awas jojana

  • ଅଯୋଗ୍ୟକୁ ହଁ, ଯୋଗ୍ୟଙ୍କୁ ନାଁ

    କାମାକ୍ଷାନଗର: ଆବାସ ଯୋଜନାରେ ସଠିକ ଭାବେ ଯାଞ୍ଚ କରି, ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କଡା ନିର୍ଦେଶ ଦେଇଛନ୍ତି । ହେଲେ ଢେଙ୍କାନାଳ କାମାକ୍ଷାନଗର ଉପଖଣ୍ଡ ଅଧୀନରେ ଥିବା ପଂଚାୟତ ଗୁଡ଼ିକରୁ  କେଉଁ ଗାଁର ତାଲିକାରେ ଅଯୋଗ୍ୟଙ୍କ ଲମ୍ବା ତାଲିକା ଅଛି ତ, କେଉଁଠି ତାଲିକାରେ ନାମ ଥାଇ ମଧ୍ୟ୍ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ପଡିଛନ୍ତି ।

    ଢେଙ୍କାନାଳ କାମାକ୍ଷାନଗର ବ୍ଲକ ମୋଟା ଗାଁର ଶ୍ରୀକାନ୍ତ ସ୍ୱାଇଁଙ୍କ ଘର । ଏଠାରେ ସେ ତାଙ୍କ ସ୍ତ୍ରୀ ଏବଂ ୨ ଝିଅଙ୍କୁ ନେଇ ବିପଦସଂକୁଳ ଭାବେ ରହୁଛନ୍ତି । ପୂର୍ବରୁ ତାଙ୍କ ନାମ ଆବାସ ତାଲିକାରେ ଥିବାବେଳେ ଏବେ ତାଙ୍କ ନାମ ତାଲିକାରେ ନ ଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ପରଜଙ୍ଗ ବ୍ଲକର ଗଡ଼ ପରଜଙ୍ଗ, ସରାଙ୍ଗ, ଗେଙ୍ଗୁଟିଆ, ଆଖୁଆପାଳ, ଜୟପୁରା କାଟେଣୀ ଆଦି ପଂଚାୟତରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଆବାସ ତାଲିକାରେ ଥିବା ବେଳେ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଥିବା ଦେଖିବାକୁ ମିଳିଛି । ସେପଟେ କଙ୍କଡ଼ାହାଡ଼ ବ୍ଲକ ବିରିବୋଲେଇ ଗାଁର ଅନେକ ଯୋଗ୍ୟ ହିତାଧିକାରୀ ବାଦ ଥିବାରି ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।  

    ତେବେ ଏ ନେଇ କାମାକ୍ଷାନଗର ବିଡ଼ିଓଙ୍କୁ ମୋଟା ଗ୍ରାମର ଶ୍ରୀକାନ୍ତ ସ୍ୱାଇଁ ଲିଖିତ ଅଭିଯୋଗ କରିଥିବା ବେଳେ, ସ୍ଥାନୀୟ ସରପଞ୍ଚ ମଧ୍ୟ୍ ଏହାକୁ ଖଣ୍ଡନ କରିଛନ୍ତି । ସେପଟେ କଙ୍କଡାହାଡ଼ ବିଡ଼ିଓ ଓ ଭୁବନ  ବିଡ଼ିଓଙ୍କୁ ଯୋଗ୍ୟ ହିତାଧିକାରୀ କରିଥିବା ଅଭିଯୋଗକୁ ପରେ ଦେଖାଯିବ କହି ଏଡେଇ ଯାଇଛନ୍ତି । ସେପଟେ ଆସୁଥିବା ଅଭିଯୋଗକୁ ଗୁରୁତ୍ୱ ଦିଆଯିବା ସହ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀ କିଭଳିଙ୍କୁ ଯୋଜନାରେ ସାମିଲ କରାଯିବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ।

