centre

  • ପେଗାସସ୍ ମାମଲାରେ କେନ୍ଦ୍ର କରୁନାହିଁ ସହଯୋଗ: ସୁପ୍ରିମ କୋର୍ଟ

    ନୂଆଦିଲ୍ଲୀ: ପେଗାସସ୍ ମାମଲାରେ କେନ୍ଦ୍ର ସହଯୋଗ କରୁନାହିଁ। ଏହାର ପରବର୍ତ୍ତୀ ଶୁଣାଣି ଏକ ମାସ ପରେ ହେବ ବୋଲି କହିଛନ୍ତି ସୁପ୍ରିମ କୋର୍ଟ। ଗୁରୁବାର ପେଗାସସ୍ ମାମଲାର ଶୁଣାଣି କାଳରେ ଯାଞ୍ଚ କଟିମି ପକ୍ଷରୁ ଏକ ସିଲ ଲଫାପା କୋର୍ଟଙ୍କ ନିକଟରେ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଏନ ଭି ରମଣାଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହେଉଛି।

    ଜଷ୍ଟିସ ଅରବୀ ରବିନ୍ଦ୍ରନଙ୍କ ସମିତି ଖଣ୍ଡପୀଠଙ୍କ ନିକଟରେ ଏକ ସିଲ ଲଫାପାରେ ରିପୋର୍ଟ ଦାଖଲ କରିବା ପରେ ଓକିଲ କପିଲ ସିବଲ ଏହାକୁ ସାର୍ବଜନୀନ କରିବାକୁ ଦାବି କରିଥିଲେ। କିନ୍ତୁ ଖଣ୍ଡପୀଠ ଏନେଇ ମନା କରିବା ସହ ଅଦାଲତ ଏହା ଉପରେ ଦୃଷ୍ଟି ଦେବ। ଏହା ଏକ ଲମ୍ବା ଓ ଉତ୍ତରଦାୟିତ୍ବ ସମ୍ପନ୍ନ ରିପୋର୍ଟ।

    ତେବେ ରିପୋର୍ଟକୁ ନେଇ ସିଜେଆଇ କହିଛନ୍ତି କି, ଏହା ତିନି ଭାଗରେ ରହିଛି। ଦୁଇଟି  ଟେକ୍ନିକାଲ କମିଟିର ଥିବା ବେଳେ ଗୋଟିଏ ଯାଞ୍ଚ କମିଟିର ରହିଛି। ସମିତି ସୁପାରିଶ ରହିଛି କି, ଆଇନରେ ପରିବର୍ତ୍ତନ କରି ଏହାକୁ କଠୋର କରାଯିବାର ଆବଶ୍ୟକତା ରହିଛି। ସାଇବର ସିକ୍ୟୁରିଟିକୁ ଆହୁରି ଦୃଢ କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି।

    ପୁଣି ରିପୋର୍ଟକୁ ନେଇ ୬ଟି ଦିଗ ଉପରେ ଦୃଷ୍ଟିପାତ କରିଛନ୍ତି ସିଜେଆଇ। ସେ କହିଛନ୍ତି, ୨୯ ଫୋନକୁ ଟେକ୍ନିକାଲ ଯାଞ୍ଚ କମିଟି ଦ୍ବାରା ଯାଞ୍ଚ  କରାଯାଇଥିଲା। ସେଥିରୁ ୫ଟିରେ ସ୍ବଳ୍ପ ଶକ୍ତିସମ୍ପନ୍ନ ମେଲାୱାର ମିଳିଥିଲା, ତେବେ ଏହା ପେଗାସସ ଥିବା ନିଶ୍ଚିତ କରାଯାଇ ନାହିଁ। ସୁପ୍ରିମ କୋର୍ଟ କହିଛନ୍ତି କି, ଜଷ୍ଟିସ ରବିନ୍ଦ୍ରନଙ୍କ ରିପୋର୍ଟରେ କୁହାଯାଇଛି କି, ଜବତ ଫୋନ ସହ କୌଣସି ସପ୍ଟୱେୟାର ଦୁରୁପଯୋଗ ଓ ଏହା ଦ୍ବାରା ନାଗରିକଙ୍କ ସୁରକ୍ଷା ମାମଲା କରାଯାଇପାରେ।

