career

  • ଇଣ୍ଡଷ୍ଟ୍ରୀରେ କିଙ୍ଗ ଖାନଙ୍କ ୩୦ ବର୍ଷ

    ବଲିଉଡର ସୁପରଷ୍ଟାର ସାହାରୁଖ ଖାନ୍। ଆଜି ଇଣ୍ଡଷ୍ଟ୍ରୀରେ କିଙ୍ଗ ଖାନ ୩୦ ବର୍ଷ ପୂରଣ କରିଛନ୍ତି। ତାଙ୍କର ୩୦ ବର୍ଷର ଫିଲ୍ମ କ୍ୟାରିୟରେ ଶାହାରୁଖ ଖାନ ଅନେକ ସ୍ମରଣୀୟ ଫିଲ୍ମ ଦେଇଛନ୍ତି। ଫିଲ୍ମରେ ଅନେକ କ୍ୟାରେକ୍ଟରେ ମଧ୍ୟ ଲୋକଙ୍କୁ ଏଣ୍ଟଣ୍ଟେନମେଣ୍ଟର ଖୁରାକ ଯୋଗାଇଛନ୍ତି। ହିନ୍ଦୀ ଫିଲ୍ମରେ ସେ ଗଭୀର ଛାପ ଛାଡିଛନ୍ତି। ଏନେଇ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ବେସ୍ ଖୁସି ଅଛନ୍ତି।ଏବେ ସେ ଇଣ୍ଡ୍ରଷ୍ଟ୍ରିରେ ଏକ ଭିନ୍ନ ପ୍ରକାର ସୁପରଷ୍ଟାର ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଶାହାରୁଖ୍। ତେବେ ଏହି ଅବସରେ ଆମେ ଆପଣଙ୍କୁ କହିବୁ ଶାହାରୁଖ ଖାନଙ୍କ ବିଷୟରେ। ଡର ଅଞ୍ଜାମରେ ଭିଲିଆନ୍ କ୍ୟାରେକ୍ଟରରେପ୍ଲେ କରୁଥିବା ସୁପରଷ୍ଟାର ବଲିଉଡରେ ରୋମାନ୍ସ କିଙ୍ଗ ହୋଇଥିଲେ।ତେବେ ଚାଲନ୍ତୁ ନଜର ପକାଇବା ଶାହାରୁଖ ଖାନଙ୍କ ୩୦ ବର୍ଷର ଜରର୍ନି।

    ଟିଭିର ସୁବର୍ଣ୍ଣ ଯୁଗରେ ଆକ୍ଟିଙ୍ଗ ଦୁନିଆରେ ପାଦ ରଖିଥିବା ଶାହାରୁଖ ଖାନ୍ ଦୁରଦର୍ଶନର ଶିରିଜ୍ ଫୌଜି ରେ ଏକ ସୈନିକ ଭୂମିକାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଛୋଟ ପରଦାରୁ ଅଭିନୟ କରିଥିବା ଶାହାରୁଖ ଖାନଙ୍କୁ ଏହି ଶୋ ରୁ ହିଁ ପରିଚୟ ମିଳିଥିଲା। ଏହା ସହ ଶାହାରୁଖ ଖାନଙ୍କୁ ଟିଭି ସୋଜ୍ ଓ ଫିଲ୍ମରେ ଆଙ୍କର ପାଇଁ ଅଫର ମିଳିଥିଲା।

    ଶାହାରୁଖ ଖାନ୍ ଙ୍କ ପ୍ରଥମ ଫିଲ୍ମ ଥିଲା ଦିୱାନାରୁ ସେ ବଲିଉଡରେ ଏଣ୍ଟ୍ରୀ କରିଥିଲେ। ଏହା ପରେ ସେ ଆଉ ପଠକୁ ଫେରି ଚାହିଁନଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଶାହାରୁଖ ଖାନ୍ ଫିଲ୍ମ ଦିୱାନ ର ମେକର୍ସଙ୍କ ପ୍ରଥମ ପସନ୍ଦ ନଥିଲେ। ଏହି ଫିଲ୍ମରେ ଋଷି କାପୁର, ଏବଂ ଦିବ୍ୟା ଭାରତୀଙ୍କ ବ୍ୟତୀତ ଏହି ଫିଲ୍ମରେ ଅରମାନ କୋହଲୀ ଙଅକୁ କାଷ୍ଟ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅରମାନ ଏହି ଫିଲ୍ମକୁ ଛାଡି ଦେଇଥିଲେ ପରେ ଏହି ଫିଲ୍ମ ନୂଆ ହିରୋଙ୍କୁ ମିଳିଥିଲା। ଏହି ଫିଲ୍ମର ଟାଇମ ଡ୍ୟୁରୋସନ୍ ୨ ଘଣ୍ଟା ୩୫ ମିନିଟ୍ ର ରହିଥିବା ବେଳେ ଶାହାରୁଖାନଙ୍କ ଏଣ୍ଟ୍ରୀ ୧ ଘଣ୍ଟା ୨୦ ମିନିଟ୍ ପରେ ହୋଇଥିଲା। ତିନ୍ତୁ ତାଙ୍କର ଆକ୍ଟଙ୍ଗ ସମସ୍ତଙ୍କୁ ପାଗଳ କରିଦେଇଥିଲା। ଏହି ଫିଲ୍ମରେ ତାଙ୍କୁ ଲଗାତାର ୩ ଟି ଫିଲ୍ମର ଅଫର ମିଳିଥିଲା। ଡର, ବାଜିଗର, ଅଞ୍ଜାମ ଏହି ୩ ଟି ଫିଲ୍ମ ମିଳିଥିଲା। ଏବଂ ଏହି ଫିଲ୍ମ ସୁପରହିଟ ହୋଇଥିଲା। ଲଗାତାର ୩ ଟି ହିଟ୍ ଫିଲ୍ମ ଦେବା ପରେ ଶାହାରୁଖ ଖାନଙ୍କୁ ଦିଲୱାଲେ ଦୁଲହନିୟା ଲେ ଯାଏ ଗେଁ ଅଫର ହୋଇଥିଲା। ଏହା ପରେ ସେ ରୋମାଣ୍ଟିକ ହିରୋ ହୋଇଯାଇଥିଲେ। ଏପରି ତାଙ୍କର ଅନେକ ହିଟ୍ ଫିଲ୍ମ ରହିଛି।

    ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Back to top button