bbsr

  • ରାଜଧାନୀରେ କଙ୍ଗାରୁ କୋର୍ଟ

    ଭୁବନେଶ୍ବର: ରାଜଧାନୀରେ କଙ୍ଗାରୁ କୋର୍ଟ । ଭାଇରାଲ ହେଉଛି କଙ୍ଗାରୁ କୋର୍ଟର ଭିଡ଼ିଓ । ପୋଲିସ ଉପସ୍ଥତିରେ ଏହି କଙ୍ଗାରୁ କୋର୍ଟରେ ଦୁଇ ନାବାଳକ ଓ ତାଙ୍କ ପରିବାରକୁ ଅତ୍ୟାଚାର କରାଯାଇଥିବା ନେଇ ଖଣ୍ଡଗିରି ଥାନାରେ ହୋଇଛି ଅଭିଯୋଗ ।

    କମେଣ୍ଟମରାରୁ କଙ୍ଗାରୁ କୋର୍ଟ । ଏହା କୌଣସି ଉପାନ୍ତ ଅଂଚଳର ଦୃଶ୍ୟ ନୁହଁ ଏ ହେଉଛି ଖଣ୍ଡଗିରି ଥାନା ବରମୁଣ୍ଡା ପାଲାମଣ୍ଡପ ଗାଁର ଦୃଶ୍ୟ । ଉଠ ବସ କରାଇଲେ ଓ କାନ ଧରି ଆଣ୍ଠେଇ ଦେଲେ ବି। ବାପା ପୁଅଙ୍କ ସହ ପରିବାରର ୫ ଜଣଙ୍କୁ ଗ୍ରାମସଭାରେ ଦଣ୍ଡ ଦେଇଛନ୍ତି ଗ୍ରାମବାସୀ।  ରାଜଧାନୀରେ କାଙ୍ଗାରୁ କୋର୍ଟକୁ ନେଇ ଏବେ ଚାଞ୍ଚଲ୍ୟ ଖେଳିଯାଇଛି । ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ସ୍କୁଲ ପଢୁଆ ଝିଅଙ୍କୁ  ଅଶ୍ଳୀଳ ଇଙ୍ଗିତ କରି କମେଣ୍ଟ ମାରୁଥିଲେ  ଏହି ନାବାଳକ ମାନେ । ଗାଡି ସ୍ପିଡ଼ରେ ନେଇ ଝିଅ ମାନଙ୍କୁ ସାଇଡ ମାରୁଥିଲେ । ଯଦି କେହି କମ୍ପ୍ଲେନ କଲେ ତାହାଲେ ସେମାନଙ୍କ ମୁଂହ କୁ ସିଗାରେଟ ଧୂଆଁ ଛାଡ଼ୁଥିଲେ । ଗାଁ ଲୋକଙ୍କ କହିବା କଥା ସେମାନେ ଭୁଲ କରିଥିଲେ, ଶତାଧିକ ଗାଁ ଲୋକଙ୍କୁ ଦେଖି ଭୟରେ ନିଜେ ନିଜେ ଆଣ୍ଠେଇ ପଡ଼ିଥିଲେ ଏହି ନାବାଳକ ଓ ସେମାନଙ୍କ  ପରିବାର ଲୋକେ ।

    କଙ୍ଗାରୁ କୋର୍ଟ ପରେ ଦଣ୍ଡ ପାଇଥିବା ପରିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଏହି ଗରଫଦାରିକୁ ବିରୋଧ କରିଛନ୍ତି ଗାଁ ଲୋକେ । ଅଭିଯୋଗକାରୀ- ଗାଁ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି।  ସେପଟେ କଙ୍ଗାରୁ କୋର୍ଟର ଦଣ୍ଡକୁ ସହି ନ ପାରି ଜଣେ ନାବାଳକ ଫିନାଇଲ ପିଇ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଘଟଣାର ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦେବା ପାଇଁ ଦାବି ଜୋର ଧରିଛି।

    ସେପଟେ ଖଣ୍ଡଗିରି  ଥାନା ଠାରୁ  ମାତ୍ର 2 କିଲୋମିଟର ଦୂରରେ ପାଖାପାଖି  ୨ ଘଣ୍ଟା  ଧରି  ଗ୍ରାମବାସୀ ଙ୍କ ଦବଙ୍ଗଗିରିର ଖବର  ପୁଲିସ ନିକଟରେ ନ ଥିବାକୁ ନେଇ ରାଜଧାନୀବାସୀଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ l କିଛି  ଗଣମାଧ୍ୟମ  ପ୍ରତିନିଧିଙ୍କ ଠାରୁ  ଖବର  ପାଇ ଆକ୍ସନ ମୋଡ଼କୁ ଆସିଛି କମିଶନରେଟ ପୋଲିସ । ତେବେ ଯେଉଁ ମାନେ ଏଥିରେ ସମ୍ପୃକ୍ତ ତୁରନ୍ତ ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଥାନାଧିକାରୀ ।

    କମେଣ୍ଟ ମାରିବା  ବା ଦୋଷୀକୁ ଦଣ୍ଡ ଦେବା ଭୁଲ  ନୁହେଁ। ମାତ୍ର ଆଇନକୁ  ହାତକୁ  ନେଇ ଶାସ୍ତି ଦେବା ଘଟଣା ନିନ୍ଦନୀୟ l ଏହାସହ ପୋଲିସର କିପରି ଏହି ଘଟଣାର ଖବର ପାଇ ନଥିଲା ତାହାକୁ ନେଇ ପ୍ରଶ୍ନ ଉଠୁଛି।

    ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

  • ଟ୍ରାଫିକ୍ ସମସ୍ୟା ନିୟନ୍ତ୍ରଣ

    ଭୁବନେଶ୍ୱର: ଭୁବନେଶ୍ୱର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଦିନକୁ ଦିନ ଲୋକମାନଙ୍କ ସଂଖ୍ୟା ବଢୁଥିବା ବେଳେ ଗାଡ଼ି ମୋଟର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏନେଇ ସହରରେ ଟ୍ରାଫିକ୍ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି। ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭିକେ ପାଣ୍ଡିଆନ ଆଜି ଭୋରୁ ଶିଶୁ ଭବନ ଚ୍ଛକ, ରବି  ଟକିଜ ଛକ, କଳ୍ପନା ଚ୍ଛକ, ବେହେରା ସାହି ଛକ, ରସୁଲଗଡ ଚ୍ଛକ ଓ଼ ଆଇଗିଣିଆ ଚ୍ଛକ ଆଦି ବୁଲି ଦେଖିବା ସହ  ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ପ୍ରଶାସନ  ଏବଂ ପୋଲିସର ବରିଷ୍ଠ  ଅଧିକାରୀଙ୍କ ସହ  ଟ୍ରାଫିକ ବ୍ୟବସ୍ଥାର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ପୂର୍ତ୍ତ ସଚିବ ଶ୍ରୀ ଭି ଭି ଯାଦବ, BMC କମିଶନର ପ୍ରମୁଖ ଉପସ୍ଥିତ ଥିଲେ।

  • ଦୁଇଦିନ ଧରି ଛାତ୍ରୀଙ୍କ ମିଳୁନି ପତ୍ତା

    ଭୁବନେଶ୍ୱର: ବିଜେବି କଲେଜ ଲେଡିଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ହୁଲୁସ୍ତୁଲ ପୁରା ଓଡ଼ିଶା। ଠିକ ଏତିକି ବେଳେ ଉତ୍କଳ ସଙ୍ଗୀତ ମହାବଦ୍ୟାଳୟରୁ ଆସିଛି ଛାତ୍ରୀ ନିଖୋଜର ଅଭିଯୋଗ । ଦୁଇଦିନ ଧରି ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ଶୁଭସ୍ମିତା ମଲ୍ଲିକଙ୍କ ପତ୍ତା ମିଳୁନି। ଏହାପରେ ହଷ୍ଟେଲରେ ଛାତ୍ରୀ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ।

    ଉତ୍କଳ ସଙ୍ଗୀତ ମହାବଦ୍ୟାଳୟର ଛାତ୍ରୀ ଶୁଭସ୍ମିତା ମଲ୍ଲିକ। ଶନିବାର ୟୁନିଟ ୫ରେ ଥିବା ହଷ୍ଟେଲରୁ କଲେଜକୁ ବାହାରିଥିଲେ । ହେଲେ ସେବେଠୁ ଆଉ ପେରି ନାହାଁନ୍ତି ଶୁଭସ୍ମିତା। ହଷ୍ଟେଲ ରେଜିଷ୍ଟାରୁ ଜଣାପଡ଼ିଛି ଯେ ଶୁଭସ୍ମିତା ନିଜ ମାମୁଁଭ୍କ ସହ ହଷ୍ଟେଲରୁ ବାହାରିଥିଲେ। ହେଲେ ତାପରେ କୁଆଡ଼େ ଗଲେ ସେନେଇ କିଛି ବି ଜଣାପଡ଼ିନ। ଯାଜପୁର ବରି ଅଞ୍ଚଳରେ ଶୁଭସ୍ମିତାଙ୍କ ଘର। ହେଲେ ସେ ନା ଘରୁକୁ ଯାଇଛନ୍ତି ନା ହଷ୍ଟେଲକୁ ଷପରିଛନ୍ତି। ଏହାପରେ ପରିବାର ଲୋକ ଥାନାରେ  ଏତଲା ଦେଇଛନ୍ତି।ରୁଚିକାଙ୍କ ମୃତ୍ୟୁ ଓ ଶୁଭସ୍ମିତାଙ୍କ ନିଖୋଜ ସରକାରୀ ହସ୍ପିଟାଲକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରୁଛି।

    କୁଆଡ଼େ ଗଲେ ଶୁଭସ୍ମିତା? ସୁରକ୍ଷିତ ଅଛନ୍ତି ତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନିଖୋଜ ଛାତ୍ରୀ? ହଷ୍ଟେଲର ୱାର୍ଡେନ ଓ ସୁପରିଟେଣ୍ଡେଣ୍ଟ ଶୁଭସ୍ମିତାଙ୍କ ମାମୁଁଙ୍କ ପରିଚୟ ଯାଁଚ କରିଥିଲେ କି? ସରକାରୀ ହଷ୍ଟେଲରେ କେତେ ସୁରକ୍ଷିତ ଛାତ୍ରୀ? ବର୍ତ୍ତମାନ ଶୁଭସ୍ମିତାଙ୍କୁ ଖୋଜି ବାହାର କରିବା ପୋଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ।

    ପ୍ରଶାନ୍ତ ମଶ୍ରଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍‌

Back to top button