boy

  • ପୁଅ ପରେ ବାପାର ଆତ୍ମହତ୍ୟା

    ପୁଅ ପରେ ବାପାର ଆତ୍ମହତ୍ୟା। ପୁଅର ମୃତ୍ୟୁ ସହ୍ୟ କରିନପାରି ଫାଶୀ ଲଗାଇ ଜୀବନ ହାରିଲା ବାପା। ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନ ଉଦୟପୁରରେ । ଗୁଜୁରାଟରୁ ଡ୍ୟୁଟି ସାରି ଗାଁକୁ ଫେରି ବହୁ ଜୋରରେ କାନ୍ଦିବାକୁ ଲାଗିଲା ପୁଅ। ମୃତ୍ୟୁ ପୂର୍ବରୁ ନିଜର ଭିଡିଓ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲା। ଯାହାର ଭିଡିଓ ଭାଇରାଲ ହୋଇଥିବା ଜଣାପଡିଛି। ଗୁଜୁରାଟ ସୁରଟରେ ଦେବୀ ସିଂ ନାମକ ଜଣେ ଯୁବକ କାମ କରୁଥିବା ବେଳେ, କିଛି ଦିନ ଛୁଟି ନେଇ ନିଜ ଗାଁ ଉଦୟପୁର ଗୋଗୁଣ୍ଡା ଅଞ୍ଚଳକୁ ଜୁଲାଇ ୧୧ ତାରିଖରେ ଆସିଥିଲା। ହେଲେ ଘରକୁ ଯିବା ପରିବର୍ତ୍ତେ ଗାଁ ପୋଖରୀକୁ ଯାଇଥିଲା ଦେବୀ। ସେଠାରେ ସେ ବଟିକା ଖାଇଥିଲେ।

    ଏହାର ଭିଡିଓ କରି ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଯାହାର ଭିଡିଓ ଭାଇରାଲ ହେବା ସହ ଘଟଣାର ଅଧଘଣ୍ଟା ପରେ ଦେବୀଙ୍କ ବଡଭାଇ ରୂପ ସିଂ ଇନଷ୍ଟାଗ୍ରାମରେ ଦେଖି ତାଙ୍କର ଜଣେ ବନ୍ଧୁଙ୍କୁ କହିଥିଲେ। ରୂପଙ୍କ ସାଙ୍ଗ ଘଟଣାସ୍ଥଳରେ ପହଞ୍ଚି ଆମ୍ୱୁଲାନ୍ସକୁ ଡକାଇ ହସ୍ପିଟାଲ ନେବାବେଳକୁ ଅଧାବାଟରେ ଦେବୀଙ୍କ ମୃତ୍ୟୁ ହୋଇଥିଲା। ମୃତଦେହକୁ ଗାଁକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପୁଅର ଏଭଳି ମୃତ୍ୟୁ ଦେଖି ବାପା ଆଶ୍ଚର୍ଯ୍ୟ ହୋଇ ରୀତିନୀତି କରିବା ମାତ୍ରେ ନିଜେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ଦେବୀ ସିଂଙ୍କ ବଡ ଭାଇ ରୂପ ସିଂ ଏନେଇ ଥାନାରେ ମାମଲା ରୁଜୁ କରିଛନ୍ତି। ଏହାସହ ପୋଲିସ ମଧ୍ୟ ଦେବୀଙ୍କ ମୋବାଇଲରୁ ବହୁ ତଥ୍ୟ ବାହାର କରିବା ସହ ପ୍ରେମଜନିତରୁ ଆତ୍ମହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରିଛି।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
  • ୧୦ ବର୍ଷର ଛୁଆକୁ ଗିଳିଲା କୁମ୍ଭୀର

