ARYAN KHAN

  • ମୁମ୍ବାଇ କୄଜ୍‌ ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କୁ ‘କ୍ଲିନ୍ ଚିଟ୍’

    ଆଜି ମୁମ୍ବାଇ କୄଜ୍‌ ଡ୍ରଗ୍ସ ମାମଲାରେ ଆର୍ୟନ ଖାନଙ୍କୁ ନାର୍ଟୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) କ୍ଲିନ ଚିଟ୍ ଦେଇଛନ୍ତି I ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆଶ୍ବସ୍ତି ମିଳିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଆର୍ଯ୍ୟନଙ୍କୁ ‘କ୍ଲିନ୍ ଚିଟ୍’ ମିଳିଛି। ଗତ ବର୍ଷ ମୁମ୍ବାଇରେ ଏକ କୄଜ୍‌ ଉପରେ ଚଢାଉ ବେଳେ ଆର୍ଯ୍ୟନ୍ ଖାନଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଥିଲା।​ ଡ୍ରଗ୍ସ ମାମଲାରେ ଫସିଥିବା ଆର୍ଯ୍ୟନ୍ ଅନେକ ଦିନ ଧରି ଜେଲ୍‌ରେ ରହିବା ପରେ କୋର୍ଟରୁ ଜାମିନ ମିଳିଥିଲା।

    ଡ୍ରଗ୍ସ କୄଜ୍‌ ମାମଲାରେ ଏନସିବି ପକ୍ଷରୁ ଆଜି ଦିନ ସ୍ପେଶାଲ୍‌ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଛି । ଯେଉଁଥିରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ନିର୍ଦ୍ଦୋଶ ହୋଇଛନ୍ତି। ଏନସିବିର ଡିଡିଜି (ଅପରେସନ୍ସ) ସଞ୍ଜୟ କୁମାର ସିଂଙ୍କ ଏକ ବିବୃତ୍ତିରେ କହିଛନ୍ତି ଯେ ଆର୍ଯ୍ୟନ୍ ଏବଂ ମୋହକ ବ୍ୟତୀତ ସମସ୍ତ ଅଭିଯୁକ୍ତଙ୍କ ଠାରୁ ନିଶା ସାମଗ୍ରୀ ଜବତ ହୋଇଥିଲା। ଏନଡିପିଏସ ଆକ୍ଟର ବିଭିନ୍ନ ବିଭାଗ ଅଧୀନରେ ୧୪ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟ ୬ଜଣଙ୍କ ବିରୋଧରେ ପ୍ରମାଣ ନଥିବାରୁ ଅଭିଯୋଗ ପଞ୍ଜୀକୃତ ହୋଇନାହିଁ।ଏହି ମାମଲା ରେ ରେ ଆଜି ଏନସିବି ମୁଖ୍ୟ ସତ୍ୟ ନାରାୟଣ ପ୍ରଧାନ ପ୍ରେସ ବାର୍ତା ଦେଇ ଅଧିକ ସୂଚନା ଦେଇଛନ୍ତି I

Back to top button