ଜାତୀୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଦକ୍ଷିଣ ଆଫ୍ରିକାର ମାନ୍ୟବର ରାଷ୍ଟ୍ରପତି ମାଟେମେଲା ସାଇରିଲ ରାମାଫୋସାଙ୍କ ସହ ଟେଲିଫୋନେ ଯୋଗେ କଥା ହୋଇଛନ୍ତି ।

ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗ ଅଗ୍ରଗତିର ସକାରାତ୍ମକ ମୂଲ୍ୟାଙ୍କନ କରିଛନ୍ତି, ଯେଉଁଥିରେ ୨୦୨୩ ମସିହାରେ ପାଳନ କରାଯାଉଥିବା ଦ୍ୱିପାକ୍ଷିକ କୂଟନୈତିକ ସମ୍ପର୍କର ତିରିଶ ବର୍ଷ ପୂର୍ତ୍ତି ପ୍ରସଙ୍ଗ ବି ରହିଛି ।

ଅଗଷ୍ଟ ୨୨-୨୪, ୨୦୨୩ ରେ ଦକ୍ଷିଣ ଆଫ୍ରିକା ଦ୍ୱାରା ଆୟୋଜିତ ବ୍ରିକ୍ସ ସମ୍ମିଳନୀ ପାଇଁ ରାଷ୍ଟ୍ରପତି ରାମାଫୋସା ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିଲେ ଏବଂ ଏହାର ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଏହି ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ଏବଂ ସମ୍ମିଳନୀରେ ଭାଗ ନେବାକୁ ସେ ଜୋହାନ୍ସବର୍ଗ ଗସ୍ତକୁ ଅପେକ୍ଷା କରିଥିବା କହିଛନ୍ତି ।

ସେମାନେ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଅନେକ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି ।

ଚାଲିଥିବା ଜି -୨୦ ର ଅଧ୍ୟକ୍ଷ ଭାବରେ ଭାରତର ପଦକ୍ଷେପକୁ ରାଷ୍ଟ୍ରପତି ରାମାଫୋସା ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ଏବଂ ଜି -୨୦ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଭାରତ ଗସ୍ତକୁ ଅପେକ୍ଷା କରିଥିବା କହିଛନ୍ତି ।

ଉଭୟ ନେତା ସମ୍ପର୍କରେ ରହିବାକୁ ରାଜି ହୋଇଛନ୍ତି ।

Related Articles

Leave a Reply

Your email address will not be published.

Back to top button