BUS

  • ଭଦ୍ରକରେ ବସ ଚଳାଚଳ ବନ୍ଦ

    ଭଦ୍ରକ: ଭଦ୍ରକରେ ବସ ଚଳାଚଳା ବନ୍ଦ। ଭଦ୍ରକ ବନ୍ତଛକରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟକୁ ବିରୋଦ୍ଧ କରି ସଂଖ୍ୟାଧିକ ବସମାଲିକଙ୍କ ପକ୍ଷରୁ ଏହି ନିସ୍ପତ୍ତି ନିଆଯାଇଛି। ଯାହା ଦ୍ୱାରା ହନ୍ତସନ୍ତ ହୋଉଛନ୍ତି ଯାତ୍ରୀ ମାନେ। ତେବେ ମଝି ରାସ୍ତାରେ ବସକୁ ଅଟକାଇ ବଟି ଆଦାୟ କରିବା ଓ ଡ୍ରାଇଭର, କଣ୍ଡକ୍ଟରଙ୍କୁ ଦୁଃବ୍ୟବହାର କରିବା ଅଭିଯୋଗରେ ସିଣ୍ଡିକେଟ ପକ୍ଷରୁ ଏହି ବନ୍ଦ କରାଯାଇଥିବା ସୂଚନା ମିଳିଛି।

  • ବସ କିଣା ଦୁର୍ନୀତି: ସିବିଆଇ ଯାଞ୍ଚ ପ୍ରସ୍ତାବକୁ ମଞ୍ଜୁରୀ

    ନୂଆଦିଲ୍ଲୀ: କେଜରିୱାଲ ସରକାରଙ୍କୁ ପୁଣି ଏକ ଝଟକା। ଦିଲ୍ଲୀ ପରିବହନ ନିଗମ ଦ୍ୱାରା ହୋଇଥିବା ଲୋ ଫ୍ଲୋର ବସ୍ କିଣା ଦୁର୍ନୀତି ଅଭିଯୋଗ ମାମଲା ସିବିଆଇକୁ ହସ୍ତାନ୍ତର କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ଦିଲ୍ଲୀ ଉପ-ରାଜ୍ୟପାଳ ବିନୟ କୁମାର ସକ୍ସସେନା । ଜଣେ ଅଧକାରୀଙ୍କ ବୟାନ ଅନୁସାରେ ଉପ-ରାଜ୍ୟପାଳଙ୍କ ଅଫିସରେ ବସ କିଣା ଦୁର୍ନୀତି ନେଇ ଏକ ଅଭିଯୋଗ ହୋଇଥିଲା ।

    ପୂର୍ବରୁ ସିବିଆଇ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘର ଏବଂ ଅନ୍ୟ ଠିକଣାରେ ଚଢ଼ାଉ କରିଥିଲା । ଯାହାପରେ ଦୁଇ ପାର୍ଟି ଜଣେ ଜଣଙ୍କ ଉପରେ ଦୁର୍ନୀତି ନେଇ ଅଭିଯୋଗ ଉଠାଇଥିଲେ । ବିଜେପି ଦିଲ୍ଲୀ ସରକାରଙ୍କ ଉପରେ କେବଳ ମଦ୍ୟପାନ ନୀତି ନୁହେଁ ଏହା ସହିତ ଶିକ୍ଷା କ୍ଷେତ୍ରରେ ମଧ୍ୟ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲା ।

    ଗତମାସରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅଭିଯୋଗ ଆଣିଥିଲେ ଯେ, ବିଜେପି ଦିଲ୍ଲୀର ନିର୍ବାଚିତ ସରକାରକୁ ଭାଙ୍ଗିବା ପାଇଁ ପ୍ରୟାସ କରୁଛି । ଆପର ବିଧାୟକଙ୍କୁ କିଣିବା ପାଇଁ ବିଜେପି ୮ ଶହ କୋଟି ଟଙ୍କା ରଖିଥିବା କେଜରିୱାଲ ଦାବି କରିଥିଲେ । ଖାଲି ସେତିକି ନୁହେଁ ସରକାର ଭାଙ୍ଗିବା ପ୍ରୟାସ ବିଜେପିର ବିଫଳ ହୋଇଛି ବୋଲି ବିଧାନସଭାରେ ଶକ୍ତି ପରୀକ୍ଷଣ କରି ବହୁମତ ସାବ୍ୟସ୍ତ କରିଥିଲେ କେଜରିୱାଲ।

