body

  • ନଦୀକୂଳରୁ ମୃତଦେହ ଉଦ୍ଧାର

    ବଲାଙ୍ଗିର: ନଦୀକୂଳରୁ ଏକ ମୁଣ୍ଡବିହୀନ ମୃତଦେହ ଉଦ୍ଧାର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା କମରଲଗା ଗାଁ ଦେଇ ପ୍ରବାହିତ ହେଉଥିବା ଲାନ୍ଥନଦୀ କୂଳରେ। ତେବେ ଶବଟି ୧୮ରୁ ୨୫ ବର୍ଷ ଭିତରେ ହୋଇଥିବା ଏକ ଯୁବତୀର ବୋଲି ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ସଇଁତଳା ପୋଲିସ ସମେତ ବଡ଼ମାଳ ଫାଣ୍ଡି ଅଧିକାରୀ, ଟିଟିଲାଗଡ଼ ଏସ.ଡ଼ି.ପି.ଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କୂଳରେ ରକ୍ତ ପଡିଥିବାରୁ ଏହା ଏକ ହତ୍ୟା କାଣ୍ଡ ବୋଲି ପୂର୍ବରୁ ସନ୍ଦେହ ଦେଖା ଦେଇଥିବା ବେଳେ ବର୍ତମାନ ଏହା ଏକ ସୁପରକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। ସେହି ନଦୀ କୁଳରେ ଯୁବତୀ ର ମୁଣ୍ଡ କୁ ଅତି ନୃଶଂସ ଭାବରେ କଟା ଯାଇ ଶରୀର କୁ ନଦୀ ଭିତରେ ଫିଙ୍ଗି ଦେଇ ହତ୍ୟାକାରୀ ମାନେ ଫେରାର ମାରିଥିବା ସୂଚନା ମିଳିଛି l ଘଟଣାସ୍ଥଳରେ ବଲାଙ୍ଗୀର ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ସହ ବଲାଙ୍ଗୀର ଏସ ପି. ନିତିନ କୁଶଲକର ପହଂଚି ତଦନ୍ତ କୁଆହୁରି ବ୍ୟାପକ କରିଛନ୍ତି l ତେବେ ସମ୍ପୃକ୍ତ ଯୁବତୀ କୁ ପ୍ରଥମେ ଦୁଷ୍କର୍ମ କରି ପରେ ହତ୍ୟା କରିଥିବା ସନ୍ଦେହ ଘନୀଭୂତ ହୋଇଛି l ଉକ୍ତ ମୃତଦେହର ମୁଣ୍ଡ ଖୋଜିବାରେ ଲାଗିଛି ପୋଲିସ।

  • ଟ୍ରାକ୍ଟରରୁ ମିଳିଲା ୫୦ ଶବ

    ଟ୍ରାକ୍ଟର ଟ୍ରେଲର ରୁ ମିଳିଲା ୫୦ ଶବ । ଆମେରିକାର ଟେକସାସ୍ ରୁ ଟ୍ରାକ୍ଟର ଟ୍ରେଲର ରୁ ଶବ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି । ଅଙ୍ଗ ତସ୍କରୀ ସମୟରେ ମାରି ଦେଇଥିବା ସନ୍ଦେହ କରାଯାଉଛି । ୧୬ ଜଣଙ୍କ ଅବସ୍ଥା ସଙ୍ଗୀନ ରହିଛି । ମିଡିଆ ରିପୋର୍ଟ ଅନୁସାରେ ଶବ ଭର୍ତ୍ତି ବାହନ ସେନ ଏଣ୍ଟିନିଓ ସହରରୁ ଦକ୍ଷିଣରେ ବାହାର ଅଞ୍ଚଳରେ ଦୁର ଦକୁନ୍ତ ରେ ରେଳ ପଟରୀ ପାଖରୁ ମିଳିଥିଲା । ସେନ ଏଣ୍ଟିନିଓ ପୋଲିସ ଆନୁଷ୍ଟାନିକ ଭାବରେ କିଛି କିହିନାହାଁନ୍ତି । ଆମେରିକାର ଟେକସାସ୍ ସେନ ଏଣ୍ଟେନିଓ ପାଖରେ ୫୦ ଲୋଙ୍କ ଶବ ମିଳିଲା । ୧୬ ଜଣଙ୍କ ଅବସ୍ଥା ସଙ୍ଗୀନ ଥିବା ବେଳେ ସାମାନଙ୍କ ଚିତ୍କିସା ଚାଲିଛି । ପୋଲିସ ମୁଖ୍ୟ ଉଇଲିୟମ୍ ମେକମେକମ୍ କହିଛନ୍ତି ସଂନ୍ଧ୍ୟା ୬ ଟା ପାଖାପାଖି ଚିଲିଇେବା ଭଳି ବିଭିନ୍ନ ପ୍ରକାର ଶଦ୍ଦ ଶୁଭିଲା ।

