ଅପରାଧଜାତୀୟ

ସାଇବର ଠକଙ୍କ ଲୋଭରେ ପଡି ହରାଇଲେ 2 ଲକ୍ଷ

ଗୁଜୁରାଟ: ଜଣେ ମହିଳାଙ୍କୁ ଲୋଭ ଦେଖାଇ ଠକି ନେଇଛନ୍ତି ଦୁଇ ଲକ୍ଷ । ଲାଇକ ଓ ସବ୍ସକ୍ରାଇବ ବଦଳରେ ଟଙ୍କା ରୋଜଗାର କରିପାରିବା ଲୋଭରେ ଫସିଯାଇଛନ୍ତି ଜଣେ ମହିଳା । ଘଟଣାଟି ଦେଖିବାକୁ ମିଳିଛି ଗୁଜୁରାଟର ଘୁମାରେ । ଠକେଇ ପରେ ହୋଇଛନ୍ତି ଥାନାର ଦ୍ୱାରସ୍ଥ ।

ଠକେଇର ଶିକାର ହୋଇଛନ୍ତି ଗୁଜୁରାଟର ଘୁମା ନିକଟ ନନ୍ଦବିହାର ଅଞ୍ଚଳରେ ରହୁଥିବା  ରଚନା ଭାବସରା । ରଚନା ଏକ ଟେଲିକମ କମ୍ପାନୀରେ କାମ କରନ୍ତି । ଡିସେମ୍ବର 8 ତାରିଖରେ ଜାରା ନାମକ ଜଣେ ମହିଳା ରଚନାଙ୍କ ମୋବାଇଲକୁ ୱାଟସପରେ ମେସଜ କରି ପାର୍ଟ ଟାଇମ କାମ କରିବାକୁ କଥା ପଚାରିଥିଲେ  । ଏଥିରେ ମହିଳା ଜଣକ ଟଙ୍କା କମେଇବାର ଲୋଭରେ ପଡି ରାଜି ହୋଇଯାଇଥଲେ ।

ପରେ ରଚନାଙ୍କ ଠାରୁ ବିଭିନ୍ନ ଡକ୍ୟୁମେଣ୍ଟ ମାଗିଥିଲେ ଏବଂ ଡକ୍ୟୁମେଣ୍ଟ ଚାକିରି ଦେଉଥିବା କମ୍ପାନୀଙ୍କୁ ପଠାଇବେ ବୋଲି କହିଥିଲେ । ପରେ ତାଙ୍କୁ ଅନ୍ୟ ଏକ ନମ୍ବରରେ ମେସଜ ଆସିଲା ଓ ଟଙ୍କା ରୋଜଗାର କରିବା ପାଇଁ ବିଭିନ୍ନ ୟୁଟ୍ୟୁଭ ଭିଡିଓ, ରିଲ୍ସ ଓ ଟେଲିଗ୍ରାମ ଚ୍ୟାନେଲକୁ ସବ୍ସକ୍ରାଇବ କରିବାକୁ କହିଥିଲେ । ଏଥିରେ ମହିଳା ଜଣକ ଖୁସି ହୋଇ ପଠାଯାଇଥିବା ଟେଲିଗ୍ରାମ ଚ୍ୟାନେଲ ରେ ଜଏନ କରିଥିଲେ । ପଠାଯାଇଥିବା ଗ୍ରୁପକୁ ସବ୍ସକ୍ରାଇବ ଓ ଲାଇକ କରିଥିଲେ ଯାହାଦ୍ୱାରା ତାଙ୍କୁ ପ୍ରଥମ ଥର ପାଇଁ 150 ଟଙ୍କା ମିଳିଥିଲା ।

ତେବେ ଡିସେମ୍ବର 12 ତାରିଖରେ ତାଙ୍କୁ ଆଉ ଏକ ମେସେଜ ଆସିଥିଲା ଯେଉଁଥିରେ ତାଙ୍କୁ 10.000 ଜମା କରିବାକୁ କହିଥିଲେ । ସେ ଏଥିରେ ରାଜି ହୋଇ ତୁରନ୍ତ ଟଙ୍କା ଟ୍ରାନ୍ସଫର କରିଥିଲେ ତାଙ୍କୁ କୌଣସି ପ୍ରକାର ଟଙ୍କା ରିଟର୍ଣ୍ଣ ହୋଇନଥିଲା । ମହିଳାଙ୍କ ଲୋଭ ଏଥିରେ କମିନଥିଲା। ଅନ୍ୟପଟେ ସାଇବର ଠକଙ୍କଠାରୁ ତାଙ୍କୁ ବାରମ୍ବାର ଟଙ୍କା ମଗାଯାଇଥିଲା ଓ ସେ ଏହା ଦେଇ ଚାଲିଥିଲେ । ସେ ଜାଣିଲା ବେଳକୁ ପାଖା ପାଖି 2 ଲକ୍ଷ ଟଙ୍କା ହରେଇ ସାରିଥିଲେ ।

ଏହାପରେ ମହିଳା ଜଣକ ଏ ବିଷୟରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଆଧାର କରି ବିଭିନ୍ନ ମାମଲା ରଜୁ କରି ତଦନ୍ତ ଆରମ୍ଭ କରିଛି ।

Related Articles

Leave a Reply

Your email address will not be published.

Back to top button