ବିଶ୍ୱ

ଆବେଙ୍କ ହତ୍ୟା ପଛର କାରଣ

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି କରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣେ ପୂର୍ବତନ ସେନା ଅଧିକାରୀ । ସେ ନୌସେନାରେ ୩ ବର୍ଷ କାର୍ଯ୍ୟ କରି ଅବସର ନେଇଛନ୍ତି । ୟେୟେସୋୟା ୟାମାଗାମୀ ନାମକ ଏହି ଅଭିଯୁକ୍ତ ଶିଞ୍ଜୋ ଆବେଙ୍କୁ ଗୁଳି କରିବାକୁ ପୂର୍ବରୁ ଯୋଜନା କରିଥିଲେ । ଏହି ଅଭିଯୁକ୍ତ ଜମଙ୍କୁ ଏକ ହାତ ତିଆରି ବନ୍ଧୁକ ବ୍ୟବହାର କରିଥିବା କଥା ପ୍ରାଥମିକ ତଦନ୍ତରୁ ପୋଲିସ ସୂଚନା ଦେଇଛି ।

ସିଞ୍ଜୋ ଆବେ ନାରା ସହରରେ ଏକ ଜନସଭାକୁ ଉଦବୋଧନ ଦେଉଥିବା ବେଳେ ୟମଗାମୀ ହଠାତ୍ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହା ପରେ ସିଞ୍ଜୋ ଆବେ ଟଳିପଡିଲେ । ତାଙ୍କ ଛାତିରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା । ଜାପାନୀ ସମାଚାର ଏଜେନ୍ସି  ଏନଏଚକେ ସୂଚନା ମୁତାବକ ୟାମାଗାମୀ ୨୦୦୫ ପର୍ଯ୍ୟନ୍ତ ଜାପାନ ନୌସେନାରେ ଚାକିରି କରିଥିଲେ ।

ହେଲେ ସେ ସିଞ୍ଜୋ ଆବେଙ୍କୁ କାହିଁକି ବିରୋଧ କରୁଥିଲେ ତାହାର କାରଣ ଜଣାପଡିନାହିଁ। ହେଲେ ଗୁଳି ମାରିବା ପରେ ସଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ତାଙ୍କୁ କାବୁ କରିନେଇଥିଲେ । ଏବେ ତାଙ୍କୁ ହାଜତକୁ ନେଇ ହତ୍ୟା ପଛର କାରଣ ଖୋଜୁଛି ଜାପାନ୍ ପୋଲିସ ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ମଧ୍ୟ ଜଣେ ସେନା କର୍ମଚାରୀ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ରାଜୀବ ଗାନ୍ଧୀ ଅଳ୍ପକେ ବର୍ତ୍ତି ଯାଇଥିଲେ ।  ଏହା  ପଛରେ କିଛି କାରଣ ଥିଲା । ନିଶ୍ଚିତ ଭାବରେ ସିଞ୍ଜୋ ଆବେଙ୍କ ହତ୍ୟା ପଛରେ କିଛି ନା କିଛି କାରଣ ରହିଛି । ତଦନ୍ତ ପରେ ତାହା ଷ୍ପଷ୍ଟ ହେବ  ଓ ଏହା  ଜାଣିବା ପାଇଁ ସମସ୍ତେ ଆଗ୍ରହୀ ଅଛନ୍ତି ।

 ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ

Related Articles

Leave a Reply

Your email address will not be published.

Back to top button