    ୫୦ ଜଣଙ୍କ ମଧ୍ୟ୍ୟରୁ ୪୬ ଜମଙ୍କ ମୃତ୍ୟୁ ଜଣାପଡିଥିବା ବେଳେ ୪ ଜଣଙ୍କର ରାସ୍ତା ମୃତ୍ୟୁ ହୋଇଥିଲା । ଫାୟାର ବ୍ରିଗେଡ୍ ସୁତନା ଅନୁସାରେ ମୃତଙ୍କ ମଧ୍ୟ୍ୟ,ରେ ୩୯ ପୁରୁଷ ୧୧ ଝଣ ମହିଳା ଅଛନ୍ତି । ଟେକସାସ୍ ର ସଙ୍ଘୀୟ କୋର୍ଟ ରେ ରାଜ୍ୟ ସରକାର ଙ୍କ ପକ୍ଷରୁ ଦାୟର ହେଉଥିବା ୟାଚିକାର ଶୁଣାଣି କରିଛନ୍ତି । ସମସ୍ତେ ନିଜର ପରିବାର ପ୍ରତି ଯତ୍ନବାନ ଥିଲେ । ମୃତକ ମାନେ ଦେଶର ତାହା ବର୍ତ୍ତମାନ ସୁଦ୍ଧା ଜଣାପଜିନାହିଁ । ମୃତକ ମାନଙ୍କୁ ଟ୍ରେଲର ଭିତରେ ଅଣନିଶ୍ବାସୀ ହୋଇ ମୃତ୍ୟୁ ହୋଇଥିବା ଜଣାପଡୁଛି । ମୃତକ ମାନେ କେଉଁ ଦେଶର ଜଣାପଡିନାହିଁ । ମେକସିକୋ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ମୃତକ ମାନଙ୍କ ପ୍ରତି ସମବେଦେନା ଜଣାଇଛନ୍ତି ।

    • ସ୍ମରିଜିତ ଆର୍ଯ୍ୟ ଙ୍କ ରିପୋର୍ଟ
  • ମଣିଷ ମୁହଁ ପୋକର ଘର…

    ନିଜର ଚେହେରାକୁ କିଏ ବା ଭଲ ନ ପାଆନ୍ତି। ସମସ୍ତେ ଚାହାଁଥାନ୍ତି ଏକ ବିନା ଦାଗର ଓ ପାଲିସ ଚେହେରା। ନିଜ ଚେହେରାକୁ ସୁନ୍ଦର ଓ ଚମକ୍ ବନାଇବା କିଏ ଦେଶୀ ଉପଚାର କରିଥାନ୍ତି ତ ଆଉ କିଏ କିଏ ବିଦେଶୀ କମ୍ପାନୀର ବିଭିନ୍ନ କ୍ରିମ ଲଗାଇଥାନ୍ତି। ଅନେକଙ୍କ ମୁହଁ ଦେଖିଲେ ମନ ଖୁସି ହୋଇଯାଏ। ଚେହେରା ଥାଏ ବେଶ ଆକର୍ଷଣୀୟ ଓ ଦାଗ ଶୂନ୍ୟ। ହେଲେ ଆପଣମାନେ ଭାବନ୍ତୁ ନାହିଁ ଯେ, ଆପଣଙ୍କ ଚେହେରା ସବୁ ଦୃଷ୍ଟିରୁ ଉତ୍ତମ। ହେଲେ ଜାଣିନଥିବେ ସେହ ସୁନ୍ଦର ଚେହେରାଟି କେତେ କୀଟଙ୍କ ବାସଗୃହ। ଚେହେରା ଆକର୍ଷଣୀୟ ହେଉ ବା ନ ହେଉ, କିନ୍ତୁ ସମସ୍ତ ତ୍ୱଚାରେ କୀଟଙ୍କ ବାସ। ସେମାନେ ମୁହଁରେ ବଂଶବୃଦ୍ଧି କରିଥାନ୍ତି । ଏହା ଏକ ନୂତନ ଅଧ୍ୟୟନରେ ସାମ୍ନାକୁ ଆସିଛି।
    ଆପଣଙ୍କ ଚେହେରାରେ ବାସ କରୁଥିବା କୀଟକୁ କୁହାଯାଏ ମାଇଟ।

