birbhum tmc leader

  • ବୀରଭୂମ ଟିଏମସି ନେତା ହତ୍ୟା ଘଟଣାର ତଦନ୍ତ କରିବ ସିବିଆଇ

    ବୀରଭୂମ ଟିଏମସି ନେତା ଭାଦୁ ସେଖ ହତ୍ୟା ଘଟଣାର ତଦନ୍ତ କରିବାକୁ ଶୁକ୍ରବାର ସିବିଆଇକୁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ । ସିବିଆଇ କରିବ ଭାଦୁ ହତ୍ୟା ଘଟଣାର ତଦନ୍ତ। ଶୁକ୍ରବାର କୋଲକାତା ହାଇକୋର୍ଟ ସିବିଆଇକୁ ଭାଦୁ ହତ୍ୟା ଓ ବୀରଭୂମ ହିଂସା ଘଟଣାର ତଦନ୍ତ ଦାୟିତ୍ବ ଦେଇଛନ୍ତି। ଗୁରୁବାର ଏହି ମାମଲାରେ ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବ ଓ ଜଷ୍ଟିସ ରାଜଶ୍ରୀ ଭରଦ୍ବାଜଙ୍କ ଖଣ୍ଡପୀଠରେ ସିବିଆଇ ତାର ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିଥିଲା। ସିବିଆଇ ତଦନ୍ତ ରିପୋର୍ଟର ପ୍ରାଇମା ଫେସିରୁ ଜଣାପଡିଥିଲା କି,  ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ରାଜନୈତିକ ଶତ୍ରୁତାକୁ ନେଇ ଏହି ହିଂସାକାଣ୍ଡ ଘଟିଥିଲା। ଭାଦୁଙ୍କ ହତ୍ୟା ପରେ ପ୍ରତିଶୋଧ ପରାୟଣ ହୋଇ  ପ୍ରାୟ ୧୦ଟି ଘର ଉପରେ ବୋମାମାଡ କରାଯାଇଥିଲା, ଯେଉଁଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ସେପଟେ ଏହି ମାମଲାରେ ଗୁରୁବାର ଖଣ୍ଡପୀଠଙ୍କ ନିକଟରେ ଏକାଧିକ ଆବେଦନ ହୋଇଥିଲା। ଆବେଦନରେ କୁହାଯାଇଥିଲା କି, ୧୦ ଘରେ ଲାଗିଥିବା ନିଆଁ ଭାଦୁ ସେଖ ହତ୍ୟାର ପ୍ରତିଶୋଧ ନେବା ପାଇଁ ଲଗାଯାଇଥିଲା। ଆବେଦନ ଓ ସିବିଆଇ ରିପୋର୍ଟ ଆଧାରରେ କୋର୍ଟ କହିଥିଲେ, ଉଭୟ ଘଟଣା ପ୍ରାୟ ଦୁଇ ଘଣ୍ଟା ବ୍ୟବଧାନରେ ହୋଇଥିଲା। ଦୁଇଟି ଯାକ ଘଟଣା ମଧ୍ୟରେ ଘନିଷ୍ଠ ସମ୍ବନ୍ଧ ରହିଛି। ତେଣୁ ତଦନ୍ତକାରୀ ସଂସ୍ଥା ଉଭୟ ଘଟଣାର ଯାଞ୍ଚ କଲେ ଘଟଣା ପଛର ସତ୍ୟତା ଜଣାପଡିବା ସହ ନ୍ୟାୟ ପ୍ରଦାନ କାଳରେ ଏହା ସହାୟକ ହେବ। ଏଥିସହ କୋର୍ଟ ରାଜ୍ୟ ପୁଲିସ ଅଧିକାରୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ସିବିଆଇକୁ ତୁରନ୍ତ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୀରଭୂମର ଟିଏମସି ନେତା ଭାଦୁ ସେଖଙ୍କୁ ମାର୍ଚ୍ଚ ୨୧ ତାରିଖରେ ବୋମା ମାଡ କରି ହତ୍ୟା କରାଯିବା ପରେ ଏକାଧିକ ଘରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତମାନେ। ଫଳରେ ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏହି ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ଏସଆଇଟି ଗଠନ କରିଥିଲେ। କିନ୍ତୁ ହାଇକୋର୍ଟ ନିଜ ତରଫରୁ ଏହି ମାମଲାକୁ ଗୁରୁତର ସହ ନେଇ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Back to top button