chhatisgarh

  • କଙ୍କରରେ ମାଓ ତାଣ୍ଡବ, ପୋଡିଦେଲେ ୧୨ ଗାଡି

    କଙ୍କର: ଛତିଶଗଡରେ ପୁଣି ମାଓ ତାଣ୍ଡବ। କଙ୍କର ଜିଲ୍ଲାରେ ରାସ୍ତା କାମରେ ନିୟୋଜିତ ୧୨ରୁ ଅଧିକ ଗାଡିକୁ ଜଳାଇଦେଇଛନ୍ତି ମାଓବାଦୀ। ନଷ୍ଟହୋଇଥିବା ଗାଡିରେ ଦୁଇଟି ମାଟି ଖୋଳା ମେସିନ, ଦୁଇ ବୁଲଡୋଜର ଓ ଆଠଟି ଟ୍ରାକ୍ସର ରହିଛି। ଗତ ବିଳମ୍ବିତ ରାତିରେ ମାଓବାଦୀ ଏହି କାଣ୍ଡ ଭିଆଇଥିବା ସୂଚନା ଦେଇଛି ପୁଲିସ।

     ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କୋୟେଲିବେଡା ଥାନା ଅଧୀନ କଙ୍କର ଅଧୀନ ଅଲପରସ ଓ ଗୁଣ୍ଡୁଲ ନିକଟରେ ଗତକାଲି ବିଳମ୍ବିତ ରାତିରେ ରାସ୍ତା କାମରେ ନିୟୋଜିତ ୧୨ ଗାଡିରେ ନିଆଁ ଲଗାଇଥିଲେ ମାଓବାଦୀ। ଏନେଇ ବସ୍ତର ରେଞ୍ଜ ଆଇଜି ପି ସୁନ୍ଦରରାଜ ସୂଚନା ଦେଇଛନ୍ତି।

    ଆହୁରି ପୁଲିସ ପକ୍ଷରୁ କୁହାଯାଇଛି କି, ମାଓବାଦୀଙ୍କ ଏକ ଦଳ ହଠାତ୍ ନିର୍ମାଣାଧୀନ ସ୍ଥାନରେ ଆସି ପହଞ୍ଚିବା ସହ ଗାଡିରେ ନିଆଁ ଲଗାଇବା ସହ ସେଠାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଅପହରଣ କରି ନେଇଥିଲେ। ପରେ ଅବଶ୍ୟ ସେମାନଙ୍କୁ ଛାଡିଦେଇଥିଲେ।

    ପୁଲିସ ପକ୍ଷରୁ କୁହାଯାଇଛି କି, ଏହି ସମ୍ବେଦନଶୀଳ ଅଞ୍ଚଳରେ ରାସ୍ତା ନିର୍ମାଣ ଆରମ୍ଭ କରିବା ପୂର୍ବରୁ ଠିକାଦାରଙ୍କ ପକ୍ଷରୁ ସୂଚନା ଦିଆଯାଇନଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି।

  • ସୁକମାରେ ସୁରକ୍ଷାବଳ ମାଓବାଦୀ ମୁହାଁମୁହିଁ, ୩ ସହିଦ

    ସୁକମା: ପୁଲିସ ଓ ମାଓବାଦୀ ଗୁଳିବିନିମୟରେ ୩ ଯବାନ ସହିଦ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ସମସ୍ତ ଯବାନ ଡିଆରଜିର। ଛତିଗଡର ସୁକମା ଜିଲା, କୁନ୍ଦେଡ ଓ ଜଗରଗୁଣ୍ଡା ମଧ୍ୟରେ ଏହି ଗୁଳି ବିନିମୟ ହୋଇଛି। ନକ୍ସଲମାନେ ଅମ୍ବୁଶ ଲଗାଇଥିଲା ସେଠାରେ। ସୁକମା ଥାନା ଜଗରଗୁଣ୍ଡାରୁ ଡିଆରଜି ପାର୍ଟି ନକ୍ସଲ ସର୍ଚ୍ଚ ଅପରେସନ ପାଇଁ ଯାଇଥିବା ବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ।