    ତେବେ ଅଯୋଗ୍ୟକୁ ହଁ, ଯୋଗ୍ୟଙ୍କୁ ନାଁ ଅଭିଯୋଗ ଉପରେ କେବେ ଓ କି ପଦକ୍ଷେପ ନେଉଛନ୍ତି ଜିଲ୍ଲାପାଳ ତାହା ଦେଖିବାକୁ ବାକି ରହିଲା ।

     ସୈାମେନ୍ଦ୍ର କୁମାର ସାହୁ

  • ବରଗଡ଼: ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ

    ବରଗଡ:  ଗରିବ ଵାସହୀନଙ୍କୁ ଘର ଟିଏ ଯୋଗେଇ ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀ ଏଥିରୁ ବଂଚିତ ହେଉଛନ୍ତି।ଯାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଗୋଠୁଗୁଡା ଗ୍ରାମ ପଂଚାୟତରେ । ଏଠାରେ ବିଜୁ ପକ୍କାଘର ହେଉକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ  କୌଣସି ଯୋଜନା ପ୍ରକୃତ ହିତାଧିକାରୀ ପାଉନଥିବା ଅଭିଯୋଗ ହୋଇଛି ।

    ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ। ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗୋଠୁଗୁଡା ଗ୍ରାମ ପଞ୍ଚାୟତରୁ । ଏଠାରେ ବର୍ଷ ପରେ ବର୍ଷ ହିତାଧିକାରୀ ଆବାସ ଯୋଜନା ପାଇଁ ଆବେଦନ କରୁଛନ୍ତି,ତାଲିକାରେ ନାଁ ବି ଆସୁଛି ମାତ୍ର ଘର ଖଣ୍ଡିଏ ପାଇ ପାରୁ ନାହାନ୍ତି । ଲୋକଙ୍କ କହିବା କଥା ବିଜୁ ପକ୍କାଘର ହେଉକି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସବୁଥିରେ ଲାଞ୍ଚ କାରବାର ହେଉଛି । ଯିଏ ଲାଞ୍ଚ ଦେଲା ତାକୁ ଯୋଜନାରେ ସାମିଲ କରାଯାଉଛି।  ଅଥଚ ଗରିବ ଖଟିଖିଆ ଙ୍କ ପାଇଁ ଏହି ଯୋଜନା ଯେମିତି ସାତ ସପନ ପାଲଟିଛି । ଫଳରେ ବର୍ଷ ବର୍ଷ ଧରି ଘର ଖଣ୍ଡିଏ ପାଇଁ ଲୋକେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ଯାହାର ପ୍ରତିବାଦରେ ଆଜି ଗୋଠୁଗୁଡା ପଞ୍ଚାୟର ହିତାଧିକାରୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଆବାସ ଘର ଯୋଗେଇ ଦେବାକୁ ଦାବି କରିଛନ୍ତି ।

    ଏହି ପଞ୍ଚାୟତର ବାସିନ୍ଦା ଚାଷ ବାସ, କୁଲି ମଜୁରୀ କରି ପେଟ ପୋଷୁଥିବା ବେଳେ ଘର ଖଣ୍ଡେ ତିଆରି କରିବା ପାଇଁ ଏମାନଙ୍କ ପାଖରେ ସମ୍ବଳ ନାହିଁ।ବର୍ଷ ବର୍ଷ ଧରି ଘର ଖଣ୍ଡିଏ ପାଇଁ ସମସ୍ତଙ୍କୁ ନେହୁରା ହେଉଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି । ତେବେ ଏନେଇ ଆମେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ କୃତିବାସ ନାଏକଙ୍କୁ ଭେଟିଥିଲୁ ,ସେ ଏହା ଉପରେ ତଦନ୍ତ କରିବା ସହ ଅନିୟମିତତା ଜଣା ଗଲେ ବିହିତ ପଦକ୍ଷେପ ନେବାକୁ ତଥା  ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି।

    ତେବେ ଆବାସ ଯୋଜନାରେ ଦେଖାଦେଇଥିବା ବିବାଦର କେବେ ସମାଧାନ ହେଉଛି ଏବଂ ପ୍ରକୃତ ହିତାଧିକାରୀ କେବେ ଏହାର ଲାଭ ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Back to top button