  • ସ୍ଥାନୀୟ ଲୋକଙ୍କ ସହାୟତାରେ ଏଡିଲା ଏକ ଅଘଟଣ

    ହାଇଦ୍ରାବାଦ: ତେଲେଙ୍ଗାନାର ମେହବୁବ ନଗରରେ ଏକ ବଡ ଦୁର୍ଘଟଣାରୁ  ଅଳ୍ପକେ ବର୍ତ୍ତିଲା ସ୍କୁଲ ବସ୍। ଶୁକ୍ରବାର ଦିନ ବନ୍ୟା ଯୋଗୁଁ ପାଣିରେ ଉବୁଟୁବୁ ରାସ୍ତାଘାଟ । ଏଠାରେ ଏକ ସ୍କୁଲ ବସ ପିଲାଙ୍କୁ ନେଇ ଯାଉଥିବା ବେଳେ  ପ୍ରାୟ ଅଧା ବନ୍ୟା ଜଳରେ ବୁଡି ଯାଇଥିଲା। ଏହି ବସରେ ପ୍ରାୟ ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ରହିଥିଲେ। ଏହାପରେ ସ୍ଥାନୀୟ ଲୋକମାନେ ବସରୁ ପିଲାମାନଙ୍କୁ ଉଦ୍ଧାର କରିଥିଲେ। ବସରୁ ଉଦ୍ଧାର ସମୟର  ଭିଡିଓ ଏବେ ସାମ୍ନାକୁ ଆସିଛି।

    ମେହବୁବ ନଗରର ଡେପୁଟି କମିଶନର କହିଛନ୍ତି ଯେ, ଏହି ଘଟଣା ସକାଳ ପ୍ରାୟ ୯ଟା ବେଳେ ଘଟିଛି। ୨୦ଜଣ ପିଲାଙ୍କୁ ନେଇ ଯାଉଥିବା ବସ୍ ମାଚନପଲ୍ଲୀ ଏବଂ ସିଗୁର ଗଡ୍ଡା ଟଣ୍ଡା ମଧ୍ୟରେ ଥିବା ଅଣ୍ଡରପାସରେ ଫସି ଯାଇଥିଲା।

    ଅଧିକାରୀ କହିଛନ୍ତି ଯେ, ବସ୍ ଡ୍ରାଇଭର ପିଲାମାନଙ୍କୁ ସକାଳୁ ସ୍କୁଲକୁ ନେଇଯାଉଥିବା ସମୟରେ ଏହି ଅଘଟଣା ଘଟିଛି। ବସ୍ ଡ୍ରାଇଭରକୁ ପାଣିର ଗଭୀରତା ବିଷୟରେ ଜଣାନଥିଲା। ଯେଉଁଥିପାଇଁ ବସଟି ବନ୍ୟା ଜଳରେ ଅଧା ବୁଡିଯାଇଥିଲା। ସ୍ଥାନୀୟ ଲୋକମାନେ ବସ ବୁଡିଯିବାର ଦେଖି ଧାଇଁ ଯାଇ ପିଲାମାନଙ୍କୁ ବସ ଭିତରୁ ବାହାର କରିଥିଲେ।

    ଲୋକଙ୍କ ସହାୟତାରେ ସମସ୍ତ ପିଲାମାନଙ୍କୁ ଉଦ୍ଧାର କରାଯାଇଛି ବୋଲି ପୋଲିସ କହିଛି। ଏଥିରେ କୌଣସି ପିଲାମାନଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ପିଲାମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏହାପରେ ବସଟିକୁ ପାଣି ଭିତରୁ ବାହାର କରାଯାଇଥିଲା।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
Back to top button