  • ଅସ୍ଥି ବିସର୍ଜନ କରି ଫେରୁଥିବା ବେଳେ ଚାଲିଗଲା ୪ ଜୀବନ

    ରାୟପୁର: ଛତିଶଗଡର କବୀରଧାମ ଜିଲ୍ଲାରେ ଏକ ସଡକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଗାଡିଟି ୪୦ ଫୁଟ ତଳକୁ ଏକ ଖାଇକୁ ଖସିପଡିବାରୁ ଏହି ଦୁଃଖଦ ଘଟଣା ଘଟିଛି। ସମସ୍ତ ଆହତଙ୍କର ଚିକିତ୍ସା ବେମେତାରା ହସ୍ପିଟାଲରେ ଚାଲିଛି।

    କବୀର ଧାମ ଜିଲ୍ଲାର ପୋଲମି ଅନ୍ତର୍ଗତ କୁକଡୁର ଥାନା ଅଧୀନରେ ଆସୁଥିବା ଅଗରପାନି ଉପତ୍ୟାକା ନିକଟରେ ଗୁରୁବାର ମଧ୍ୟରାତ୍ରୀରେ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀ ସୂଚନା ଦେଇଛନ୍ତି।  ଗାଡିରେ ଡ୍ରାଇଭର ସମେତ ମୋଟ ୮ ଜଣ ଥିଲେ।

    ଏସମ୍ପର୍କରେ ଏଏସପି ମନିଶ ଠାକୁର ସୂଚନା ଦେଇଛନ୍ତି କି, ଘଟଣାସ୍ଥଳରେ ୩ ଜଣ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳାଙ୍କର ମୃତ୍ୟୁ ଚିକିତ୍ସାଧୀନ ଅବସ୍ଥାରେ ହୋଇଛି। ଡ୍ରାଇଭର ଓ ଅନ୍ୟ ତିନିଜଣ ଆହତ ହୋଇ ଚିକିତ୍ସିତ ଅଛନ୍ତି। ସମସ୍ତ ବ୍ୟକ୍ତି ଏକ ପରିବାରର ଥିଲେ ଓ ସେମାନେ ଆଲାହାବାଦରୁ ଅସ୍ଥି ବିସର୍ଜନ କରି  ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

    ଡ୍ରାଇଭରର ଖାମଖିଆଲ ଡ୍ରାଇଭିଂ ପାଇଁ ଦୁର୍ଘଟଣା ହୋଇଥିବା କହିଛନ୍ତି ଅଧିକାରୀ।

  • ମିଛ କହି ବିବାହ କରିବା ପଡ଼ିଲା ମହଙ୍ଗା

    କଥାରେ ଅଛି ବିବାହ ହେଉଛି ପବିତ୍ର ସାମାଜିକ ବନ୍ଧନର ପ୍ରତୀକ। ବର କନ୍ୟା ଯେତେବେଳେ ପରସ୍ପରର ହାତ ଧରନ୍ତି ଓ ଅଗ୍ନିକୁ ସାକ୍ଷୀ ରଖି ବିବାହ କରନ୍ତି। ସେଠି ସତ ଓ ବିଶ୍ୱାସର ଡୋରି ସାତ ଜନମକୁ ବନ୍ଧା ହୋଇଗଲା ବୋଲି ବିବେଚନା କରାଯାଇଥାଏ। ହେଲେ ଏଠି ଆମେ ଏମିତି ଏକ ଯୁବକର କଥା କହିବୁ, ଯେ ମିଛ ଉପରେ ମିଛ କହି କିଭଳି ବିବାହ ତ କରିଥିଲା। ତା ଉପରେ ବି ମିଛର ସିରିଜ୍ ଏମିତି ଜାରି ରଖିଲା କି, ତା କଥାରେ ଭଳି ଯାଇ ଶ୍ୱଶୂର ଘର ବି ଜାଲରେ ପଡ଼ି ଲକ୍ଷ ଲକ୍ଷ ଟଙ୍କା ତା ପଛରେ ଖର୍ଚ୍ଚ କଲେ। ଶେଷରେ ଏଭଳି ଧୂର୍ତ୍ତ ବର ଓ ତା ବାପାକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ମିଛ କହି ବିବାହ କରିବା ଶେଷରେ ମହଙ୍ଗା ପଡ଼ିଲା।

