ଅପରାଧଜାତୀୟ

ଟଙ୍କା ଆଦାୟ ଅଭିଯୋଗରେ ୫ ଦାଉଦ ସହଯୋଗୀ ଗିରଫ

 ମୁମ୍ବାଇ: ଜୋରଜବରଦସ୍ତି ଟଙ୍କା ଆଦାୟ ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ବଡ  କାର୍ଯ୍ୟାନୁଷ୍ଠାନ। କ୍ରାଇମ ବ୍ରାଞ୍ଚର ଆଣ୍ଟି ଏକ୍ସଟର୍ସନ ସେଲ ଅଣ୍ଡର ୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଡି କମ୍ପାନୀ ସହ ଜଡିତ ପାଞ୍ଚ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଗ୍ୟାଙ୍ଗଷ୍ଟର ଛୋଟା ସକିଲର ନିକଟତମ ସହଯୋଗୀ ସଲିମ ଫ୍ରୁଟ ଓ ଦାଉଦର ସହଯୋଗୀ ରିୟାଜ ଭାଟିକୁ ମଧ୍ୟ ଗିରଫ କରାଯାଇଥିଲା।

ସୂଚନା ମୁତବକ, ପୁଲିସର ଅପରାଧିକ ଶାଖା ନିକଟରେ ଜୋରଜବରଦସ୍ତି ଅର୍ଥ ଆଦାୟ ଅଭିଯୋଗରେ ଗ୍ୟାଙ୍ଗଷ୍ଟର ଛୋଟା ସକିଲ ଓ ବହନୋଇ କୁରେଶୀ ଓରଫ ସଲିମ ଫ୍ରୁଟ ଓ ରିୟାସ ଭାଟିକୁ ଗିରଫ କରିଥିଲା। ଏହା ପରେ ଏହି ମାମଲାରେ ଆଉ ପାଞ୍ଚ ଲୋକଙ୍କୁ ଗିରଫ କରାଯାଇଛି। ଏମାନେ ହେଲେ ଅଜୟ ଗାଣ୍ଡା, ଫିରୋଜ ଚମଡା, ସମୀର ଖାନ, ପାପା ପଠାନ ଓ ଅମଜଦ ରେଡକର। ଏମାନେ ମୁମ୍ବାଇର ବର୍ସୋବା ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଧମକ ଚମକ ଦେଇ ତାଙ୍କଠାରୁ ୩୦ ଲକ୍ଷ ଟଙ୍କାର ଏକ କାର ଓ ୭.୫ ଲକ୍ଷ ଟଙ୍କା ଆଦାୟ କରିଥିଲେ।

Related Articles

Leave a Reply

Your email address will not be published.

Back to top button