ଦୁର୍ଘଟଣାବିଶ୍ୱ

ନୂଆବର୍ଷ ପାଳନ ବେଳେ ଦଳାଚକଟା, ୯ ମୃତ

କମ୍ପାଲା: ୟୁଗାଣ୍ଡାର ରାଜଧାନୀ କମ୍ପାଲାରେ ନୂଆବର୍ଷ ପାଳନ ଅବସରରେ ଦଳାଚକଟା। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ୧୦ ବର୍ଷର ବାଳକ ରହିଛି ଓ ଅନେକ ଲୋକ ଆହତ ହୋଇଛନ୍ତି। କୁହାଯାଉଛି, ପ୍ରବଳ ଭିଡ କାରଣରୁ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି।

ସ୍ଥାନୀୟ ପୁଲିସ ମୁତାବକ, ନୂଆବର୍ଷ ଅବସରରେ କମ୍ପାଲାର ଫ୍ରିଡମ ସିଟି ମଲରେ ବ୍ୟାପକ ଆୟୋଜନ ହୋଇଥିଲା। ଲୋକଙ୍କର ପ୍ରବଳ ଭିଡ ଜମିଥିଲା। ୧୨ଟା ବାଜିବା କ୍ଷଣି ଆତସବାଜି ଆରମ୍ଭ ହୋଇଯାଇଥିଲା। ଆତସବାଜି ଦେଖିବାକୁ ଆୟୋଜକଙ୍କ ପକ୍ଷରୁ ଲୋକଙ୍କୁ ପ୍ରୋତ୍ସାହିତ କରାଯାଇଥିଲା।

 ଫଳରେ ଲୋକେ ଆତସବାଜି ଦେଖିବାକୁ ଲୋକେ ଧାଇଁଥିଲେ। ହେଲେ ମଲର କରିଡୋର ସଂକୀର୍ଣ୍ଣ ହୋଇଥିବାରୁ ଲୋକଙ୍କ ଭିଡ ଗୋଟିଏ ଜାଗାରେ ହୋଇଥିଲା। ଲୋକେ ବାହାରକୁ ବାହାରିବାକୁ ପରସ୍ପରକୁ ଧକ୍କା ପେଲା କରିଥିଲେ। ଫଳରେ ଅନେକ ଲୋକଙ୍କ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା। ମୋଟ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି।

ପୁଲିସ କହିଛି, ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସ ସେଠରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। କମ୍ପାଲା ମେଟ୍ରୋପଲିଟନ ପୁଲିସର ଉପପ୍ରବକ୍ତା ଲ୍ୟୁକ ଓଭୋୟସିଗ୍ୟିରେ କହିଛନ୍ତି କି, ଘଟଣା ଅଧା ରାତି ଘଟିଥିଲା।  ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ଆତସବାଜି ଦେଖିବାକୁ ପ୍ରୋତ୍ସାହିତ କରାଯାଇଥିଲା। ଏହି ଘଟଣାରେ କୌଣସି ଗିରଫଦାରୀ ହୋଇନଥିବା ସୂଚନା ରହିଛି।

Related Articles

Leave a Reply

Your email address will not be published.

Back to top button