    ଚମ୍ୱଲ ନଦୀ କୂଳରେ ଗାଧୋଇବାକୁ ଯାଇଥିବା ବେଳେ ୧୦ ବର୍ଷର ଛୁଆକୁ ଗିଳିଦେଲା କୁମ୍ଭୀର। ଗ୍ରାମବାସୀ ଉକ୍ତ କୁମ୍ଭୀରକୁ ଜାଲ ପକାଇ ଧରିଥିଲେ। ଧରାପଡିବା ପରେ କୁମ୍ଭୀର ପେଟ ଭିତରୁ ପୁଅକୁ ଜୀବିତ ବାହାର କରିବାକୁ ଗ୍ରାମବାସୀ ଜିଦ୍ ଧରିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ। କୁମ୍ଭୀରଟି ବାଳକଟିକୁ ଗିଳିଦେବା ପରେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟଖେଳି ଯାଇଛି। ଏକଠାର ସୈପୁରସ୍ଥିତ ଚମ୍ୱଲ ନଦୀରେ ସୋମବାର ସକାଳେ ଜଣେ ୧୦ ବର୍ଷର ନାବାଳକ ଗାଧୋଉଥିବା ବେଳେ କୁମ୍ଭୀରଟି ଛକି ହୋଇ କୂଳରେ ରହିଥିଲା। ଏହାପରେ କୁମ୍ଭରଟି ବାଳକକୁ ନଦୀ ମଝିକୁ ଟାଣି ନେଇଯାଇଥିଲା। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଏହାକୁ ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପରିବାର ଲୋକ ଏବଂ ସ୍ଥାନୀୟ ଲୋକେ ମିଶି ଜାଲ ବିଛେଇ କୁମ୍ଭୀରଟିକୁ ଧରିବାରେ ସଫଳ ହୋଇଥିଲେ।

    ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ ଓ ପୁଲିସ ବିଭାଗ ପହଞ୍ଚି ଥିଲେ। ବନ ବିଭାଗ ଅଧିକାରୀ ଗ୍ରାମବାସୀଙ୍କୁ କୁମ୍ଭୀରଟିକୁ ଛାଡିବା ପାଇଁ କହିଥିଲେ କିନ୍ତୁ ସେମାନେ ରାଜି ହୋଇନଥିଲେ। ପରିବାର ଲୋକ କୁମ୍ଭୀର ପାଟି ଭିତରୁ ବାଳକଟିକୁ ବାହର କରିବା ପରେ ଯାଇ ସେମାନେ କୁମ୍ଭୀରଟିକୁ ଛାଡିବେ ବୋଲି ଅଡି ବସିଥିଲେ। ଗ୍ରାମବାସୀ କହିଛନ୍ତି ଯେ, ପିଲାଟି କୁମ୍ଭୀର ପେଟରେ ଅଛି। । କୁମ୍ଭୀର ପାଟିରେ ଗ୍ରାମବାସୀ ଏକ ବଡ ବାଉଁସ ଦେଇଥିଲେ। ଗ୍ରାମବାସୀ ବିଳମ୍ୱିତ ରାତି ପର୍ଯ୍ୟନ୍ତ କୁମ୍ଭୀରକୁ ବାନ୍ଧି ଚମ୍ୱଲ ନଦୀ କୂଳରେ ପିଲାଟି କୁମ୍ଭୀର ପେଟରୁ ବାହାରିବା ଅପେକ୍ଷାରେ ବସି ରହିଥିଲେ। ରଘୁନାଥପୁର ପୋଲିସ ଷ୍ଟେସନ ଦାୟୀତ୍ୱରେ ଥିବା ଶ୍ୟାମବୀର ସିଂ ତୋମାରଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପିଲାଟି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ କୁମ୍ଭୀରଟି ପାଣି ଭିତରକୁ ଟାଣି ନେଇଥିବା କଥା ଗ୍ରାମବାସୀ କହିଛନ୍ତି।

    ଏହାର ତଦନ୍ତ ଜାରି ଅଛି ବୋଲି ପୋଲିସ ଅଧିକାରୀ କହିଛନ୍ତି। ସେପଟେ ଘଟଣାର କିଛି ସମୟ ପରେ ପରିବାର ଲୋକେ ଏବଂ ସର୍ମ୍ପକୀୟ ମିଶି ବାଳକକୁ ଖୋଜାଖୋଜି କରିଥିଲେ। କିନ୍ତୁ ପିଲାଟି କେଉଁଠି ମିଳିନଥିଲା। ଏହାସହ SDRF ଟିମ୍ ମଧ୍ୟ ବାଳକର ସନ୍ଧାନରେ ନିୟୋଜିତ ଅଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ଅଧିକାରୀ କହିଛନ୍ତି ଯେ, ଯଦି କୁମ୍ଭୀରଟି ବାଳକ ଉପରେ ଆକ୍ରମଣ କରିଛି, ତେବେ ସେ ଟିକେ ଖାଇବା ପରେ ତାଙ୍କୁ ଛାଡି ଦେଇଥାଏ।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
  • ୧୦ ବର୍ଷ ପରେ ନାକରୁ ବାହାରିଲା କଏନ

