china

  • ଭାରତ ଉପରେ ନଜର ରଖିଛି ଚୀନ ଡ୍ରୋନ

    ନୂଆଦିଲ୍ଲୀ: ତୱାଙ୍ଗ ସୀମାରେ ଭାରତ-ଚାଇନା  ସେନା ସଂଘର୍ଷ ପରେ ଉପଗ୍ରହ ମାଧ୍ୟମରେ ଆଶ୍ଚର୍ଯ୍ୟଜନକ ଚିତ୍ର ସବୁ ଆସିଛି। ଭାରତ ବିରୋଧରେ ସୀମାରେ ଚୀନ ସେନା ପିଏଲଏର ବ୍ୟାପକ ପ୍ରସ୍ତୁତି ଚିତ୍ର ଉପଗ୍ରହରୁ ହାସଲ ହୋଇଛି। ତୱାଙ୍ଗ ସୀମାରେ ଚାଇନା ସେନା ଅସ୍ତ୍ରସସ୍ତ୍ର ଠୁଳ କରିବା, ଡ୍ରୋନ୍‌, ଫାଇଟର ଜେଟ୍‌ ମୁତୟନ କରିବାର ଦୃଶ୍ୟ ଉପଗ୍ରହରେ କଏଦ ହୋଇଛି।  ଏହି ଫାଇଟର ଜେଟ୍‌ ଗୁଡ଼ିକୁ ଚାଇନା ତିବ୍ଦତ ଏୟାର ବେସ୍‌ରେ ଠୁଳ କରିଛି।

    କେବଳ ଚୀନ ନୁହେଁ ଭାରତୀୟ ସେନା ପକ୍ଷରୁ ମଧ୍ୟ ସୀମାରେ ଘନଘନ ଏୟାର ପାଟ୍ରୋଲିଂ ହେଉଛି। ଡିସେମ୍ବର ୯ ତାରିଖରେ ତୱାଙ୍ଗରେ ଚୀନ ସେନା ସୀମା ଭିତରକୁ ପସିବାକୁ ଅପଚେଷ୍ଟା କରିବା ପରଠାରୁ ଭାରତୀୟ ସେନା ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ଶତ୍ରୁ ରାଷ୍ଟ୍ରର ସାମରିକ ଉଡ଼ାଣ ଉପରେ ଟିକନିକ୍ ନିଘା ରଖିଛି ସେନା।  ଅରୁଣାଚଳ ପ୍ରଦେଶର ସୀମାରୁ ୧୫୦ କିଲୋମିଟର ଉତ୍ତର-ପୂର୍ବର ଚାଇନାର ବାଙ୍ଗଡା ଏୟାରବେସର ଚିତ୍ର ସାଟେଲାଇଟ୍‌ରେ  କଏଦ ହୋଇଛି।

    ଏହି ବେସ୍‌ରେ ଚାଇନା ତାର ଅତ୍ୟାଧୁନିକ WZ-7 ‘ସୋରିଙ୍ଗ ଡ୍ରାଗନ୍‘ ଡ୍ରