ban

  • କେନ୍ଦ୍ର ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍, ବ୍ଲକ ହେଲା ୮ ୟୁଟ୍ୟୁବ୍ ଚ୍ୟାନେଲ୍

    ଆଜିର ସୋସିଆଲ ମିଡିଆ ଯୁଗରେ ଫେକ୍ ନ୍ୟୁଜ୍ ନେଇ ସାରା ବିଶ୍ୱ ରେ ଅସୁବିଧା ଦେଖିବାକୁ ମିଳୁଛି ଏବଂ ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବଡ ମୁଣ୍ଡବିନ୍ଧା ମଧ୍ୟ ପାଲଟିଛି । କେନ୍ଦ୍ର ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଲଗାତାର ଏହା ବିରୋଧରେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ତାଜା ସୂଚନା ଅନୁଯାୟୀ, ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ଜନ ଶୃଙ୍ଖଳା ସହ ଜଡିତ ପ୍ରଚାର ପ୍ରସାର ପାଇଁ ସରକାର ୮ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିଛନ୍ତି ।କେନ୍ଦ୍ର ସରକାର ଅଂଶୀଦାର କରିଥିବା ସୂଚନା ଅନୁଯାୟୀ, ଆଇଟି ନିୟମ, ୨୦୨୧ ଅନୁଯାୟୀ ୭ଜଣ ଭାରତୀୟ ଏବଂ ଗୋଟିଏ ପାକିସ୍ତାନୀ ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲକୁ ବ୍ଲକ କରାଯାଇଛି । ବାସ୍ତବରେ ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡିକ ୧୧୪ କୋଟିରୁ ଅଧିକ ଥର ଦେଖାଯାଇଛି ।

    ଏହା ବ୍ୟତୀତ ତାଙ୍କର ୮୫ ଲକ୍ଷ ୭୩ ହଜାର ସବଷ୍କ୍ରାଇବର ଥିଲେ । ଏହାପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ଏମିତି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏକ ବଡ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ଏହା ପରେ ଭାରତରେ ୨୨ ଟି ୟୁଟ୍ୟୁବ୍ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ ସରକାର । ତୁରନ୍ତ ପ୍ରଭାବ ସହିତ ଏହି ଚ୍ୟାନେଲଗୁଡିକ ବ୍ଲକ୍ କରାଯାଇଥିଲା ।କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ଜନ ଶୃଙ୍ଖଳା ସହ ଜଡିତ ପ୍ରଚାର ପ୍ରସାର ପାଇଁ ଏହି ଚ୍ୟାନେଲଗୁଡିକ ଅବରୋଧ କରାଯାଇଥିଲା । ସେଥିମଧ୍ୟରୁ ୧୮ଟି ଭାରତୀୟ ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ବ୍ୟତୀତ ୪ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ବ୍ଲକ୍ କରାଯାଇଥିଲା ।

  • ମନଇଛା ସେବା ଶୁଳ୍କ ନେଇପାରିବେନି ହୋଟେଲ ଓ ରେଷ୍ଟୁରାଣ୍ଟ

    ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ଅଙ୍କୁଶ ଲଗାଇଛନ୍ତି ସରକାର । ଏଣିକ ମନଇଛା ସେବା ଶୁଳ୍କ ନେଇପାରିବେନି ହୋଟେଲ ଓ ରେଷ୍ଟୁରାଣ୍ଟ । କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଏ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛି । ନିର୍ଦ୍ଦେଶରେ କୁହାଯାଇଛି କୌଣସି ବି ହୋଟଲେ ବା ରେସ୍ତୋରାଣ୍ଟ ସେବା ଶୁଳ୍କ ନେଇପାରିବେ ନାହିଁ । ସିସିପିଏ ନିର୍ଦ୍ଦେଶ ଜାରି କରି କହିଛି କି ଖାଇବା ବିଲରେ ମଧ୍ୟ ସର୍ଭିସ ଟ୍ୟାକ୍ସ ଯୋଡା ଯାଇପାରିବ ନାହିଁ । ଯଦି କୌଣସି ହୋଟେଲ ଖାଇବା ବିଲରେ ସେବା ଶୁଳ୍କ ଯୋଡିବା ପାଇଁ ଚେଷ୍ଟା କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ।

    ଦୀର୍ଘ ଦିନ ହେବ ଅତିରିକ୍ତ ସେବା ଶୁଳ୍କକୁ ବିରୋଧ କରିଆସୁଥିଲେ ଲୋକମାନେ । ଏହାକୁ ବନ୍ଦ କରିବା ପାଇଁ ଦାବି କରୁଥିଲେ । ଉପଭୋକ୍ତାଙ୍କ ଅଧିକାରର ଉଲ୍ଲଙ୍ଘନ ଓ ବେଆଇନ ବ୍ୟବସାୟକୁ ରୋକିବା ପାଇଁ ସିସିପିଏ ଏହି ନିର୍ଦ୍ଦେଶ ଜାରି କିରଛି । ନିର୍ଦ୍ଦେଶରେ ପ୍ରାଧିକରଣ କହିଛି କୌଣସି ବି ହୋଟେଲ ରେସ୍ତୋରାଁ ଗ୍ରାହକଙ୍କୁ ସେବା ଶୁଳ୍କ ଦେବା ପାଇଁ ବାଧ୍ୟ କରିପାରିବେ ନାହିଁ ।

