BETRAYAL

  • ୩୦ ବର୍ଷୀୟ ଯୁବକ ପ୍ରେମରେ ୫୫ ବର୍ଷୀୟ ମହିଳା

    ଧକ୍କା ଆଉ ଧୋକ୍କା ଭିତରେ ଫରକ ରହିଛି ସତ ମାତ୍ର । ଧକ୍କା ଖାଇବା ଲୋକ ଶାରୀରିକ ଓ ମାନସିକ ଆଘାତ ପାଇଥାଏ ଆଉ ଧୋକ୍କା ଖାଇବା ଲୋକ ମାନସିକ ଆଘାତର ମାତ୍ରା ଏତେ ଅଧିକ ଯେ ସେ ଭାଙ୍ଗି ପଡେ । ପ୍ରେମରେ ଧକ୍କା ବା ଧୋକ୍କା କିଛି ନୁଆ ନୁହେଁ । ପ୍ରେମରେ ଧକ୍କା ଖାଇବା ପରେ କିଏ ସଫଳ ହୋଇଥିବାବେଳେ କିଏ ପ୍ରେମରେ ଏମତି ଧୋକ୍କା ଖାଏ ସବୁ କିଛି ଭୁଲିଯାଏ । ଲଭ ସେକ୍ସ ଧୋକ୍କା ମିଡିଆର ନିତିଦିନିଆ ଖବରରେ ପରିଣତ ହେଲାଣି । ରାଜ୍ୟରେ ହେଉ କିମ୍ଭା ରାଜ୍ୟ ବାହାରେ ପ୍ରେମ କୁ ନେଇ ଚାରିଆଡେ ଚର୍ଚ୍ଚା । ଧୋକ୍କା ଖାଇବା ପ୍ରେମରେ ସାଧାରଣ କଥା । କିନ୍ତୁ ଧୋକ୍କା ଏମିତି ଯେ ଧୋକ୍କା ଖାଇଥିବା ଲୋକ ସାରା ଜୀବନ ମନେ ରଖିବ। ଖବର ଜାଣିବା ଲୋକ ମଧ୍ୟ୍ୟ ଏ ଘଟଣାକୁ କେବେ ଭୁଲିପାରିବେ ନାହିଁ । ୩୦ ବର୍ଷ ଯୁବକ ୫୭ ବର୍ଷ କହି ପ୍ରେମରେ ୫୫ ବର୍ଷ ବୟସର ମହିଳା ଙ୍କୁ ଫସାଇଲେ ।

    ଫସିଥିବା ମହିଳା ହେଉଛନ୍ତି ଜଣେ ଅଧିକାରୀ । ନିଜ ବୟସରୁ ୨୫ ବର୍ଷ ଅଧିକ ବୟସ ମହିଳା ଙ୍କୁ ପ୍ରେମରେ ଫସାଇବା ଖାଲି ବ୍ୟତିକ୍ରମ ନା ଏହା ପଛରେ ଯୁବକ ଙ୍କ କଣ ଉଦ୍ଦେଶ୍ୟ ରହିଛି । ପ୍ରେମରେ ପୁରଷ ଙ୍କ ଠାରୁ ମହିଳା ବଡ ହେବା ଅନେକ ନଜୀର ରହିଛି । କ୍ରିକେଟିୟର ତେନ୍ଦୁଲଙ୍କର ଠାରୁ ସ୍ତ୍ରୀ ଅଞ୍ଜଳୀ ପାଖାପାଖୀ ୫ ବର୍ଷ ବଡ , ଅଷ୍ଟ୍ରେଲିଆର କ୍ରିକେଟିର ମାର୍କ ୱ ଙ୍କ ଠାରୁ ତାଙ୍କ ସ୍ତ୍ରୀ ୧୩ ବର୍ଷ ବଡ । ଅଭିଷେକ ଠାରୁ ଐଶରିଆ ୭ ବର୍ଷ ବଡ, କିଛି ମାନ୍ୟତା ଅନୁସାରେ ପ୍ରଭୁ ଶ୍ରୀରାମ ଙ୍କ ଠାରୁ ମା ସୀତା ବି ବଡ ଥିଲେ ବୋଲି କୁହାଯାଏ। କିନ୍ତୁ ପ୍ରେମରେ ୨୫ ବର୍ଷ ବଡ ମହିଳା ଙ୍କୁ ପ୍ରେମ ଓ ବିବାହ କରିବା ଘଟମା ନଶ୍ଚିତ ଭାବରେ ଉଦାହରଣ । ଯୁବକ ହେଉଛନ୍ତି ସବୀର ଅହମ୍ମଦ ମଧ୍ୟ୍ୟପ୍ରଦେଶ ଭୋପାଲ ର। ତାଙ୍କ ବୟସ ୩୦ କୁ ୫୭ ବର୍ଷ ଦର୍ଶାଇ ୫୫ ବର୍ଷ ମହିଳା ଅଧିକାରୀ ଙ୍କୁ ପ୍ରେମ ଜାଲରେ ଫଶାଇ ବାହା ହୋଇଛନ୍ତି ।

    ଏହାକୁ ପ୍ରେମରେ ଧୋକ୍କା ନା ଆଖି ଧୋକ୍କା ଖାଇଗଲା । କଣ ମ୍ୟାଜିକ ଦେଖାଇଲେ ସବୀର ଯେ ମହିଳା ଜଣଙ୍କ ଧୋକ୍କା ଖାଇଗଲେ । ସତ ଜାଣିବା ପରେ ମଧ୍ୟ୍ୟପ୍ରଦେଶ ର ରାଜଧାନୀ ଭୋପାଳ ର ଥାନା ରାତୀବଡ ଥାନାରେ ମାମଲା ଦାୟର କରିଛନ୍ତି ।ପୋଲିସ ପ୍ରେମିକ କୁ ଖୋଜୁଥିବା ବେଳେ ପ୍ରମେକ ଫେରାର ରହିଛି । ଘଟଣା ଟି ସତ ମାତ୍ର ମହିଳା ଜଣଙ୍କ ପ୍ରେମିକ ତାଙ୍କ ଠାରୁ ୨୫ ବର୍ଷ ସାନ ଥିବା କେମିତି ଜାଣିପାରିଲେ ନାହିଁ ତାହା ଚକିତ କରିଛି ।

    • ସ୍ମରିଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ
Back to top button