brahmapur

  • ବିବେକ ଏକ୍ସପ୍ରେସରେ ଧୂଆଁ; ଭୟଭୀତ ରେଳ ଯାତ୍ରୀ

    ଦିବୃଗଡ – କନ୍ୟାକୁମାରୀ ଯାଉଥିବା ବିବେକ ଏକ୍ସପ୍ରେସରେ ଧୂଆଁ । ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ବାହାରିଲା ଧୂଆଁ । ଟ୍ରେନର ଚକା ଜାମ୍ ଥିବାରୁ ଧୂଆଁ ବାହାରିଥିଲା । ଯାହା ଫଳରେ ଯାତ୍ରା କରୁଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ । ତେବେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି । ଟ୍ରେନ୍‌ଟିର ତ୍ରୁଟି ମରାମତି ପରେ ଟ୍ରେନ୍‌ଟି ପୁଣି ଯାତ୍ରା ଆରମ୍ଭ କରିଛି ।

  • ବଢୁଛି ଅପରାଧ, ଚିନ୍ତାରେ ପୋଲିସ

    ବ୍ରହ୍ମପୁର : ବ୍ରହ୍ମପୁରରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ  । ହତ୍ୟା ଲୁଟଠୁ ଆରମ୍ବ କରି ରାହଜାନି , ଦୁଷ୍କର୍ମ ପରି  ବହୁସଙ୍ଗୀନ ମାମଲା ସାମନାକୁ ଆସିବା ପରେ ବ୍ରହ୍ମପୁର ପୋଲିସର  ଚିନ୍ତା ବଢିବାରେ ଲାଗିଲାଣି  । ଅନେକ ସମୟରେ ପୋଲିସ ବ୍ରହ୍ମପୁରକୁ ଅପରାଧ ମୁକ୍ତ କରିବାକୁ ସଚେତନତା ମୂଳକ ଅଭିଯାନ ଆରମ୍ଭ କରିଥିଲେ ବି ସଫଳ ହୋଇପାରୁନାହିଁ  । ଯାହାକୁ ନେି ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠୁଥିବାବେଳେ ଆଗକୁ ଆଇନ ଶୃଙ୍ଖଳାକୁ ନେଇ କଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର।    

    ବ୍ରହ୍ମପୁରରେ ଦିନକୁ ଦିନ ଅପରାଧୀକ କାର୍ଯ୍ୟଳାପ ବଢିବାରେ ଲାଗିଛି ।  ହତ୍ୟା, ଲୁଟ, ଡକାୟତିଠାରୁ ଆରମ୍ଭ କରି ରାହାଜାନି, ଗଣଦୁର୍ଷ୍କମ ଭଳି ସଙ୍ଗିନ ଅଭିଯୋଗ ହେଉଛି  ।  ହେଲେ ପୋଲିସର ହାତ ଖାଲି  । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏବେ ସହରବାସୀଙ୍କ ମନରେ ଛନକା ପଶିଛି ।  ବ୍ରହ୍ମପୁରବାସୀଙ୍କ ସୁରକ୍ଷା କାହା ହାତରେ ବୋଲି ପ୍ରଶ୍ନ କରିବା ସହ ଶିଘ୍ର ସୁରକ୍ଷା ଯୋଗାଇ ଦେବାକୁ ସ୍ବର ଶାଣିତ ହେଲାଣି । ନୂଆ ବର୍ଷ ଆଗମନ ପୂର୍ବରୁ ଜିରୋ ଟଲେରାନ୍ସ ପନ୍ଥା ଅପଣାଇବାକୁ ପୋଲିସର ପ୍ରଚେଷ୍ଟା  । ଫୋକସରେ ରହିଛି ୧୫ଟି ଥାନା  । ଯାହାକୁ ଅପରାଧୀଙ୍କ ପେଷ୍ଠସ୍ଥଳୀ ବୋଲି ପୋଲିସ କହିଛି  ।   2022 ମସିହାରେ 4 ହଜାର 287 ଗୋଟି ମାମଲା ଆସିଛି ପୋଲିସ ନିକଟକୁ  । ଯାହା ୨୦୨୧ଠାରୁ ୧ ହଜାର ଅଧିକ  ।  ଏଥିରେ ପ୍ରାୟ 25 ଗୋଟି ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ପ୍ରାୟ 100 ଟି ଦୁଷ୍କର୍ମ ମମଲା ରୁଜୁ ହେବା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । 

