bhubaneswr

  • ବ୍ୟସ୍ତବହୁଳ ରାସ୍ତାର ସଜାଗ ପ୍ରହରୀ

    ଭୁବନେଶ୍ବର: ରାତି ଯାଏ ସକାଳ ଆସେ , ରାଜଧାନୀର ରାଜରାସ୍ତାରେ ଅନେକ ଗାଡି ଯିବା ଆସିବା କରେ । ସମୟ ଯେତିକି ଗଡୁଥାଏ ସେତିକି ବଢିଥାଏ ଗାଡି ସଂଖ୍ୟା । ଆଉ ଏହାକୁ ନିୟନ୍ତ୍ରଣ କରିବା ପାଇଁ ନିୟୋଜିତ ହୋଇଥାନ୍ତି ଛକ ଛକରେ ଟ୍ରାଫିକ ପୋଲିସ୍ । ପୁରୁଷ ଟ୍ରାଫିକ ପୋଲିସ ମାନଙ୍କ ସହ ମହିଳା ଟ୍ରାଫିକ ପୋଲିସ ମାନେ ସକାଳୁ ରାତି ଯାଏଁ ଏ ସହରର ଜୀବନ ରେଖାର ଦାୟିତ୍ୱକୁ ସମ୍ଭାଳିଥାନ୍ତି । ଖରା, ବର୍ଷା, ଶୀତ କାକରରେ ରାସ୍ତା ଉପରେ ଛିଡା ହୋଇ ଟ୍ରାଫିକକୁ ନିୟନ୍ତ୍ରଣ କରିଥାନ୍ତି ।

    ଖରା, ବର୍ଷା, ଶୀତ କାକରରେ ରାସ୍ତା ଉପରେ ଛିଡା ହୋଇ ଟ୍ରାଫିକକୁ ନିୟନ୍ତ୍ରଣ କରିଥାନ୍ତି ପୁରୁଷ ଟ୍ରାଫିକ ପୁଲିସଙ୍କ ସହ ମହିଳା ଟ୍ରାଫିକ ପୁଲିସ । କେଉଁ ଗାଡି କେଉଁ ରାସ୍ତାରେ ଛଡା ଯିବ, କେତେବେଳେ କେଉଁ ରାସ୍ତାକୁ ବନ୍ଦ କରାଯିବ, ଭିଡକୁ କିଭଳି ନିୟନ୍ତ୍ରଣ  କରାଯିବା  ଏସବୁ ଉପରେ ଏମାନଙ୍କର ନଜର କେନ୍ଦ୍ରୀଭୂତ ହୋଇଥାଏ । ଘର ଜଞ୍ଜାଳ ତୁଟାଇ ରାସ୍ତା ଉପରେ ସହରର ବ୍ୟସ୍ତ ବହୁଳ ଟ୍ରାଫିକ୍ ସମ୍ଭାଳିଥାନ୍ତି ଏହି ମହିଳା ଟ୍ରାଫିକ ପୋଲିସମାନେ । ବେଳେବେଳେ ରାସ୍ତା ଉପରେ ଅନେକ ନାନା ଅଶ୍ଳୀଳ କଥା କହି ଚାଲିଯାଆନ୍ତି , ତଥାପି କାହାରି କଥାକୁ ଏମାନଙ୍କ ନଜର ନ ଥାଏ। ନିଜ କାର୍ଯ୍ୟ  କରିଚାଲିଥାନ୍ତି ଓ ବ୍ୟସ୍ତ ବହୁଳ ରାସ୍ତାକୁ ଶୃଙ୍ଖଳିତ କରି ଜୀବନ ଯାତ୍ରାକୁ ସହଜ କରିବାରେ ହୋଇଥାନ୍ତି ସହାୟକ।

    ସକାଳ ହେଲେ ପ୍ରତ୍ୟକ ଛକରେ  ମହିଳା ଟ୍ରାଫିକ ପୋଲିସମାନେ ନିଜ କାମରେ ଯୋଗ ଦେଇଥାନ୍ତି । ସକାଳୁ ରାତି ଯାଏଁ ନିଜର କର୍ତ୍ତବ୍ୟକୁ ଅତି ନିଷ୍ଠାର ସହ କରିଥାନ୍ତି । ଖରାକୁ ଖାତିର ନଥାଏ କି ବର୍ଷାକୁ ଡର ନଥାଏ । ଧୂଳି ଧୂସର ରାସ୍ତା ଉପରେ ଛିଡା ହୋଇ ପୂରା ସହରର ଟ୍ରାଫିକକୁ ନିୟନ୍ତ୍ରଣ କରିଥାନ୍ତି ଏମାନେ । ନୀଳ ପ୍ୟାଣ୍ଟ ଧଳା ସାର୍ଟ, ହାତରେ ଗୋଲ୍ବସ , ମୁଣ୍ଡରେ ଟୋପି ଆଉ ଆଖିରେ କଳା ଚଷମା ଲଗାଇ ଛିଡା ହୋଇଥାନ୍ତି ବିଭିନ୍ନ ଛକରେ ।

