assam cm

  • ୨୨-୩୦ ପ୍ରକୃତ ମାତୃତ୍ବ ବୟସ: ଆସାମ ମୁଖ୍ୟମନ୍ତ୍ରୀ

    () ଆସାମ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ । ଶନିବାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା  ବାଲ୍ୟ ବିବାହ ଏବଂ ମାତୃତ୍ୱକୁ ନେଇ ସରକାରଙ୍କ ପ୍ରତିବଦ୍ଧତାକୁ ପୁଣି ଦୋହୋରାଇଛନ୍ତି । ବାଲ୍ୟ ବିବାହ ଓ ମାତୃତ୍ୱ ମୃତ୍ୟୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ପଂକ୍ତି ଉପରେ ଜୋରଦେଇ କହିଛନ୍ତି । ଏହି ନିୟମକୁ କଡାକଡି କରିବାକୁ ଆସନ୍ତା ପାଞ୍ଚରୁ ଛଅ ମାସ ଭିତରେ ହଜାର ହଜାର ପୁରୁଷଙ୍କୁ ଗିରଫ କରାଯିବ, ଯେଉଁମାନେ ୧୪ ବର୍ଷରୁ କମ ବୟସର ଝିଅମାନଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରୁଛନ୍ତି। ଏମିତିକି ବିବାହିତ ସ୍ବାମୀ ହୋଇଥାନ୍ତୁ ପଛେ ବୋଲି ସେମାନଙ୍କୁ ଚେତାବନୀ ଦେଇଛନ୍ତି ।

    ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ବିବାହ କରିବା ଓ ମାତୃତ୍ୱ ଧାରଣ କରିବା ଅପରାଧ ଅଟେ । ଶନିବାରେ ମୁଖ୍ୟମନ୍ତ୍ରୀ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ପରାମର୍ଶ ଦେଇଛନ୍ତି ଓ କହିଛନ୍ତି ଉପଯୁକ୍ତ ବୟସରେ ବିବାହ ନକରି ମାତୃତ୍ୱ ଧାରଣ କରିବା ଦ୍ୱାରା ମା ଓ ଶିଶୁ ଉଭୟଙ୍କ ପ୍ରତି ବିପଦ ସୃଷ୍ଟି ହୋଇଥାଏ । ବେଳେବେଳେ ଡାକ୍ତରମାନେ ମଧ୍ୟ ସମସ୍ୟାରେ ପଡିଥାନ୍ତି ।  ନାବାଳିକା ବିବାହ ଓ ମାତୃତ୍ୱର ସୁରକ୍ଷା ପାଇଁ ସରକାର (POCSO) ଆଇନ ଆଣିବା କଥା ମଧ୍ୟ କହିଛନ୍ତି ।

    ଶର୍ମା କହିଛନ୍ତି ବିବାହର ଉପଯୁକ୍ତ ବୟସ ସୀମା 18 ରହିଥିବାବେଳେ ଏହା ପୂର୍ବରୁ ବିବାହ କରୁଥିବା ନାବାଳିକାମାନେ ପରବର୍ତ୍ତି ସମୟରେ ଜଟିଳତାର ସମ୍ମୁଖୀନ ହୋଇଥାନ୍ତି। ସେ ଆହୁରି କହିଛନ୍ତି, ମାତୃତ୍ୱ ଧାରଣ କରିବାର ଉପଯୁକ୍ତ ବୟସ ସୀମା 22 ରୁ 30 ରହିଛି । ଏହାର ଅର୍ଥ ଏହା ନୁହଁଯେ ବିବାହ ଡେରିରେ କରିବେ । ଭଗବାନ ଆମ ଶରୀରକୁ ଏପରି ଭାବେ ତିଆରି କରିଛନ୍ତି କି, ସୁବୁକାର୍ଯ୍ୟ ପାଇଁ ଉପଯୁକ୍ତ ବୟସ ଧାର୍ଯ୍ୟ ହୋଇଛି। ସେହି ସମୟ ଭିତରେ ଆମକୁ ବିବାହ କରିନେବା ଉଚିତ ।

    ଆସାମ କ୍ୟାବିନେଟରେ ସୋମବାର ଦିନ POCSO ଅଧିନିୟମ ଅନୁଯାୟୀ 14 ବର୍ଷରୁ କମ୍ ବୟସ ବର୍ଗର ବାଳିକାଙ୍କୁ ବିବାହ କରୁଥିବା ପୁରୁଷମାନଙ୍କୁ ଗିରଫ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ 14-18 ବର୍ଷ ବୟସର ଝିଅମାନଙ୍କୁ ବିବାହ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ବାଲ୍ୟ ବିବାହ ନିଷିଦ୍ଧ ଆଇନ, 2006 ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାରର ଅଧିକ ରହିଛି। ଏହାକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି, ଯାହାର ମୂଳ କାରଣ ହେଉଛି ବାଲ୍ୟ ବିବାହ ବୋଲି ଶର୍ମା କ୍ୟାବିନେଟ ବୈଠକରେ କହିଛନ୍ତି। ଆସାମ ସିଏମ କହିଛନ୍ତି ଯେ ରାଜ୍ୟରେ ହାରାହାରି 31 ପ୍ରତିଶତ ବିବାହ ନିଷିଦ୍ଧ ବୟସ ବର୍ଗରେ ହେଉଛି ।

Back to top button