    ସେପଟେ ନୂଆ ବର୍ଷ ଆରମ୍ଭ ପୂର୍ବରୁ ହିଁ ପୋଲିସ ଆରମ୍ଭ କରିଛି ରଣନୀତି  । ଆଗକୁ ଜିରୋ ନାଇଟ ଓ ନୂଆ ବର୍ଷ ସେଲିବ୍ରେସନ ରହିଥିବାବେଳେ, ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟରେ ରଖି ସହରର ବିଭିନ୍ନ ଥାନାର ଥାନା ଅଧିକାରୀ ଓ ଏସ୍ଡିପିଓଙ୍କୁ ନେଇ  ଅପରାଧୀଙ୍କୁ ଉପରେ ଲଗାମ ଲଗାଇବା ଦିଗରେ ପୋଲିସର ଯୋଜନା ପ୍ରସ୍ତୁତ ହୋଇଛି ।  ପ୍ରମୁଖତଃ ମଦ୍ୟପ ଗାଡି ଚାଲକଙ୍କ ଉପରେ ଲଗାମ ଲଗାଇବା ଦିଗରେ  ଜିରୋ ନାଇଟ ସେଲେବ୍ରେସନ ସମୟରେ ସହରର ବିଭିନ ସ୍ଥାନରେ ମଦୁଆ ଧରା ଗାଡିକୁ ନିୟୋଜିତ କରିବା ସହ ପେଶାଦାର ଅପରାଧିଙ୍କୁ କିଭଳି ସାବଡ଼ କରାଯିବ ସେ ନେଇ ବିଭିନ୍ନ ଥାନା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଏସ୍ପି । 

    ଅପରାଧିକ କାର୍ଯ୍ୟକଳାପ କୁ ନେଇ ସହର ବସି ନିଜକୁ ଅସୁରକ୍ଷିତ ମନେ କରୁଠୁବାବେଳେ, ପୋଲିସ ର ଏହି ନୂଆ ରଣନୀତି ଅପରାଧୀଙ୍କୁ ଲଗାମ ଲଗାଇବା ଦିଗରେ କେତେ ସହାୟକ ହେବ ତାହା ପରବର୍ତ୍ତୀ ସମୟରେ ହିଁ ଜଣାପଡିବ… । 

    ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

  • ରାଜୀବ ଆବାସକୁ ଲାଞ୍ଜିପାଲି ବସ୍ତି ଲୋକଙ୍କ ନାଁ

    ବ୍ରହ୍ମପୁର:  ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ସହରରେ ଚାଲିଛି ବସ୍ତି ଉଚ୍ଛେଦ ପ୍ରକ୍ରିୟା। ଏହି କ୍ରମରେ ଆସ୍କା ରୋଡ ସ୍ଥିତ ଜଗବନ୍ଧୁ ବନ୍ଧ ହୁଡା ବସ୍ତିକୁ ଉଚ୍ଛେଦ କରାଯାଇଛି । ୯୦ଟି ଘରକୁ ନୋଟିସ ଦେଇ ଉଚ୍ଛେଦ କରାଯାଇ ରାଜୀବ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଇଛି । ସେପଟେ ନଭେମ୍ବରରେ ଉଚ୍ଛେଦ ହୋଇଥିବା ଲାଞ୍ଜିପାଲି ସ୍ଥିତ ଗୌଡ଼ ସାହି ବସ୍ତି ବାସିନ୍ଦାମାନେ ଶୀତ ବର୍ଷା, ଖରାରେ ପାଲ ଟାଣି ସେହିଠାରେ ହିଁ ବସି ରହିଛନ୍ତି।  ଗୃହ ଯୋଗାଇ ଦେଲେ ରହିବେ ନଚେତ ବଡ ପରିବାର ନେଇ ରାଜୀବ ଆବାସ କୁ ଯିବେ ନାହିଁ ବୋଲି ଦେଇଛନ୍ତି ଚେତାବନୀ ।  

    ମାଟିରେ ମିଶିଲା ଜଗବନ୍ଧୁ ବସ୍ତିର ୯୦ ଟି ଘର। ଗ୍ରୀନ ଟ୍ରିବୁନାଲ ଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ମହାନଗର ନିଗମର ୯ ନମ୍ବର ୱାର୍ଡ ଅନ୍ତର୍ଗତ ଜଗବନ୍ଧୁ ବସ୍ତିକୁ ବୁଲଡ୍ରୋଜର ଲଗାଇ ଉଚ୍ଛେଦ କରିଛି ବ୍ରହ୍ମପୁର ମୁନସିପାଲିଟି କର୍ପୋରେସନ । ୯୦ ପରିବାର ମଧ୍ୟରୁ ୬୪ ଜଣଙ୍କୁ ପୂର୍ବରୁ ଜଗବନ୍ଧୁ ସାହି ସ୍ଥିତ ରାଜୀବ ଆବାସ ଓ ଅଟ ନଗର ସ୍ଥିତ ରାଜୀବ ଆବାସ ରେ ୨୬ ଜଣକୁ ଘର ଯୋଗାଇ ଦିଆଯାଇଛି। ଉଚ୍ଛେଦ ସମୟରେ ବସ୍ତି ବାସିନ୍ଦାଙ୍କ କୌଣସି ବିରୋଧ ନଥିଲେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

    ସେପଟେ ବହୁ ବାଦ ବିବାଦ ପରେ ଲାଞ୍ଜିପାଲି ଗୌଡ଼ ସାହି ବସ୍ତିକୁ ପୁଲିସ ଫୋର୍ସ ମୁତୟନ କରାଯାଇ ୧୦୦ରୁ ଉର୍ଦ୍ଧ ଘରକୁ ଉଚ୍ଛେଦ କରାଯାଇଥିଲା ବିଏମ୍ସି ତରଫରୁ । ଘର ସିନା ଭାଙ୍ଗିଛି ହେଲେ ସେଠାକାର ବାସିନ୍ଦା ଏବେ ମଧ୍ୟ ସେହିଠାରେ ପଡି ରହିଛନ୍ତି ପାଲ ଟାଣି। ସେମାନଙ୍କ ଗୋଟିଏ ଜିଦ ସେହି ବସ୍ତି ରେ ହିଁ ଘର ଯୋଗାଇ ଦେଲେ ରହିବେ ନଚେତ ସେଠାରୁ ଘୁଞ୍ଚିବେ ନାହିଁ । ଏହା ବ୍ୟତୀତ ରାଜୀବ ଆବାସ ରେ ଯେଉଁ ଘର ଯୋଗାଇ ଦିଆଯାଇଛି ସେଠାରେ ୨ଜଣରୁ ଅଧିକ ରହିବା ପାଇଁ ଉପଯୋଗୀ ନୁହେଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।ତେଣୁ  ନଭେମ୍ବର ୧୨ରୁ ବସ୍ତି  ଉଚ୍ଛେଦ ହୋଇଥିବା ବେଳେ ଲାଞ୍ଜିପାଲି ବସ୍ତି ବାସିନ୍ଦା ସେମିତି ବର୍ଷା ଶୀତ କାକରରେ ଛୋଟ ଛୋଟ ପିଲାଙ୍କୁ ଧରି ଜରି ପାଲ ଟାଣି ରହିଛନ୍ତି।  

    ଗୋଟିଏ ପଟେ ଜଗବନ୍ଧୁ ବସ୍ତିରେ ବୁଲଡ୍ରୋଜର ବୁଲିଥିବାବେଳେ, ଅନ୍ୟପଟେ ଗୌଡ଼ ସାହି ବସ୍ତିବାସିନ୍ଦା ନିଜ ଜିଦ ରେ ଅଟଳ।  କେବେ ସମସ୍ୟାର ସମାଧାନ ହୋଇପାରୁଛି ତାହା ଦେଖିବାର କଥା।

    ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

  • ଦଲାଲ ମୁକ୍ତ ହେବ ହସ୍ପିଟାଲ

    ବ୍ରହ୍ମପୁର: ଦଲାଲ ମୁକ୍ତ ହେବ ସମସ୍ତ ମେଡ଼ିକାଲ ଓ ହସ୍ପିଟାଲ। ରୋଗୀଙ୍କୁ ମିଳିବ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା। ଯଦି ମେଡ଼ିକାଲର କୌଣସି କର୍ମଚାରୀ ଓ ଅଧିକାରୀ ଏଥିରେ ସାମିଲ ଥାନ୍ତି ତାହାହେଲେ ସେମାଙ୍କନ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସେକ୍ରେଟାରୀ। ଏହାର ଦାଇତ୍ୱ ନେବେ ନିକଟସ୍ଥ ପୋଲିସ ଅଧିକାରୀ। ସେପଟେ ଏ ନିଷ୍ପତି ନେବା ପରେ ହିଁ ବ୍ରହ୍ମପୁର ଏମକେସିଜି ପରିସରରେ ନକଲି ଡାକ୍ତର ଜଣେ ଠାବ କରିଛି ପୋଲିସ। ପୂର୍ବରୁ ପୋଲିସ ରୋଗୀ ବେଶରେ ୬ ଜଣ ଦଲାଲ କୁ ମଧ୍ୟ ଗିରଫ କରିଥିଲା।

    ରାଜ୍ୟ ସରକାର ସମସ୍ତ ମେଡ଼ିକାଲ ଓ ହସ୍ପିଟାଲ ଗୁଡିକୁ ଦଲାଲ ମୁକ୍ତ କରିବା ପାଇଁ  ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏ ନେଇ ସମସ୍ତ ମେଡିକାଲ ର ଅଧକ୍ଷ, ଡିନ୍‌ ଓ ସିଡିଏମଓ ମାନଙ୍କୁ ଦୃଷ୍ଟି ଦେବାକୁ କୁହାଯାଇଛି। ତେବେ  ଗତ ଶୁକ୍ରବାର ବ୍ରହ୍ମପୁର ଏମକେସିଜିରୁ ଜଣେ ନକଲି ଡାକ୍ତର ଠାବ କରିଛି ପୋଲିସ ।

    ସୂଚନା ମୁତାବକ ଏମକେସିଜି ମଡ଼ିକାଲରେ ଗତକାଲି ଅପରାହ୍ନ ସମୟରେ ଜଣେ ରୋଗୀଙ୍କୁ ଅସ୍ଥିଶଲ୍ୟ ଅନ୍ତଃଚିକିତ୍ସା ବିଭାଗକୁ ଜଣେ ଯୁବକ ନେବା ସମୟରେ  ତାଙ୍କର ମେଡ଼ିକାଲ କର୍ମଚାରୀଙ୍କ ସହ ପାଟିତୁଣ୍ଡ ହୋଇଥିଲା । ତେବେ  ଯୁବକ ଜଣଙ୍କ ବେକରେ ମେଡ଼ିକାଲର ଡ଼ାକ୍ତର ହୋଇଥବାର ଆଇ କାର୍ଡ ପଡିଥଲା। ସେ  ଓପିଡ଼ି ସୁପର ଭାଇଜର ବୋଲି ପରିଚୟ ପ୍ରଦାନ କରିଥିଲେ । ତେବେ କର୍ମଚାରୀ ଏବଂ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ  ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ମେଡ଼ିକାଲ ଫାଣ୍ଡି ପୋଲିସ ।

