bank

  • ଶସ୍ତାହେଲା ଏଲପିଜି ସିଲିଣ୍ଡର

    ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡର ଶସ୍ତା ହେଲା । ଆଇଟିଆର ଉପରେ ଫାଇନ । ଆଜି ଅଗଷ୍ଟ ୧ । ବଦଳୁଛି ଅନେକ ନିୟମ । ଅର୍ଥ ନେଣଦେଣର ନିୟମ ସାଙ୍ଗକୁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ  ପୈଠ କରିବାର ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି । ରନ୍ଧନ ଗ୍ୟାସର ଦରରେ ପରିବର୍ତ୍ତନ ସହ ଆଜିଠୁ ବ୍ୟାଙ୍କ ଅଫ ବରୋଦାର ଚେକ ସମ୍ପର୍କିତ ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି। କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ଆଜି ୩୬ ଟଙ୍କା ହ୍ରାସ ହୋଇଛି । ଏହି ହ୍ରାସ ପରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛା ୧୯୭୬ ଟଙ୍କା ରହିଛି ଯାହା ୨୦୧୨, ୫୦ ପଇସା ଥିଲା । ସେହିପରି ବ୍ୟାଙ୍କ ଅଫ ବରୋଦାର ଚେକ ସମ୍ପର୍କିତ ନିୟମରେ ପରିବର୍ତ୍ତନ ହୋଇଛି । ଆରବିଆଇ ଗାଇଡଲାଇନକୁ ପାଳନ କିରବାକୁ ଯାଇ ବ୍ୟାଙ୍କ ଅଫ ବରୋଦା ଏପରି ପରିବର୍ତ୍ତନ ଲାଗୁ କରିଛି । ନୁଆ  ନିୟମ ଅନୁସାରେ ଅଗଷ୍ଠ ପହିଲାରୁ ୫ ଲକ୍ଷ ଟଙ୍କାରୁ ଅଧିକମୁଲ୍ୟର ଚେକ ପେମେଣ୍ଟ ପାଇଁ ପଜିଟିଭି ପେ ସିଷ୍ଟମ ଲାଗୁ କରାଯାଇଛି । ଏହା ଅନୁସାରେ ଚେକ ଜରିଆରେ ଅର୍ଥ ନେଣ ଦେଣ କରୁଥିବା ଗ୍ରାହକ ପ୍ରଥମେ ଚେକ୍ ସମ୍ପର୍କିତ ସମସ୍ତ ତଥ୍ୟକୁ ଏମଏମଏସ , ନେଟ , ବ୍ୟାଙ୍କିଙ୍ଗ କିମ୍ବା ମୋବାଇଲ ଆପ ମାଧ୍ୟମରେ ବ୍ୟାଙ୍କକୁ ଜଣାଇବେ । ଏହା ପରେ ଚେକ୍ କ୍ଲିଅର ହୋଇପାରିବ । ଖାଲି ସେତିକି ନୁହେଁ ଠକେଇ ରୋକିବା ପାଇଁ ପଜିଟିଭ ପେ ସିଷ୍ଟମ ଲାଗୁ କରିଛନ୍ତି ରିଜର୍ଭ ବ୍ୟାଙ୍କ । ଯଦିଓ ଏହାକୁ ୨୦୨୦ ରୁ ଲାଗୁ କରାଯାଇଛି । ହେଲେ ଆଜିଠାରୁ  ବ୍ୟାଙ୍କ ଅଫ ବରୋଦା ଏହାକୁ କଡାକଡି ଭାବେ ଲାଗୁ କରିଛି । ପଜିଟିଭ  ପେ ସିଷ୍ଟମ ଅନୁସାରେ ଯଦି ଆପଣ ଚେକ ଜରିଆରେ ଟ୍ରାଞ୍ଜାକସନ କରିବାକୁ ଚାହୁଁଛନ୍ତି ତାହେଲେ ଏହାର ସବିଶେଷ ତଥ୍ୟ ପ୍ରଥମେ ଏମଏମଏସ , ନେଟ , ବ୍ୟାଙ୍କିଙ୍ଗ ଜରିଆରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜଣାଇବା ପରେ ଟ୍ରାଞ୍ଜାକସନ କରିପାରିବେ ।

    •  ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ
Back to top button