    ପୂର୍ବରୁ ଗୁପ୍ତଚର ବିବାଦକୁ ନେଇ ସୁପ୍ରିମକୋର୍ଟରେ ବରିଷ୍ଠ ସାମ୍ବାଦିକ ଏନ ରାମ, ଶଶୀ କୁମାର, ରାଜ୍ୟସଭା ସାଂସଦ ଜନ ବ୍ରିତ୍ତାସ, ଓକିଲ ଏମ ଏଲ ଶର୍ମା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜଶୱନ୍ତ ସିହ୍ନା, ଆରଏସଏସର ବରିଷ୍ଠ ସଦସ୍ୟ କେ ଏନ ଗୋବିନ୍ଦାଚାର୍ଯ୍ୟ, ସାମ୍ବାଦିକ ପରାନଜୟ ଗୁହା ଠାକୁର୍ତା, ପ୍ରେମ ଶଙ୍କର ଝାଙ୍କ ପରି ବହୁ ବ୍ୟକ୍ତିଙ୍କ ଦ୍ବରା ଯାଚିକା ଦାୟର ହୋଇଥିଲା। ସ୍ପାଇଓୟାର ପେଗାସସ୍ ଦ୍ବାରା ଏମାନଙ୍କ କାର୍ଯ୍ୟବିଧି ଉପରେ ନଜର ରଖା ଯାଉଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ଶୁଣାଣି ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା କରାଇବାକୁ ଦାବି କରାଯାଇଥିଲା।

    ଏହା ବ୍ୟତୀତ କୁହାଯାଇଥିଲା କି, ସୈନ୍ୟ ଗ୍ରେଡ ସ୍ବାଇଓୟାରର ବ୍ୟବହାର କରି ସେମାନଙ୍କ ଉପରେ ନଜର ରଖାଯାଉଛି। ଯାହା ସେମାନଙ୍କ ଅଧିକାରର ଉଲ୍ଲଙ୍ଘନ କରୁଛି ଯେମିତି ପୂର୍ବରୁ ପଟ୍ଟାସ୍ବାମୀ ମାମଲାରେ ସୁପ୍ରିମ କୋର୍ଟଙ୍କ ଦ୍ବାରା ଅନୁଚ୍ଛେଦ ୧୪, ୧୯ ଓ ୩୧କୁ ମୌଳିକ ଅଧିକାର ପରିଗଣିତ କରାଯାଇଥିବା ଯାଚିକାରେ ଉଲ୍ଲେଖ ରହିଥିଲା।

  • ବିଲକିସ ମାମଲାରେ କେନ୍ଦ୍ର ଓ ରାଜ୍ୟକୁ ନୋଟିସ

    ନୂଆଦିଲ୍ଲୀ: ବିଲକିସ ବାନୁ ଗଣଦୁର୍ଷ୍ମକାରୀ୧୧ ଦୋଷୀଙ୍କୁ ଛାଡିଦେବା ମାମଲାରେ ସୁପ୍ରିମକୋର୍ଟ ଗୁଜୁରାଟ ସରକାର ଓ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି।  ୨ ସପ୍ତାହ ପରେ ମାମଲାର ଶୁଣାଣି କରାଯିବ। ଏହି ସମୟ ମଧ୍ୟରେ ଦୋଷୀମାନଙ୍କୁ ବି ପକ୍ଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ କର୍ମୀ ସୁଭାଷିନୀ ଅଲିଙ୍କ ସମେତ ୪ ଜଣଙ୍କ ଦ୍ବାରା ଗୁଜୁରାଟ ସରକାରର ଆଦେଶ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ଦାୟର ଯାଚିକା ଅପିଲ କରାଯାଇଥିଲା। ଗୁରୁବାର ଦିନ ମୁଖ୍ୟବିଚାରପତି ଜଷ୍ଟିସ ଏନ ଭି ରମଣା, ଜଷ୍ଟିସ ଅଜୟ ରସ୍ତୋଗୀ, ବିକ୍ରିମ ନାତଙ୍କ ଖଣ୍ଡପୀଠ ମାମଲାରେ ନୋଟିସ କରିଛନ୍ତି।

