ଜାତୀୟଦୁର୍ଘଟଣା

ତେଲ ଟ୍ୟାଙ୍କର ସଫା ବେଳେ ୭ ଶ୍ରମିକଙ୍କ ମୃତ୍ୟୁ

ବିଶାଖାପାଟନମ: ଆନ୍ଧ୍ରପ୍ରଦେଶର ରାଗମପେଟା ଗାଁରେ ଦୁଃଖଦ ଘଟଣା। ଏକ ଖାଦ୍ୟ ତେଲ ତିଆରି କମ୍ପାନୀରେ ତେଲ ଟ୍ୟାଙ୍କର ସଫା କରୁଥିବା ବେଳେ ୭ କର୍ମଚାରୀଙ୍କ ମୃତ୍ୟୁ। ସମସ୍ତ ମୃତ୍ୟୁ ଶ୍ବାସରୁଦ୍ଧ ଘଟି ହୋଇଥିବା ପୁଲିସ ସୂଚନା ଦେଇଛି। ଗୁରୁବାର ସକାଳ ପ୍ରାୟ ସାଢେ ଆଠଟାରେ ଏହି ଦୁର୍ଘଟଣା ଘଟିଛି।

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ସମସ୍ତ ମୃତକ ପେଡ୍ଡାପୁରମ ଅନ୍ତର୍ଗତ  ପଡେରୁ ଓ ପୁଲିମେରୁ ଅଞ୍ଚଳର ଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଜଣେ ଶ୍ରମିକ ଟ୍ୟାଙ୍କର ଭିତରକୁ ଯାଇ ନ ଫେରିବାରୁ ଅନ୍ୟମାନେ ଭିତରକୁ ଯାଇ ଫେରି ନ ଥିଲେ। ଏହାକୁ ନେଇ ପରିବାର ବର୍ଗ ଅଭିଯୋଗ କରିଛନ୍ତି କି, ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ଉପଯୁକ୍ତ ସୁରକ୍ଷା ଉପକରଣ ଯୋଗାଇ ନ ଥିବାରୁ ଏତେବଡ ଅଘଟଣ ଘଟିଛି।

ସେପଟେ ପୁଲିସ କହିଛି, ଜଣେ ଶ୍ରମିକ ଟ୍ୟାଙ୍କର ସଫା କରୁଥିଲା। ତେଲ କାରଣରୁ ତାର ପାଦ ଖସି ଟ୍ୟାଙ୍କ ଭିତରେ ଖସି ପଡିଥିଲା। ଯାହାକୁ ରକ୍ଷା କରିବାକୁ ଅନ୍ୟ ୬ ଜଣ  ଭିତରକୁ ପସିଥିଲେ। କିନ୍ତୁ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା। ପୁଲିସ ମୁତାବକ ୫ ଜଣ ପଡେରୁର ଥିବା ବେଳେ ୨ ଜଣ ଥିଲେ ପେଦ୍ଦାପୁରମ ଅଞ୍ଚଳର।

ଏହି ଦୁର୍ଘଟଣା ପରେ କାକିନାଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଫ୍ୟାକ୍ଟ୍ରିକୁ ସିଲ କରାଯାଇଛି ଓ ଆଇପିସିର ଧାରା ୩୦୪ଏ ଅନ୍ତର୍ଗତ ମାମଲା ଦାୟର ହୋଇଛି। ଏଥିସହ ଏକ ୪ ଜଣିଆ ଟିମ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ସେପଟେ ଘଟଣାରେ ସରକାର ପକ୍ଷରୁ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।  

Related Articles

Leave a Reply

Your email address will not be published.

Back to top button