cds exam

  • ଡ୍ରାଇଭରଙ୍କ ପୁଅ ସିଡିଏସ ଟପ୍ପର

    ପିଲା ବେଳୁ ସ୍ବପ୍ନ ଥିଲା। ବଡ ହେଲା ପରେ ସ୍ବପ୍ନ ସତ ହେଲା। ଦେଶ ପାଇଁ ଲଢିବା ନାଁ ରଖିବେ ଏହି ସ୍ବପ୍ନ ତାଙ୍କୁ ସବୁବେଳେ ବିଚଳିତ କରୁଥିଲା । ବାସ୍ତବ ରୁପ ଦେବା ପାଇଁ । କିନ୍ତୁ କିଠନ ପରିଶ୍ରମ ଓ ନିଷ୍ଟା ବଳରେ ସଫଳତାର ଶିଡି କେହି ବି ଚଢିପାରିବେ। ହଲଦୱାନି ର ଡ୍ରାଇଭର ପୁଅ ସିଡିଏସ ଟପ୍ପର । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟି ସତ । ୨୨ ବର୍ଷୀୟ ହିମାଶୁଂ ପାଢୀ ୟୁପିଏସି ଦ୍ବାରା ପରିଚାଳିତ ସିଡିଏସ ପରୀକ୍ଷାରେ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ହିମାଶୁଂ ଙ୍କୁ ଇଣ୍ଡିଆନ ମିଲିଟାରୀ ଏକାଡେମୀ ଚୟନ କରିଛି ।


    ଛୋଟ ବେଳୁ ଦେଶର ସେବା କରିବା ପାଇଁ ଚାହୁଁଥିଲେ କିନ୍ତୁ ସିଡିଏସ ଛଡା ଅନ୍ୟ କିଛି ବିକଳ୍ପ ଚିନ୍ତା ତାଙ୍କର ନଥିଲା । ହିମାଶୁଂ ଙ୍କ ବାପା ଡ୍ରାଇଭର ଓ ମା ଜଣେ ସାଧାରଣ ଗୃହୀଣୀ । ଦ୍ବାଦଶରେ ଏବିଏମ ସ୍କୁଲ ରେ ପଢିବା ସମୟରେ ୯୫ ପ୍ରତିଶତ ମାର୍କ ରଖିଥିଲେ । ଦ୍ବାଆରହାଟ ଇଂଜନିୟିରଙ୍ଗି କଲେଜ ରେ ବିଟେକ୍ ସାରିବା ପରେ ୨୦୧୭ ରୁ ସିଡିଏସ ପାଇଁ ପ୍ରସ୍ତୁତ ହୋଇଥିଲେ ପୁର୍ବରୁ ଦୁଇ ଥର ସିଡିଏସ ପରୀକ୍ଷାରେ ସଫଳ ହୋଇଥିଲେ ମଧ୍ୟ୍ୟ ଡାନ୍ତ ଜନିତ ସମସ୍ୟା ପାଇଁ ମେଡିକାଲ ଟେଷ୍ଟରେ କଟିଯାଇଥିଲେ ।


    ଚଳିତ ଥର ସିଡିଏସ ରେ ପ୍ରଥମ ସ୍ଥାନ ହାସଲ କରିବା ସହିତ ସର୍ଭିସ୍ ସିଲେକସ୍ନ ବୋର୍ଡ ପରୀକ୍ଷା ରେ ୨୪ ତମ ସ୍ଥାନ ହାସଲ କରିଛିନ୍ତି । ନିଜ ସ୍ବପ୍ନରେ ବିଶ୍ବାସ କର କଠିନ ପରିଶ୍ରମ କରିବା ଦରକାର । ଖାଲି ସେତିକି ନୁହେଁ ଖରାପ ପରିସ୍ଥିତିରେ ମଣିଷ ବହୁତ ଶିକ୍ଷା ଲାଭ କରେ ବୋଲି ହିଂମାଶୁ କହିଛନ୍ତି ।କଥାରେ ଅଛି “ନେସେସିଟି ଇଜ୍ ମଦର ଅଫ ଇନଭେନସନ”, ଆବଶ୍ୟକତା ଅବଷ୍କାର ର ବାଟ ଦେଖାଏ । ପ୍ରତିକୁଳ ପରିସ୍ଥିତି ମଧ୍ୟ୍ୟରେ ସଫଳତା କୁ ହାସଲ କରୁଥିବା ବ୍ୟକ୍ତି ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତି । ହିଂମାଶୁଂ ସମାଜର ନିମ୍ନ ମଧ୍ୟ୍ୟବିତ୍ତ ଶ୍ରେଣୀର ଯୁବକ ଯୁବୁତୀ ମାନଙ୍କ ପାଇଁ ବାସ୍ତବରେ ଉଦହାରଣ ପାଲଟିଛନ୍ତି ।

    • ସ୍ମରଜିତ ଆର୍ଯ୍ୟ ଙ୍କ ରିପୋର୍ଟ
Back to top button