    ଗ୍ରାହକ ଚାହିଁଲେ ଖୁସିରେ ଟିପ୍ସ ଆକାରରେ ଦେଇପାରିବେ । ସେବା ଶୁଳ୍କ ଦେବେ କି ନାହିଁ ଏହା ସମ୍ପୂର୍ଣ୍ଣ ରୂପେ ଗ୍ରାହକଙ୍କ ଉପରେ ନିର୍ଭର କରେ । ରେସ୍ତୋରାଁ ହୋଟେଲ ବିଲରେ ଲାଗୁଥିବା ସ୍ବତଃ ସେବା ଶୁଳ୍କକୁ ନେଇ କଟକଣ ଲଗାଇଛି ସିସିପିଏ । କୌଣସି ପ୍ରଡକ୍ଟ କିଣିଲେ କିମ୍ବା କୌଣସି ସେବା ନେଇ ଆପଣଙ୍କୁ କିଛି ଚାର୍ଜ ଦେବାକୁ ପଡିଥାଏ । ଏହାକୁ ସେବା ଶୁଳ୍କ ବୋଲି କୁହାଯାଏ । ହୋଟେଲ ରେସ୍ତୋରାଁ ଗ୍ରାହକଙ୍କ ଠାରୁ ଖାଦ୍ୟ ପରସିବା ପାଇଁ ବା ଅନ୍ୟ କିଛି ସେବା ପାଇଁ ଏହି ଶୁଳ୍କ ନିଆଯାଇଥାଏ ।

     ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ

  • ପ୍ରସାରଣ ହେବନି ଗଣଦୁଷ୍କର୍ମ ପ୍ରୋତ୍ସାହିତ ବିଜ୍ଞାପନ

    ବିଜ୍ଞାପନ ପାଇଁ ନିନ୍ଦିତ ହେବା ପରେ ଏବେ ସର୍ବସାଧାରଣରେ କ୍ଷମା ମାଗିଛି ପର୍‌ଫ୍ୟୁମ ବ୍ରାଣ୍ଡ ଶଟ୍‌ । ପର୍‌ଫ୍ୟୁମ ବ୍ରାଣ୍ଡ ଶଟ୍‌’ ଯେଉଁ ବିଜ୍ଞାପନ ଦେଖାଉଥିଲା ତାହା ଗଣଦୁଷ୍କର୍ମକୁ ପ୍ରୋତ୍ସାହିତ କରୁଥିଲା ବୋଲି ମହିଳା କମିଶନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଥିଲେ। ଏହାପରେ ମନ୍ତ୍ରାଳୟ ମଧ୍ୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ସମସ୍ତ ଭିଡିଓକୁ ୟୁଟ୍ୟୁବ୍ ଓ ଟ୍ୱିଟରରୁ ହଟାଇ ନେବାକୁ ଜୁନ ୪ ତାରିଖରେ ନର୍ଦ୍ଦେଶ ଦେଇଥିଲେ।

    କେନ୍ଦ୍ରମନ୍ତ୍ରାଳୟର କାର୍ଯ୍ୟାନୁଷ୍ଠାନ ପରେ ଆଜି କ୍ଷମା ମାଗିଛି ପର୍‌ଫ୍ୟୁମ କମ୍ପାନୀ layer’r shot । ଏନେଇ କମ୍ପାନୀ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି “ଆମ ବିଜ୍ଞାପନ ପାଇଁ ବିଭିନ୍ନ ବର୍ଗରେ କ୍ରୋଧ ସୃଷ୍ଟି ହୋଇଛି। ଏଣୁ ଆମେ ଏଥିପାଇଁ ଦାୟିତ୍ୱସମ୍ପନ୍ନ ଭାବେ କ୍ଷମାପ୍ରାର୍ଥନା କରୁଛୁ।” ବିଜ୍ଞାପନକୁ ବିରୋଧ କରି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ। ‘ଶଟ୍’ ପର୍‌ଫ୍ୟୁମ୍‌ର ବିଜ୍ଞାପନ ଗଣଦୁଷ୍କର୍ମକୁ ପ୍ରୋତ୍ସାହିତ କରୁଛି ବୋଲି କମିଶନ ଅଭିଯୋଗ କରିଥିଲେ। ତେଣୁ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଥିଲେ ସ୍ୱାତୀ।

Back to top button