କରିଥିଲେ ।
ପ୍ରାୟ ନବେରୁ ଅଧିକ ଓଡ଼ିଆ ସିନେମା ୧୫ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି ରାଇମୋହନ । କେବଳ ଓଲିଉଡ ନୁହେଁ ଯାତ୍ରା ଜଗତରେ ବି ସେ ଥିଲେ ବେଶ୍ ଜଣାଶୁଣା । ଏମିତିକି ଅନେକ ବଙ୍ଗଳା ଫିଲ୍ମରେ ସେ ଅଭିନୟ ମଧ୍ୟ କରିଛନ୍ତି । କେବଳ ଅଭିନୟ ନୁହେଁ ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ବି ଦେଇଛନ୍ତି । ଖାସ୍ କଥା ହେଉଛି ରାଇମୋହନ ପରିଡା କୁନାଲ ପରିଡା ଭାବେ ବେଶ ଜଣାଶୁଣା ଥିଲେ ।