ଜାତୀୟ

ହିମାଚଳ ପ୍ରଦେଶରେ ଭୂ-କମ୍ପର ଝଟକା, ତୀବ୍ରତା ୩.୬

ଶିମଲା : ହିମାଚଳ ପ୍ରଦେଶରେ ଭୂ-କମ୍ପର ଝଟକା ଅନୁଭୂତ ହୋଇଛି । ଆଜି ସକାଳେ କିନୈାରରେ ଭୂ-କମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ଥିଲା ୩.୬ । ଏଥିରେ କ୍ଷୟକ୍ଷତି ସମ୍ପର୍କିତ କୌଣସି ସୂଚନା ମିଳିନାହିଁ ।

ପାଣିପାଗ ବିଜ୍ଞାନ କେନ୍ଦ୍ର ଶିମଲାର ସୂଚନା ମୁତାବକ, ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟା ୫୦ ମିନିଟ୍ ସମୟରେ କିଛି ସେକେଣ୍ଡ ପାଇଁ ଏହି ଭୂ-କମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ଥିଲା ୩.୬ । ଏହାର କେନ୍ଦ୍ର ସ୍ଥଳ କିନୌରରେ ଭୂପୃଷ୍ଠରୁ ୫ କି.ମି. ତଳେ ରହିଥିଲା । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ଭୂ-କମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା କୁହାଯାଇଛି । ଏଥି ପୂର୍ବରୁ ମଧ୍ୟ କିନୌରରେ ଅନେକ ଥର ଭୂ-କମ୍ପର ଝଟକା ଅନୁଭୂତ ହୋଇଛି ।

Related Articles

Leave a Reply

Your email address will not be published.

Back to top button