    ଘଟଣାଟି ମହାସମୁନ୍ଦରୁ ଆସିଛି। ଯୁବକ ଜଣକ ବେରୋଜଗାର ଥିଲା। କିନ୍ତୁ ଚାକିରୀ କରୁଥିବାର ମିଛ ନିଯୁକ୍ତି ପତ୍ର ଦେଖାଇ ପତ୍ନୀ ଓ ଶ୍ୱଶୁରାଳୟକୁ ଚକମା ଦେଇଥିଲା। କେବଳ ଏତିକି ନୁହେଁ, ସାଢେ ୧୦ ଲକ୍ଷରୁ ଅଧିକ ଟଙ୍କାର ଚୂନ ବି ଲଗାଇଥିଲା ଶ୍ୱଶୁରଘରକୁ। ଆଉ ଏହାକୁ ପରେ ଜାଣିପାରି ପତ୍ନୀ ଧୋକା ଖାଇଥିବାର ମାମଲା ରୁଜୁ କରିଥିଲେ ଥାନାରେ। ପୀଡିତା ଯୋଗିତା ସାବତ ଅଭିଯୋଗ କରିଥିଲେ କି, ଭାରତ ସାଓଙ୍କ ସହ ସେ ରୀତିନୀତି ସହ ବିବାହ କରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ଭାରତ ଓ ତାଙ୍କ ଶ୍ୱଶୁର ଘାସିରାମ ମିଛ କହି ତାଙ୍କ ଘରେ ବନ୍ଧୁ ବାନ୍ଧିଥିଲେ। ପୁଅ ସରକାରୀ ଚାକିରୀ କରୁଛି।

    ଜିଲ୍ଲା ସହକାରୀ ବ୍ୟାଙ୍କରେ ଆକାଉଣ୍ଟ ଅଫିସର ଅଛି ବୋଲି କହିଥିଲେ। ଆଉ ବିବାହ ପରେ ଭାରତ କାହିଁକି ଚାକିରୀକୁ ଯାଉନି ବୋଲି ଜାଣିବାକୁ ଚାହିଁବାରୁ କୁଆଡ଼େ ତାଙ୍କୁ ବ୍ୟାଙ୍କ ଚାକିରୀରୁ ବହିଷ୍କାର କରାଯାଇଛି ବୋଲି ମିଛ ସୂଚନା ଦେଇଥିଲେ। ଏହା ପରେ ପୁଣି ପୁଲିସ ବିଭାଗରେ ଡିଏସପି ଚାକିରୀ ପାଇଁ ଚୟନ ହୋଇଛନ୍ତି ବୋଲି ଆଉ ଏକ ମିଛ କହିଥିଲେ। ଏହାକୁ ନେଇ ଜାଲି ନିଯୁକ୍ତିପତ୍ର ଦେଖାଇ ପତ୍ନୀ ଓ ଶ୍ୱଶୁରଘରର ବିଶ୍ୱାସ ଜିତିଥିଲେ। ଟ୍ରେନିଂର ଦସ୍ତାବିଜ୍ ଦେଖାଇ ପତ୍ନୀଙ୍କ ବାପା ଓ ଭାଇଙ୍କଠୁ ୧୦ଲକ୍ଷ ୬୦ ହଜାର ଟଙ୍କା ନେଇଥିଲେ। ଆଉ ପତ୍ନୀ ଏ ସବୁ ମିଛ ବୋଲି ଜାଣିବା ପରେ ପୁଲିସରେ ଅଭିଯୋଗ କରିଥିଲେ। ତୁରନ୍ତ ପୁଲିସ ଭାରତ ଓ ତାଙ୍କ ବାପାଙ୍କୁ ଗିରଫ କରି ପଚରାଉଚୁରା ପରେ ସବୁ ସତ ଓଗାଳିଥିଲେ ଉଭୟ। ଉଭୟ ବାପ ପୁଅଙ୍କୁ ନ୍ୟାୟିକ ରିମାଣ୍ଡକୁ ପଠାଇ ଦିଆଯାଇଛି।

