born

  • ଶିଶୁ ଜନ୍ମ ପରେ ଭଗବାନ କହିଲେ ଲୋକେ

    ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏମିତି ଏକ ଶିଶୁର ଜନ୍ମ ହୋଇଛି ଯାହାକୁ ଦେଖିବାକୁ ଲାଗିଛି ଲୋକଙ୍କ ଭିଡ। କେହି ଶିଶୁକୁ ପ୍ରକୃତିର ଚମତ୍କାର କହୁଛନ୍ତି ତ ପୁଣି କେହି କହୁଛନ୍ତି ଭଗବାନଙ୍କ ପୁନର୍ଜନ୍ମ। ଜନ୍ମିତ ଶିଶୁର ରହିଛି ୪ ଗୋଡ ଓ ୪ ହାତ। ଏସମ୍ପର୍କରେ ଡାକ୍ତର କୁହନ୍ତି, ଗର୍ଭରେ ଦୁଇଟି ଗର୍ଭଧାରଣ କରିଥିଲେ ମା। କିନ୍ତୁ ଜଣଙ୍କର ବିକାଶ ସଠିକ ରୂପେ ହୋଇ ପାରି ନାହିଁ, ଯେଉଁଥିପାଇଁ ଅନ୍ୟଠାରେ ଅପରିପକ୍ବ ଶିଶୁର ଗୋଡ ହାତ ହୋଇଛି।

    ଶିଶୁଟର ଜନ୍ମ ପରେ ସୋସିଆଲ ମିଡିଆରେ ଶିଶୁର ଫଟୋ ଭାଇରାଲ ହୋଇଥିଲା।  ଶିଶୁର ଜନ୍ମ ଉତ୍ତର ପ୍ରଦେଶର ହରଦୋଇରେ ଜୁଲାଇ ୨ରେ ହୋଇଛି। ଶିଶୁର ଜନ୍ମ ସମୟରେ ତାର ଓଜନ ୩ କୋଜି ରହିଥିଲା। ଶିଶୁର ଅତିରିକ୍ତ ହାତ ଗୋଡ ସମ୍ପର୍କରେ ଜଣା ପଡିବା ପରେ ଶିଶୁଟିକୁ ଦେଖିବାକୁ ଲୋକଙ୍କ ଭିଡ ଜମିଛି ନବଜାତକଙ୍କ ଘରେ ଜମୁଛି। ଶିଶୁଟିର ପେଟ ଉପରେ ଦ୍ବିତୀୟ ଶିଶୁର ବେକ ଲାଗି ରହିଥିଲେ ମଧ୍ୟ ତାର ବିକାଶ ସମ୍ପୂର୍ଣ୍ଣ ହୋଇ ପାରି ନାହିଁ।

    ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀ ୧୭ରରେ ବିହାରର କଟିହାରରେ  ଏହିପରି ୪ ହାତ ଗୋଡ ଥିବା ଶିଶୁ ଜନ୍ମ ହୋଇଥିଲା। ସେହିପରି ବିହାରରେ ୨୦୨୧ ଡିସେମ୍ବରରେ ମଧ୍ୟ ତିନି ହାତ ଓ ତିନି ଗୋଡ ଥିବା ଶିଶୁ ଜନ୍ମ ହୋଇଥିଲା।

  • ଚଳନ୍ତା କାରରେ ଜନ୍ମ ହେଲା ଛୁଆ…

    ଚଳନ୍ତା କାରରେ ଜନ୍ମ ହେଲା ଛୁଆ। କାଏରା ମୁଶେଟି କ୍ୟୁମ୍ଭରିଆ ହସପିଟାଲ ର କିଛି ଦୁରରୁ ଥିବା ସମୟରେ ତାଙ୍କ ଛୁଆ ଟିଏ ଜନ୍ମ ହେଲା । ଜଣେ ମହିଳା ବିଏମଡ୍ୟୁ ଗାଡିରେ ଛୁଆ କୁ ଜନ୍ମ ଦେଇଛନ୍ତି । କ୍ୟୁମ୍ଭରିଆ ରାସ୍ତା ରେ ବନ୍ୟା ଜଳ କୁ ପାର କରି ହସପିଟାଲ ରେ ପହଞ୍ଚିବା ପାଇଁ ତୀବ୍ର ବେଗରେ ଗାଡି ଚଳାଇ ଯାଉଥିବା ସମୟରେ ଝିଅଟିଏ ଜନ୍ମ ହୋଇଛି । ୨୮ ବର୍ଷୀୟ କାଏରା ମୁଶେଟି ଫରନେସ ଜେନେରାଲ ହସପିଟାଲରେ ଛୁଆଟିକୁ ଜନ୍ମ ଦେଇଛନ୍ତି । ଝିଅ ରା ନା ସିଏନା ।

    ଗାଡି ରେ ତାଙ୍କ ସହ ତାଙ୍କ ପାର୍ଟନର ୩୨ ବର୍ଷୀୟ ଜେମସ୍ ଷ୍ପେନସି ଉପସ୍ଥିତ ଥିଲେ । ବାପା ମା ଝିଅ ସିଏନରା ଡେଲିଭରିକୁ ଡ୍ରାମାଟିକ୍ ଡେଲିଭରି ବୋଲି କହିଛନ୍ତି । ଏହା ହେଉଛି ତାଙ୍କର ଦ୍ଵିତୀୟ ସନ୍ତାନ। ବିଏମଡ୍ୟୁ ୩ ସିରିଜ୍ ରେ ଉଭୟ ପତୀ ପତ୍ନୀ ଯିବା ସମନୟରେ ଛୁଆ ଜନ୍ମ ହେବା ତାଙ୍କ ଗୋଟିଏ ମେମୋରୀ ହୋଇ ରହିବ । ପ୍ରଥମ ଛୁଆ ଟି ମଧ୍ୟ୍ୟ ପ୍ରିମ୍ୟାଚୁର । ମାଞ୍ଚେଷ୍ଚରେ ଏକ ବିବାଦ କାର୍ଯ୍ୟ ରେ ଯୋଗ ଦେବା ସମୟରେ ଛୁଆ ଜନ୍ମ ହେଲା ।। ଛୁଆ ଜନ୍ମ ହେଲେ ସମସ୍ତେ ଖୁସିରେ ବିଭୋର ହୋଇଥାନ୍ତି । କିନ୍ତୁ ଛୁଆ ଜନ୍ମ ସହତି ଆଉ ଗୋଟିଏ ସ୍ମୃତି ଯୋଡି ହୋଇଯାଉଛି । ।

    • ସ୍ମରିଜିତ ଆର୍ଯ୍ୟଙ୍କ ରିପୋର୍ଟ
Back to top button