    ବେଳେବେଳେ ବର୍ଷ ବର୍ଷ ଧରି ଅଟକି ରହିଥିବା ସମସ୍ୟାର ହଠାତ୍ ଓ ମନକୁ ମନ ସମାଧାନ ହୋଇଯାଇଥାଏ । ଯେମିତି ଘଟିଛି ଉମର ନାମକ ବାଳକ କ୍ଷେତ୍ରରେ। ଦୀର୍ଘ ୧୦ ବର୍ଷ ଧରି ଯେଉଁ ସମସ୍ୟାକୁ ନେଇ ବାଳକଟି ଛଟପଟ ହେଉଥିଲା, ଆଖି ପିଛୁଳାକେ ତାର ଅଜାଣତରେ ତାର ହୋଇଗଲା ସମାଧାନ। ୧୦ ବର୍ଷ ପରେ ବାହାରକୁ ଆସିଲା ଜଣେ ବାଳକଙ୍କ ନାକରେ ପସି ରହିଥିବା ଏକ କଏନ୍ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥିବ, କିନ୍ତୁ ଘଟଣାଟି ସତ । ବାଳକ ଜଣଙ୍କ ଛିଙ୍କି ଦେବା ପରେ ତାଙ୍କ ନାକ ପଟେ କଏନଟିଏ ବାହାରି ଅସିଥିବା ଦେଖିବାକୁ ମିଳିଛି । ବାଳକଙ୍କୁ ଏବେ ୧୪ ବର୍ଷ ବୟସ । ତାଙ୍କୁ ୪ବର୍ଷ ହୋଇଥିବା ବେଳେ ତାଙ୍କ ନାକରେ ଏକ କଏନ ପସିଯାଇଥିଲା ।

    ବାଳକ ଜଣଙ୍କ ହେଉଛନ୍ତି ଦକ୍ଷିଣ ଲଣ୍ଡନର ବାସିନ୍ଦା । ତାଙ୍କ ନାଁ ହେଉଛି ଉମର୍ । ଉମର୍ଙ୍କ ନାକରେ ଏକ କଏନ ପସିଯାଇଥିବା କଥା ତାଙ୍କର ମନେ ବି ନଥିଲା । ମାତ୍ର ନାକରୁ କଏନ୍ ବାହାରିବା ପରେ ତାଙ୍କୁ ଖୁବ ଭଲ ଅନୁଭବ ହୋଇଥିବା ସେ କହିଛନ୍ତି । ନାକରେ ଅନେକ ଥର ତାଙ୍କ ଘା ହୋଇଥିଲା । ସେ ଏକଥା ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ । ଏନେଇ ସେ ବହୁ ବାର ଡାକ୍ତରଙ୍କ ପାଖକୁ ଯାଇଛନ୍ତି ମଧ୍ୟ । ମାତ୍ର ତାଙ୍କ ନାକରେ କଏନ ପଶିଥିବା କଥା ଡାକ୍ତରମାନେ ବି ଜାଣିପାରୁ ନଥିଲେ ।

    ରିପୋର୍ଟରୁ ଜଣା ପଡିଛି ଯେ ଉମେସଙ୍କ ନାକରେ ଅଚାନକ ଭୀଷଣ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ଲାଗିଲା ଯେପରି ତାଙ୍କ ନାକରେ କିଛି ଫସିଯାଇଛି । ସେ ତାଙ୍କ ବାମ ନାକକୁ ବନ୍ଦ କରି ଡାହାଣ ନାକରେ ଜୋର୍ ଜୋର୍ ନିଶ୍ୱାସ ନେବାରେ ଲାଗିଲେ । ଏପରି କରିବାରୁ ତାଙ୍କୁ ଛିଙ୍କ ଆସିଥିଲା ଓ ସେ ଛିଙ୍କିବାରୁ ତାଙ୍କ ନାକରୁ କଏନଟି ବାହାରିଥିଲା ।