    ୨୦୦୨ରେ ହୋଇଥିବା ବିଲକିସ ବାନୁ ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ସମସ୍ତ ୧୧ ଦୋଷୀଙ୍କୁ ଗୁଜୁରାଟ ସରକାର ଅଗଷ୍ଟ ୧୫ ତାରିଖରେ ମୁକ୍ତ କରିଦେଇଥିଲେ। ଏହାକୁ ନେଇ ସାରା ଦେଶରେ ସମାଲୋଚନାର ସରବ୍ୟ ହୋଇଥିଲା କେନ୍ଦ୍ର ଓ ରାଜ୍ୟ ସରକାର। ସିପିଏମ, ଟିଏମସି, କଂଗ୍ରେସ ପରି ପ୍ରାୟ ସମସ୍ତ ବିରୋଧୀ ଦଳ ଏହାର ଘୋର ବିରୋଧ କରିଥିଲେ। ଏହାକୁ ନେଇ ସିପିଅଏମ ନେତା ସୁଭାଷିନୀ ଅଲ୍ଲୀ, ସାମାଜିକ କର୍ମୀ ରୁପରେଖା ବର୍ମା, ରେବତୀ ଲାଲ ଓ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ଦ୍ବାରା ଭିନ୍ନ ଭିନ୍ନ ଯାଚିକା ଦାୟର କରାଯାଇଥିଲା। ଯାଚିକାରେ ଗୁଜୁରାଟ ସରକାରର ଆଦେଶ ରଦ୍ଦ କରିବାକୁ ଅପିଲ କରାଯାଇଥିଲା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ।

    ତେବେ ମାମଲାର ଅନ୍ୟତମ ଦୋଷୀ ରାଧେଶ୍ୟାମଙ୍କ ଓକିଲ ଋଷି ମଲ୍‌ହୋତ୍ରା ଯାଚିକାର  ବିରୋଧ କରିଛନ୍ତି। ମଲହୋତ୍ରା କହିଛନ୍ତି କି, ଯାଚିକାକର୍ତ୍ତାଙ୍କର ମାମଲାରେ କୌଣସି ସମ୍ବନ୍ଧ ନାହିଁ।  ଯାଚିକାକର୍ତ୍ତା ଯେଉଁ ଲୋକମାନଙ୍କୁ ପୁନଶ୍ଚ ଜେଲକୁ ପଠାଇବାକୁ ଚାହୁଁଛନ୍ତି, ସେମାନଙ୍କୁ ପକ୍ଷ ରଖିବାକୁ ଦେଇ ନାହାନ୍ତି।

  • ଦେଶବାସୀଙ୍କୁ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ,ବିଦ୍ୟୁତ ଯୋଗାଇ ଦେବାକୁ କେଜରିୱାଲଙ୍କ ଦାବି