    • ପ୍ରଦୀପ ନାୟକଙ୍କ ରିପୋର୍ଟ
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାହୁଲ

    ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଲେ ରାହୁଲ। ୪ ଦିନର ମେଗା ରେସ୍କ୍ୟୁ ଅଭିଯାନର ସଫଳତା ପରେ ରାହୁଲ ବୋରୱେଲରୁ ଉଦ୍ଧାର ପାଇଥିଲେ ମଧ୍ୟ ବିଳାସପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଓ ଘରକୁ ଫେରିଛନ୍ତି। ରାହୁଲ ମୁହଁରେ ହସର ଝଲକରେ ସାରା ଦେଶ ବିଭୋର ହୋଇଛି।

    ଛତିଶଗଡର ରାହୁଲଙ୍କ ହସରେ ମତୁଆଲା  ସାରା ଭାରତ। ବୋରୱେଲ ଭିତରେ ୧୦ ବର୍ଷର ରାହୁଲ ସାହୁର ୧୧୦ ଘଣ୍ଟାରୁ ଅଧିକ ସମୟର ସଂଘର୍ଷ ପରେ ଉଦ୍ଧାର ସମ୍ଭବ ହୋଇଥିଲା। ଉଦ୍ଧାର ସମୟରେ ରାହୁଲଙ୍କ ସ୍ଥିତି ଗମ୍ଭୀର ଥିଲା। ତେଣୁ ତାଙ୍କୁ ସଙ୍ଗେସଙ୍ଗେ ବିଳାଶପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୯ ଦିନର ଚିକିତ୍ସା ପରେ ଏବେ ରାହୁଲ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଚଲାବୁଲା କରୁଛନ୍ତି। ହସ୍ପିଟାଲର ଏହି ରିପୋର୍ଟ ପରେ ଶନିବାର ହସ୍ପିଟାଲରୁ ଘରକୁ ଯାଇଛନ୍ତି ରାହୁଲ।

    ସେ ଘରକୁ ଯିବା ପାଇଁ ବିଲାଶପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିଲା ବ୍ୟାପକ ବ୍ୟବସ୍ଥା। ତାଙ୍କୁ ନେବାକୁ ଜିଲ୍ଲାପାଳଙ୍କ ସହ ଏସପି ମଧ୍ୟ ହସ୍ପିଟାଲରେ ପହଞ୍ଚିଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ଅଧିକାରୀମାନେ ରାହୁଲଙ୍କୁ ଦେଖି ଖୁସି ବ୍ୟକ୍ତ କରିବା ସହ ହସ୍ପିଟାଲ କତ୍ତୃପକ୍ଷଙ୍କ ପରିଶ୍ରମର କରିଛନ୍ତି ଭୁରି ଭୁରି ପ୍ରଶଂସା।  ରାହୁଲ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ବେଳେ ରାଜ୍ୟର ବହୁ ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ଭିଡ ଦେଖିବାକୁ ମିଳିଛି। ସମସ୍ତେ ରାହୁଲଙ୍କୁ ହାତ ହଲାଇ ଦେଇଛନ୍ତି ବିଦାୟ।