    • ଅର୍ଚ୍ଚନା ଆଳୁକଙ୍କ ରିପୋର୍ଟ
  • ସାତଜଣଙ୍କ ପତ୍ନୀ…ଗୋଟିଏ ଝିଅ

    ଗୋଟିଏ ଝିଅ। ହେଲେ ସାତ ଜଣଙ୍କ ପତ୍ନୀ। ବିବାହ ହୁଏ। ମାସକ ପରେ କିନ୍ତୁ ଦେଖିଲା ବେଳକୁ କନ୍ୟା ଛୁ। କେବଳ ଏକା ଛୁ ମାରେନା। ଗଲା ବେଳକୁ ପୁରା ଘର ଖାଲି କରିଦିଏ। ପୁରା ପ୍ରକରଣରେ ଝିଅ ସହ ପୁରା ୧୧ ଜଣିଆ ଗ୍ୟାଙ୍ଗ୍‌ ସାମିଲ। ବନ୍ଧୁତା କରି ବିବାହ ସହ ସର୍ବସ୍ୱ ଲୁଟି ଫେରାର ହୋଇଯାଉଥିବା ଏହି ଲୁଟେରା ଗ୍ୟାଙ୍ଗକୁ ଧରିବା ଲାଗି ପୁଲିସ ଜାଲ ବିଛାଇଛି। ହେଲେ ଏ ଯାଏ ଧରାପଡିନାହାନ୍ତି।
    ନାଁ କାଜଲ। କିନ୍ତୁ କଳାକନା ବୁଲାଇବାରେ ମାହିର୍। କିଭଳି ବନ୍ଧୁତା କରିବ। ତା ପରେ ନିଜ ଜାଲରେ ଫସାଇ ବିବାହ କରିବ। ଆଉ କ୍ଲାଇମାକ୍ସ ହେବ ପୁରା ଘର ଲୁଟ୍ ଯୋଜନାରେ।

    ଏମିତି ସେମିତି ପୁଅକୁ ଫସାଇନି। ଇଞ୍ଜିନିଅର, ଡାକ୍ତର ଭଳି ବଡ଼ ପଦପଦବୀ ଧାରୀ ଯୁବକଙ୍କ ସହ ସୋସିଆଲ ମିଡିଆରୁ ବନ୍ଧୁତାର ସମ୍ପର୍କ ଯୋଡିଥାଏ ଚତୁର କାଜଲ। ଦିଲ୍ଲୀରେ ରହି ଦିଲ୍ ଦେଉ ଦେଉ କେମିତି ଚୂନ ଲଗାଇଛି ଅନେକଙ୍କୁ, ତାକୁ ଯିଏ ଶୁଣୁଛି। ତାଜୁବ ହେଉଛି। କାଜଲ ଏକା ନୁହେଁ। ସେ କେବଳ ମୋହରା। କାରଣ ତାକୁ ଅପରେଟ କରନ୍ତି ୧୧ ଜଣିଆ ଗ୍ୟାଙ୍ଗ୍। ୧୧ ଜଣିଆ ଗ୍ୟାଙ୍ଗ୍ ପାଇଁ କାମ କରେ କାଜଲ। ଏମାନଙ୍କର ଉଦ୍ଦେଶ୍ୟ ସପିଂ, ସୋସିଆଲ ମିଡିଆରେ ସମୟ ବିତାଇବା ସହ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବା। ୮ ଜଣ ପୁରୁଷଙ୍କୁ କାଜଲ ବିବାହ କରି ପ୍ରତାରଣା କରିବା ପରେ ପୋଲିସ ଘଟଣାର ଖୋଳତାଡ ଜାରି ରଖିଛି।