    ନୂଆଦିଲ୍ଲୀ: କେଜରିୱାଲ କେନ୍ଦ୍ର ଦ୍ବାରା ଦେଶରେ ସୃଷ୍ଟି ହୋଇଥିବା ଶାନ୍ତ ପରିବେଷ ନଷ୍ଟ କରିବା ନେଇ ବର୍ଷିଛନ୍ତି। ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦେଶର ଜନତାଙ୍କୁ ନିଃଶୁଳ୍କ ଓ ଉଚ୍ଚମାନର ଶିକ୍ଷା, ସ୍ବାସ୍ଥ୍ୟ, ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ତଥା ବେକାରୀ ଭତ୍ତା ପ୍ରଦାନ କରିବାକୁ କେନ୍ଦ୍ର ନିକଟରେ ଦାବି ଜଣାଇଛନ୍ତି। ଦେଶରେ ମାଗଣା ଶିକ୍ଷା, ବିଦ୍ୟୁତ୍ , ପାଣି ଯୋଗାଇ ଦେବାକୁ ପରିବେଶ ସୃଷ୍ଟି ହେବା ଦରକାର। ବିଜେପି କିଛି ଲୋକଙ୍କ ଉପରୁ ୧୦ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଛାଡ କରିଛି, ଯେଉଁମାନଙ୍କ ମଧ୍ୟରେ ଅନେକ ସେମାନଙ୍କ ବନ୍ଧୁ। କିନ୍ତୁ ଏହା ଉପରେ କେହି କିଛି କହୁ ନାହାନ୍ତି।

    କେଜରିୱାଲ କହିଛନ୍ତି କି, ଦେଶ ଏବେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଏହି ଅବସରରେ ମୁଁ କେନ୍ଦ୍ର ସରକାର ନିକଟରେ ଦେଶବାସୀଙ୍କୁ ମାଗଣା ଶିକ୍ଷା, ସ୍ବାସ୍ଥ୍ୟସେବା, ୩୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଓ ବେରୋଜଗାରି ଭତ୍ତା ଯୋଗାଇ ଦେବାକୁ ଦାବି କରୁଛି। କେଜରିୱାଲ ଆହୁରି କହିଛନ୍ତି କି, ଚଳିତ ବର୍ଷ ଜୁଲାଇରେ ପ୍ରଧାନ ମନ୍ତ୍ରୀ କହିଥିଲେ କି, ଏହି ମାଗଣା ସଂସ୍କୃତି ଦେଶର ବିକାଶ ପାଇଁ କାଳ। ଏହି ମାଗଣା ସଂସ୍କୃତି ଦ୍ବାରା ଦେଶରେ ଏକ୍ସେପ୍ରେସ ୱେ, ନୂଆ ଏୟାରପୋର୍ଟ ବା ଆପଣଙ୍କ ପାଇଁ ପ୍ରତିରକ୍ଷା ଶୃଙ୍ଖଳ  ସୃଷ୍ଟି କରାଯାଇ ପାରିବ ନାହିଁ। ତେଣୁ ଆମକୁ ମିଳିତ ଭାବେ ମାଗଣା ସଂସ୍କୃତିକୁ ହରାଇବାର ମାନସିକତା ସୃଷ୍ଟି କରିବା ଆବଶ୍ୟକ।

    ମୋଦିଙ୍କ ଏହି ବୟାନ ଥିବା କେଜରିୱାଲଙ୍କ ମାଗଣା ପଲିସି ଉପରେ। ଏହାକୁ କାଉଣ୍ଟର କରି କେଜରିୱାଲ ପାଲଟା ଆକ୍ରମଣ କରି ଗୁଜୁରାଟ ରାଲି କାଳରେ କହିଥିଲେ କି, କେଜରିୱାଲ ଅର୍ଥ ଲୁଟ କରି ସ୍ବିସ ବ୍ୟାଙ୍କରେ ଜମା କରୁ ନାହିଁ। ସେ ଲୋକଙ୍କ ଅର୍ଥ ଲୋକଙ୍କ ଉପରେ ଖର୍ଚ୍ଚ କରୁଛି। ଏହି ଅବସରରେ ସେ ଆହୁରି କହିଥିଲେ କି, ଗୁଜୁରାଟ କଂଗ୍ରେସ ବିଜେପିରେ ବିଲୀନ ହେବାକୁ ଯାଉଛି। ରାଜ୍ୟରେ ଦୁଇ ଦଳ ମଧ୍ୟରେ ଗଢି ଉଠିଛି ପ୍ରେମ ସମ୍ପର୍କ।

Back to top button