    କେତେବେଳେ ଥକା ଲାଗିଲେ ରାସ୍ତା କଡର ଗଛ ଛାଇ ଏହିମାନଙ୍କ ଆଶ୍ରୟସ୍ଥଳୀ ହୋଇଥାଏ। ପୂର୍ବ ଅପେକ୍ଷା ସରକାର ଏମାନଙ୍କ ପାଇଁ ଅନେକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏମାନଙ୍କ  ସ୍ବାସ୍ଥ୍ୟ ପାଇଁ ମଧ୍ୟ ସରକାରଙ୍କ ତରଫରୁ ପ୍ରତ୍ୟକ ମାସରେ ହେଲ୍ଥ ଚେକଅପର ବ୍ୟବସ୍ଥା ରହିଛି ।  ବିଭିନ୍ନ ଛକ ଗୁଡିରେ ଟ୍ରାଫିକ ପୋଷ୍ଟ ମଧ୍ୟ ନିର୍ମାଣ କରାଯାଇଛି । କିନ୍ତୁ କିଛି ଜାଗାରେ ଏବେ ସୁଧା ଟ୍ରାଫିକ ପୋଷ୍ଟ କରାଯାଇ ନାହିଁ କି ଆଉ କିଛି ଛକରେ ଶୌଚାଳୟ ବ୍ୟବସ୍ଥା ମଧ୍ୟା ନାହିଁ । ଯଦି ଏମାନଙ୍କ ପାଇଁ ଶୌଚାଳୟ ସହ ଏକ ଟ୍ରାଫିକ ପୋଷ୍ଟର ବ୍ୟବସ୍ଥା କରାଯାଇପାରିବ ବୋଧେ ଏହାହିଁ ଏମାନଙ୍କ ପାଇଁ  ଶ୍ରେଷ୍ଠ ଉପହାର ହେବ ।

    କାଦମ୍ୱରୀ ସାହୁଙ୍କ ରିପୋର୍ଟ

  • ରାଜଧାନୀରେ ପୁଣି ବୋମାମାଡ଼

    ରାଜଧାନୀରେ ପୁଣି ବୋମାମାଡ଼ । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ମାଳିସାହି ଗାଁରେ ବୋମାମାଡ଼ ହୋଇଛି। ଏହି ବୋମାମାଡରେ ୨ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତିକରାଯାଇଛି । ସେପଟେ ଘଟଣା କୁ ନେଇ ଛାନବୀନ କରୁଛି କମିଶନରେଟ ପୋଲିସ । ବୋମାମାଡ କରିଥିବା ଯୁବକ ଜଣକ ଅକ୍ଷୟ ସାହୁ ବୋଲି ଜଣାପଡିଛି । ଅଭିଯୁକ୍ତ ଅକ୍ଷୟ ହେଉଛି ଜଣେ ପେଶାଦାର ଅପରାଧି । ଅକ୍ଷୟ ପ୍ରଥମେ ଏକ ଖାଲି ସ୍ଥାନରେ ବୋମା ବିସ୍ପୋରଣ କରିଥିଲା । ଏହା ଦେଖି ସ୍ଥାନୀୟ ଲୋକମାନେ ଅକ୍ଷୟକୁ ବିରୋଧ କରିଥିଲେ । ଅକ୍ଷୟ ଲୋକଙ୍କ ଠାରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଲୋକଙ୍କୁ ବୋମା ଫିଙ୍ଗି ଥିଲା । ଏଥିରେରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଖୁବଶିଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛନ୍ତି ଡିସିପି ।

  • ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ

    ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ। ବିଏମସି ଜାରି କଲା କଡା ନିର୍ଦ୍ଦେଶ। ଦିନକୁ ଦିନ ରାଜ୍ୟରେ କରୋନା ତାରା କାୟା ମେଲଉଛି। ରାଜ୍ୟରେ ସର୍ବାଧିକ କରୋନା ସଂଖ୍ୟା ପ୍ରତିଦିନ ତିନି ଅଙ୍କ ପାର କରୁଛି। ତେବେ ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ହେଉଛି ଖୋର୍ଦ୍ଧା। ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ୬୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ନେଇ କଟାକଣା ବଢାଇଛି ଭୁବନେଶ୍ୱର ମହାନଗର ନିଗମ।
    ପୂର୍ବ ପରି ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ ସହ ଦୁଇ ମିଟର ସାମିଜିକ ଦୂରତା ରକ୍ଷା କରିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏହା ସହ ସପିଙ୍ଗ ମଲ୍ ଏବଂ ଦୋକାନ ଗୁଡିକରେ ସାମାଜିକ ଦୂରତା ରଖିବାକୁ କୁହାଯାଇଛି। ବାହାରେ କୌଣସି ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି। ନିୟମିତ ଭାବେ ହାତକୁ ହ୍ୟାଣ୍ଡୱାସ୍ ବା ସାବୁନରେ ଧୋଇବାକୁ ପରାମର୍ଶ ଦିଆଯାଇଛି।

    • ଶୁଭଲକ୍ଷ୍ମୀ ସାହୁଙ୍କ,ରିପୋର୍ଟ
Back to top button