    ବିବାହ କରି ସର୍ବସ୍ୱ ଲୁଟ୍‌ କରି ଫେରାର ହୋଇଥିବା ଏହି ଗ୍ୟାଙ୍ଗକୁ ଧରିବାରେ ଫେଲ୍ ମାରିଛି ପୁଲିସ। ସୋସିଆଲ ମିଡିଆରେ ପୁରୁଷଙ୍କ ସହ ବନ୍ଧୁତା ସ୍ଥାପନ କରେ କାଜଲ। ତାପରେ କିଛି ଦିନ କଥାବାର୍ତ୍ତା କରି ମିଶିବା ପରେ ବିବାହ କରନ୍ତି। ଏହାପରେ କିଛି ଦିନ ଧରି ସ୍ୱାମୀ ସ୍ତ୍ରୀ ଏକାଠି ରୁହନ୍ତି। ପରିବାରଲୋକଙ୍କ ସହ ମିଶିବା ପରେ ସେମାନଙ୍କ ବିଶ୍ୱାସ ଜିତିଥାଏ। ପରେ ସେ ତାଙ୍କ ଗ୍ୟାଙ୍ଗ ସଦସ୍ୟଙ୍କୁ ତାଙ୍କ ଶାଶୁଘର ପରିବାର ଲୋକ ଭାବରେ ଗ୍ରହଣ କରିଥାନ୍ତି। ଏତିକି ବେଳେ ଗ୍ୟାଙ୍ଗ ସାହାଯ୍ୟରେ ସେମାନଙ୍କ ସହ ମିଶି ସ୍ୱାମୀଙ୍କଠାରୁ ଲୁଟି ଫେରାର ହୋଇଯାଇଥାନ୍ତି ମହିଳା ଏବଂ ତାଙ୍କ ଗ୍ୟାଙ୍ଗର ସଦସ୍ୟ।

    ଏଇ ଯେମିତି ଫରିଦାବାଦ ବଲାଭଗଡରେ ରହୁଥିବା ଅଜୟ ଏକ ଡେଟିଂ ଆପ୍‌ ଜରିଆରେ କାଜଲ ନାମକ ଜଣେ ମହିଳାଙ୍କ ସହ ବନ୍ଧୁତା କରିଥିଲେ। ମାସେ କଥାବାର୍ତ୍ତା ହେବା ପରେ ଉଭୟ ଦିଲ୍ଲୀରେ ସାକ୍ଷାତ ହୋଇଥିଲେ। ସେପଟେ କାଜଲଙ୍କ ପରିବାରଲୋକେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ରହୁଥିବା ନେଇ କହିଥିଲେ କାଜଲ। ତାଙ୍କ ପରିବାରଲୋକଙ୍କ ସହ ଅଜୟଙ୍କୁ ଦେଖା କରିବା ସହ ପରିଚିତ କରାଇଥିଲେ। ଅଜୟ ୧୧ ଜଣଙ୍କୁ ଦେଖା କରିଥିଲେ। ଯାହାକୁ କାଜଲ ତାଙ୍କ ସମ୍ପର୍କୀୟ ବୋଲି କହି ପରିଚିତ କରାଇଥିଲେ।

    ଏପଟେ କାଜଲଙ୍କ ପ୍ରେମରେ ପଡିବା ସହ ବିବାହ କରିବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି ଅଜୟ। ପରେ ବିବାହ କଥା ଶୁଣି ରାଜି ହେବା ସହ ପରିବାରଲୋକେ ମଧ୍ୟ ଖୁସି ହୋଇଯାଇଥିଲେ। ୨୦୨୦ ଅଗଷ୍ଟ ୭ ରେ ଉଭୟଙ୍କ ବିବାହ ହୋଇଥିଲା। ପରେ ଉଭୟେ ବହୁ ଖୁସିରେ ସମୟ ଅତିବାହିତ କରୁଥିଲେ। ଏହାସହ କାଜଲ ଅଜୟଙ୍କୁ କିଛି ମାଗୁନଥିବା ବେଳେ ଟଙ୍କା ସଞ୍ଚୟ ପାଇଁ ବାରମ୍ୱାର କରୁଥିଲେ। ହେଲେ ବିବାହର ପ୍ରଥମ ବିବାହ ବାର୍ଷିକୀର ୪ ଦିନ ପୂର୍ବରୁ ସବୁକିଛି ଅଚାନକ ବଦଳି ଯାଇଥିଲା। ଅଜୟ ସନ୍ଧ୍ୟାରେ ଘରକୁ ଫେରିବା ପରେ ପୁରା ଘର ଖାଲି ହୋଇଯାଇଥିଲା ଏବଂ କାଜଲ ଘରେ ନଥିବା ଜାଣିବାକୁ ପାଇଥିଲେ ଅଜୟ।

