cancer counselling

  • ରାଜଧାନୀରେ ଲପଲବ୍ଧ ହେବ କର୍କଟ ସମ୍ପର୍କିତ ପରାମର୍ଶ

    ଭୁବନେଶ୍ବର: ପୁରୁଣା ଭୁବନେଶ୍ୱର ସ୍ଥିତ ମହାନଗର ନିଗମ ଚିକିତ୍ସାଳୟରେ ଉପଲବ୍ଧ ହେବ କର୍କଟ ରୋଗ ସମ୍ପର୍କିତ ଡାକ୍ତରୀ ପରାମର୍ଶ। ଏହି ସେବା ପ୍ରତ୍ୟେକ ସପ୍ତାହର ମଙ୍ଗଳବାର ଗୋଟିଏ ଦିନ ମିଳିବ । ବିଏମସି ଓ HCG ପଣ୍ଡା କେନସର ହସ୍ପିଟାଲ ମିଳିତ ସହାୟତାରେ ଏହି ସେବା ଉପଲବ୍ଧ ହେବାକୁ ଯାଉଛି।

    ପୁରୁଣା ଭୁବନେଶ୍ୱର ସ୍ଥିତ ମହାନଗର ନିଗମ ଚିକିତ୍ସାଳୟରେ ଉପଲବ୍ଧ ହେବ କର୍କଟ ରୋଗ ସମ୍ପର୍କିତ ଡାକ୍ତରୀ ପରାମର୍ଶ। କର୍କଟ ରୋଗ ସମ୍ପର୍କିତ ଡାକ୍ତରୀ ପରାମର୍ଶ ସେବାର ଶୁଭାରମ୍ଭ କରାଯାଇଛି।  ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶୁଶାନ୍ତ କୁମାର ରାଉତ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ପଣ୍ଡା କେନସର ହସ୍ପିଟାଲ ପରିଚାଳନା ନିର୍ଦେଶକ ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡାଙ୍କ ଉପସ୍ଥିତିରେ ଏହି ସେବାର ଶୁଭାରମ୍ଭ ହୋଇଛି। ଏହା ଦ୍ବାରା ଭୁବନେଶ୍ବର ଓ ଆଖପାଖ ଅଞ୍ଚଳର ଲୋକେ ଲାଭବାନ ହେବ ବୋଲି ଆଶା ରଖାଯାଇଛି।

    ସମ୍ପ୍ରତ୍ତି କର୍କଟ ଏକ ସାଧାରଣ ରୋଗରେ ପରିଣତ ହୋଇଗଲାଣି। କିନ୍ତୁ ଏହାକୁ ନେଇ ସଚେତନତାର ଅଭାବରୁ ରୋଗ ଦିନକୁ ଦିନ ଵୃଦ୍ଧି ପାଉଛି। ଅନ୍ୟପଟେ ରୋଗ ହେବା ପରେ ଏହାର ଚିକିତ୍ସା ଓ ପରାମର୍ଶ ରୋଗୀକୁ ମିଳିପାରୁ ନାହିଁ। ତେଣୁ ସାଧାରଣ ଜନତାଙ୍କ ସୁବିଧା ପାଇଁ ଏହି ସେବା ରାଜଧାନୀରେ ଆରମ୍ଭ ହେବାକୁ ଯାଉଛି।

Back to top button