BAR AT NIGHT

  • ରାଜଧାନୀର ଡ୍ୟାନ୍ସ ବାର୍ ଉପରେ ଚଢାଉ

    ରାଜଧାନୀରେ ବାର୍ ଓ ଡ୍ୟାନ୍ସ ବାର୍ ଉପରେ ଚଢାଉ, ନିୟମ ଉଲ୍ଲଂଘନ ନେଇ ନୋଟିସ୍ ଜାରି l ରାଜଧାନୀରେ ବିଭିନ୍ନ ବାର୍ ଓ ଡ୍ୟାନ୍ସ ବାର୍ ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଅଭିଯୋଗ ପରେ ଅବକାରୀ ବିଭାଗର ଏଭଳି ପଦକ୍ଷେପ ନିଆଯାଇଛି । ରାତି ୧୧ଟା ପରେ ବାର୍ ଖୋଲୁଥିବା ନିୟମ ଉଲ୍ଲଂଘନ କରୁଥିବା ବାରକୁ ନୋଟିସ୍ ଜାରି କରାଯାଇଛି । ନୋଟିସ୍ ଜାରି ପରେ ନିୟମ ଉଲ୍ଲଂଘନ କଲେ ବାର୍ ଓ ଡ୍ୟାନ୍ସ ବାରର ଲାଇସେନ୍ସ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ ।ଭୁବନେଶ୍ବରରେ ରାତି ୧୧ଟା ପରେ ବାର୍ ଓ ଡ୍ୟାନ୍ସ ବାର୍ ଚାଲୁଛି । ବାର୍‌ରୁ ଫେରୁଥିବା ବ୍ୟକ୍ତି ମଦ୍ୟପାନ କରି ରାସ୍ତାରେ ଆତଙ୍କରାଜ କରୁଛନ୍ତି । କାଲି ଖାରବେଳ ଥାନା ଅନ୍ତର୍ଗତ ଏକ ବାର ରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା ଓ ନୋଟିସ୍ ଜାରି କରିଥିଲା l

Back to top button