    ଛତିଶଗଡର ଜାଞ୍ଜଗିର-ଚାମ୍ପା ଜିଲ୍ଲାର ପିହରିଦ ଗାଁର ୧୦ ବର୍ଷର ରାହୁଲ ଜୁନ ୧୦ ତାରିଖ ମଧ୍ୟାହ୍ନରେ ନିଜ ଘର ପଛପଟେ ଖେଳୁ ଥିବା ବେଳେ ବାଡିପଟେ ଥିବା ବୋରୱେଲ ଭିତରେ ଖସି ପଡିଥିଲେ। ଏହି ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ। ଜିଲ୍ଲାପାଳ ଜିତେନ୍ଦ୍ର  ଶୁକ୍ଳାଙ୍କ ନେତୃତ୍ବରେ ଏନଡିଆରଏଫ, ଏସଡିଆରଏଫ ଟିମ ୮୦ ଫୁଟ ତଳେ ପଡିଥିବା ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ।

    କିନ୍ତୁ ସେହି ସ୍ଥାନଟି ପଥୁରିଆ ଅଞ୍ଚଳ ହୋଇଥିବାରୁ ଖନନ କାର୍ଯ୍ୟରେ ବିଳମ୍ବ ହୋଇଥିଲା। ପରେ ସେନା ଏହି କାର୍ଯ୍ୟରେ ସାମିଲ ହେବା ସହ ସାଉଥ ଇଷ୍ଟର୍ନ କୋଲଫିଲ୍ଡସ୍‌ ଲିମିଟେଡର ବିଶେଷଜ୍ଞମାନେ ମଧ୍ୟ ସାମିଲ ହୋଇଥିଲା। ୪ ଦିନ ଧରି ଅହର୍ନିଶି ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିଲା। ଉଦ୍ଧାର ପାଇଁ ବୋରୱେଲ ନିକଟରେ ସମାନ୍ତରାଳ ଭାବେ ଗର୍ତ୍ତ ଖୋଳା ଯାଇଥିଲା। ବହୁ ପରିଶ୍ରମ ପରେ ଜୁନ ୧୫ ତାରିଖ ରାତି ୧୧ଟା ୪୫ରେ ରାହୁଲଙ୍କୁ ଗର୍ତ୍ତରୁ ଉଦ୍ଧାର କରିବା ସମ୍ଭବ ହୋଇଥିଲା।

    ଉଦ୍ଧାର ପୂର୍ବରୁ ସେଠାରେ ଆମ୍ବୁଲାନ୍ସ ଓ ଡାକ୍ତରୀ ଦଳ ମହଜୁଦ ହୋଇ ରହିଥିଲେ।  ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ଅଣାଯାଇଥିଲା। ରାହୁଲଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ପାଇଥିଲେ, ତାଙ୍କ ଶରୀରରେ ହୋଇଥିବା କ୍ଷତରେ ଭୟଙ୍କର ବ୍ୟାକ୍ଟେରିଆ ଇନଫେକ୍ସନ। ରାହୁଲଙ୍କୁ ୪ ଦିନ ଲାଗି ୮୦ ଫୁଟ ତଳୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ଜୀବନକୁ ନେଇ ଉଠିଥିଲା ପ୍ରଶ୍ନବାଚୀ। କିନ୍ତୁ ହାରି ନ ଥିଲେ ଡାକ୍ତରୀ ଦଳ। ଦିନ ରାତି ରାହୁଲଙ୍କ ଚିକିତ୍ସା କରି ବଞ୍ଚାଇଥିଲେ ତାଙ୍କ ଜୀବନ। ରାହୁଲଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ଟିକନିକ ରିପୋର୍ଟ ଦେଉଥିଲେ ଡାକ୍ତରୀ ଦଳ।

    ଉଦ୍ଧାର କାର୍ଯ୍ୟର ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ହସ୍ପିଟାଲ ଖର୍ଚ୍ଚ, ରାହୁଲଙ୍କ ଶିକ୍ଷା, ଦିକ୍ଷା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ନେଇ କରିଥିଲେ ଘୋଷଣା। ରାହୁଲଙ୍କ ଉଦ୍ଧାରରେ ପରୋକ୍ଷରେ ସାମିଲ ହୋଇଥିଲା ସାରା ଦେଶ।

Back to top button