ଓଡ଼ିଶା

ସୁବର୍ଣ୍ଣପୁର ନୂତନ ଜିଲାପାଳ ଭାବରେ ବିମଳେନ୍ଦୁ ରାୟଙ୍କ ଦାୟିତ୍ବ ଗ୍ରହଣ, ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ସହିତ ଜିଲ୍ଲାର ବିକାଶ ନେଇ ଆଲୋଚନା

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ନୂତନ ଜିଲାପାଳ ଭାବରେ ବିମଳେନ୍ଦୁ ରାୟ ଦାୟିତ୍ବ ଗ୍ରହଣ କରିଛନ୍ତି । ଶ୍ରୀ ରାୟ ପୂର୍ବରୁ ପୂର୍ତ୍ତ ବିଭାଗର ସ୍ବତନ୍ତ୍ର ସଚିବ ଭାବରେ ଭୁବନେଶ୍ବରରେ ଅବସ୍ଥାପିତ ଥିଲେ । ଜିଲ୍ଲାପାଳ ଶ୍ରୀ ରାୟ ଦାୟିତ୍ବ ଗ୍ରହଣ କରିବା ପରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ (ଜେଏଏସ) ସହିତ ଜିଲ୍ଲା ବିକାଶ ନେଇ ଆଲୋଚନା କରିଛନ୍ତି । ସଂଘ ପକ୍ଷରୁ ସଂଘର ସଭାପତି ଧାରେନ୍ଦ୍ର ଦାନୀଙ୍କ ନେତୃତ୍ବରେ ସଂଘର କର୍ମକତ୍ତାମାନେ ଜିଲ୍ଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି । ସଂଘର ସହ -ସମ୍ପାଦକ ସହଦେବ ମେହେର, ସଂଘର କୋଷାଧ୍ୟକ୍ଷ ମନରଞ୍ଜନ ପାଣିଗ୍ରାହୀ, ସୋନପୁର ବ୍ଲକ ମିଡିଆ ସେଲ ଦାୟତ୍ବରେ ଥିବା ସୁଶାନ୍ତ ସାହୁ ଓ ସଭ୍ୟମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି । ଏହା ସହିତ ଜିଲ୍ଲାର ବିକାଶ ଦିଗରେ ଆଲୋଚନା କରିବା ସହିତ ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମନ୍ବୟ ତଥା ସହଯୋଗରେ ଜିଲ୍ଲାର ବିକାଶ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ରାୟ ପ୍ରକାଶ କରିଛନ୍ତି । ଗତ ଏପ୍ରିଲ ୬ ତାରିଖରୁ ଏଠାରେ ଜିଲ୍ଲାପାଳ ଥିବା ଅବୋଲି ସୁନୀଲ ନରୱଣେ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ବଦଳି ହେବାପରେ ଏହି ପଦବି ଖାଲିଥିଲା । ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଭାରପ୍ରାପ୍ତ ଜିଲ୍ଲାପାଳ ଭାବେ ଦାୟିତ୍ବରେ ଥିଲେ ।

Leave a Reply

Your email address will not be published.

Back to top button