Malkangiri

ମାଲକାନଗିରି ବ୍ଲକର ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସହ ଭିଡିଓ କଲରେ ଆଲୋଚନା କଲେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ

ମାଲକାନଗିରି : ଓଡିଶା ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ମାଲକାନଗିରି ଜିଲ୍ଲା ସଦର ବ୍ଲକ ର ନିର୍ବାଚିତ ସମସ୍ତ ଜନ ପ୍ରତିନିଧି ମାନଙ୍କ ସହିତ ଭିଡିଓ କଲ ମାଧ୍ୟମରେ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି । ଏଥିରେ ମାଲକାନଗିରି ବ୍ଲକ ର ୧୯ ଟି ଗ୍ରାମ ପଂଚାୟତ ର ବିଭିନ୍ନ ସମସ୍ୟା ଉପରେ ନିଜ ଅଂଚଳର ଦାବି ପ୍ରକାଶ କଲେ ନିର୍ବାଚିତ ସମସ୍ତ ଜନ ପ୍ରତିନିଧି ମାନେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର କୁମାର ଢୋଲକିଆ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ମାନ୍ୟବର ପ୍ରଣବ ପ୍ରକାଶ ଦାସଙ୍କ ସ୍ୱତନ୍ତ୍ର ପ୍ରତିନିଧି ପ୍ରକାଶ ମହାନ୍ତି, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ବିକାଶ୍ ପରିଷଦ ଉପଦେଷ୍ଟା ପ୍ରଦୀପ କୁମାର ମାଝୀ, କୋରାପୁଟ ବିଜୁ ଜନତା ଦଳ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ ,ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ପୂର୍ବତନ ବିଧାୟକ ମାନସ ମାଡକାମୀ ,ସ୍ୱତନ୍ତ୍ର ଉନ୍ନୟନ ବିକାଶ୍ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା ପ୍ରମୁଖ ଯୋଗ ଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମାଲକାନଗିରି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ସାମୁଏଲ୍ ନାୟକ ଓ ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ ପଣ୍ଡା । କାର୍ଯ୍ୟକ୍ରମରେ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ ଙ୍କ ସହ ମାଲକାନଗିରି ବ୍ଲକ ର ୧୯ ଟି ଗ୍ରାମ ପଂଚାୟତ ର ସମସ୍ତ ସରପଂଚ,ସମିତି ସଭ୍ୟ ଓ ୨ଟି ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ ଓ କୁନି ଭୂମିଆ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button