    ଫାଣ୍ଡି ପୋଲିସ ତାଙ୍କର ପଚରାଉଚୁରା କରିବା ସହିତ ସେ ଜଣେ ଡ଼ିପ୍ଲୋମା ଛାତ୍ର ହୋଇଥିବା ବେଳେ ଏଭଳି ଦଲାଲଗିରି କରୁଥିବା ନେଇ ପୋଲିସ ସମ୍ମଖରେ କହିଥିଲା । ଏହାପରେ ନକଲି ପରିଚୟପତ୍ର କରିଥିବା ଦୋକାନ ମାଲିକ ଓ କର୍ମଚାରୀଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରାଯାଉଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।

    ସେପଟେ ବ୍ରହ୍ମପୁର ବାସିନ୍ଦା ରାଜ୍ୟ ସରକାରଙ୍କ ଏ ନିଷ୍ପତି କୁ ସ୍ୱାଗତ କରିଥିବାବେଳେ, ରୋଗୀ ଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ହସ୍ପିଟାଲ କର୍ତ୍ତୃପକ୍ଷ ହିଁ ଏ ଦିଗରେ ବିହିତ ଦୃଷ୍ଟି ଦେବା ଦରକାର। ରୋଗୀ ମାନେ ଘରୋଇ ହସ୍ପିଟାଲ ଯାଇ ଅଯଥା ଖର୍ଚ୍ଚାନ୍ତ ହଉଛନ୍ତି। ତେବେ ଲୋକଙ୍କୁ ସଚେତନ କରାଇବା ଦରକାର ରହିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ରାଜ୍ୟ ସରକାରଙ୍କ ଏ ନିଷ୍ପତି କେତେ ଦୂର କାର୍ଯ୍ୟକାରୀ ହୋଇପାରିଛି ତାହା ଆଗାମୀ ଦିନରେ ହିଁ ଜଣାପଡିବ।

     ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

  • ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ୭ ଗିରଫ

    ବ୍ରହ୍ମପୁର: ବ୍ରହ୍ମପୁର ଟାଉନ ଥାନା ଅଧୀନ ବିଜିପୁର ଲକ୍ଷ୍ମୀ ସାହିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ଉଭୟ ଗୋଷ୍ଠୀର ୭ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଟାଉନ ଥାନା ପୋଲିସ । ୨୫ ନମ୍ବର ୱାର୍ଡର କର୍ପୋରେଟର ନରସିଂହ ସେଠୀ ଓ ତାଙ୍କ ଭାଇଙ୍କ ସମେତ ୫ଗିରଫ ହୋଇଥିବା ବେଳେ ଅନ୍ୟ ଗୋଷ୍ଠୀର ଦୁଇ ଗିରଫ । 

    ଗତ ମଙ୍ଗଳବାର ରାତିରେ ଅରୁଣ ମହାରଣାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିଲା । ଆକ୍ରମଣ ବେଳର ଭିଡ଼ିଓ ଭାଇରଲ ହୋଇଥିଲା । ଭିଡିଓ ଆଧାରରେ ପୁଲିସ ତଦନ୍ତ କରିବା ସହ ୨୫ ନମ୍ବର ୱାର୍ଡର କର୍ପୋରେଟର ନରସିଂହ ସେଠୀ ଓ ତାଙ୍କ ଭାଇଙ୍କ ସମେତ ୫ଗିରଫ ହୋଇଥିବା ବେଳେ ଅନ୍ୟ ଗୋଷ୍ଠୀର ଦୁଇ ଗିରଫ ହୋଇଛନ୍ତି। ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି। ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ଦୀର୍ଘ ଦିନରୁ ଲାଗି ରହିଥିଲା। ଏହାକୁ ନେଇ ମଙ୍ଗଳବାର ରାତିରେ ଅରୁଣଙ୍କୁ କର୍ପୋରେଟଙ୍କ ଗୋଷ୍ଠୀ ଆକ୍ରମଣ କରିଥିଲେ।

Back to top button