    ଏହା କ୍ରମାଗତ ଭାବରେ ଚର୍ମରେ ବଢିବାରେ ଲାଗିଥାଏ। ସେମାନେ ଚର୍ମ ଉପରେ ଯୌନ ସମ୍ପର୍କ ରଖିଥାନ୍ତି। ଏହି ମାଇଟ୍ଗୁଡିକ ତ୍ୱଚାରେ ଥିବା ଛିଦ୍ର ବା କଣାଗୁଡିକରେ ନିଜର ମୁଣ୍ଡକୁ ପୁରାଇ ରଖିଥାନ୍ତି ଏବଂ ବାକି ଅଂଶଗୁଡିକୁ ବାହାରେ ରଖିଥାନ୍ତି। ପୃଥିବୀରେ ବାସ କରୁଥିବା ଅଧିକାଂଶ ଲୋକଙ୍କ ମୁହଁରେ ଏହି ମାଇଟ୍ ବଂଶ ବିସ୍ତାର କରିଛି। ମଣିଷ ହେଉଛି ଏକ ଏକମାତ୍ର ଜୀବ, ଯାହାର ମୁହଁରେ ଡୋମୋଡୋକ୍ସ ଫୋଲିଁକୁଲୋରମ ନାମକ ଏହି ମାଇଟ୍ ବାସ କରିଥାଏ। ସେମାନେ କେବଳ ଆମ ଚେହେରାରେ ଜନ୍ମ ହୋଇଥାନ୍ତି। ଏବଂ ଚେହେରାକୁ ଖାଦ୍ୟ ଭାବରେ ଖାଇଥାନ୍ତି। ସେମାନଙ୍କ ଜୀବନ କାଳ କେବଳ ୨ ସପ୍ତାହ ପର୍ଯ୍ୟନ୍ତ ହୋଇଥାଏ। ସେଠାରେ ସେମାନେ ପ୍ରଜନନ କରନ୍ତି ଏବଂ ସେଠାରେ ମରିଯାଇଥାନ୍ତି। ଏହି ମାଇଟସ କେବଳ ମଣିଷ ଶୋଇବା ପରେ ଏହା ମୁହଁର ଛିଦ୍ରରୁ ବାହାରି ତ୍ୱଚାର ଚାରିପଟେ ବୁଲିଥାନ୍ତି। ନିଜ ପାଇଁ ସାଥୀକୁ ଖୋଜି ସୋମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥାନ୍ତି। ଏହାପରେ ସେ ମୁହଁରେ ଥିବା ଛିଦ୍ର କଣାରେ ପୁଣି ପଶିଯାନ୍ତି।

    ଡେମୋଡେସ୍କ ଫୋଲିଁକୁଲୋରମ ନାମକ ଏହି ମାଇଟସର ପୁରା ଜୀବନ ଆପଣଙ୍କ ତ୍ୱଚାର ମୃତ କୋଷିକାଗୁଡିକୁ ଖାଇବା ଜୀବନ ଜୀଇଁଥାନ୍ତି। ଏହି ମାଇଟସ୍ ଗୁଡିକ ମଣିଷ ଉପରେ କେବଳ ନିର୍ଭରଶୀଳ । ଅନ୍ୟ କୌଣସି ପ୍ରାଣୀଙ୍କ ନିକଟକୁ ଯାନ୍ତି ନାହିଁ। ନୂତନ ଅଧ୍ୟାୟନରେ ଏହା ଜଣାପଡିଛି ଯେ, ପୂର୍ବରୁ ଏହି ମାଇଟସ୍ ମଣିଷ ଶରୀରରେ ନଥିଲା। ଏହା ପୂର୍ବରୁ ଏଗୁଡିକ ବାହ୍ୟ ପରଜୀବ ଥିଲା। ଯାହା ପରବର୍ତ୍ତୀ ସମୟରେ ମଣିଷ ଶରୀରରେ ରହିଗଲେ ଏବଂ ମଣିଷ ସହ ପାରସ୍ପରିକ ସମ୍ପର୍କ ରଖିଆସୁଛନ୍ତି। ବୈଜ୍ଞାନିକମାନେ ବର୍ତ୍ତମାନ ଏହି ମାଇଟର ଜିନୋମକୁ ଅନୁକରଣ କରୁଛନ୍ତି, ଯେପରି ଏହା ଜଣାପଡିବ କି, କାହିଁକି ଏହି କୀଟ ମଣିଷ ଚେହେରାକୁ ଏତେ ଭଲ ପାଇଥାନ୍ତି ଏବଂ ସେଠାରେ ରହିଥାନ୍ତି?

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
Back to top button