    କାଜଲଙ୍କ ସପ୍ତମ ଶିକାର ହୋଇଥିଲେ ଅଜୟ। କାଜଲ ପରିବାରଲୋକଙ୍କ ଖୁବ ଯତ୍ନ ନେଇଥିବା ବେଳେ ହୃଦୟ ମଧ୍ୟ ଜିତିଥିଲେ। ଏହାସହ କାଜଲ ଅଜୟଙ୍କୁ ଏକ ବୁଟିକ ଖୋଲି କାମ କରିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ୨୦ ଲକ୍ଷ ଆବଶ୍ୟକ ଥିଲା। ପରେ ଅଜୟ ନିଜ ସଞ୍ଚୟରୁ କାଜଲଙ୍କୁ ୧୫ ଲକ୍ଷ ଟଙ୍କା ଦେଇଥିଲେ। ଏବଂ ବାକି ଟଙ୍କା ପାଇଁ ଋଣ ମଧ୍ୟ ନେଇଥିଲେ। ନଭେମ୍ୱର ୨୦ରେ କାଜଲ ସଞ୍ଜନା ନାମକ ବୁଟିକ ଖୋଲିଥିଲେ। ବୁଟିକ ଠିକଠାକ ଚାଲିଥିବା ବେଳେ ଅଜୟ ତାଙ୍କ କାମ ପାଇଁ ଦିଲ୍ଲୀରୁ ହରିୟାଣା ଯାଇଥିଲା ବେଳେ କାଜଲ ଘରର ସମସ୍ତ ଜିନିଷ ଲୁଟି ନେଇଗଲେ। ଯାଉଥିବା ବେଳେ ପଡୋଶୀ ପଚାରିବାରୁ ଫରିଦାବାଦ ଯାଇଥିବା କହି ଚତୁରତାର ସହ ଟାଳି ଦେଇଥିଲେ।

    ଅଜୟ କାଜଲଙ୍କୁ କଲ୍ କରିଥିଲେ ବି ତାଙ୍କ ଫୋନ୍ ସ୍ୱିଚଅଫ୍ ଦେଖାଇଥିଲା। ସନ୍ଦେହ କରି ଘରେ ପହଞ୍ଚିବାରୁ ଯାହା ଦେଖିଲେ ତାଙ୍କର ହୋସ୍ ଉଡିଯାଇଥିଲା। ଘରେ ଓ ବୁଟିକ୍ ସପ୍ ରେ କୌଣସି ସାମଗ୍ରୀ ନଥିଲା। ପ୍ରାୟ ୪୫ ଲକ୍ଷ ଟଙ୍କା ଠକି ନେଇ କାଜଲ ଫେରାର ହୋଇଯାଇଥିବା ନିଶ୍ଚିତ ହେବା ପରେ ପୁଲିସକୁ ଜଣାଇଥିଲେ। ପୁଲିସ ବି ବିଶ୍ୱାସ କରିପାରିନଥିଲା। ତେବେ କାଜଲର ଅସଲ ଚିତ୍ର ଓ ଚରିତ୍ର ଧୀରେ ଧୀରେ ପଦାକୁ ଆସିବାରେ ଲାଗିଲା।

    ଏହା ଆଗରୁ କାଜଲ ୭ ଜଣଙ୍କୁ ଏମିତି ଚୂନ ଲଗାଇଥିବା କଥା ସାମ୍ନାକୁ ଆସିଲା। ନୋଏଡା, ଗାଜିଆବାଦ, ଗୁରୁଗାଁଓ ଫରିଦାବାଦ ଏବଂ ଦିଲ୍ଲୀର ବାସିନ୍ଦା କାଜଲଙ୍କ ଦ୍ୱାରା ଶିକାର ହୋଇଥିବା ଜଣାପଡିଛି। ତେବେ କାଜଲଙ୍କ ୯ ଆଧାରକାର୍ଡ, ୬ଟି ପ୍ୟାନକାର୍ଡ ସହ ଭୋଟରକାର୍ଡ ଜବତ କରିଛି ପୁଲିସ। ଆଉ କାଜଲ ଓ ତାହାର ଗ୍ୟାଙ୍ଗକୁ ଧରିବାକୁ ଚେଷ୍ଟା ଜାରି ରଖିଛି।

    • ସୌନ୍ଦର୍ଯ୍ୟା ମହାନ୍ତି ଓ ପ୍ରଦୀପ ନାୟକଙ୍କ ରିପୋର୍ଟ
Back to top button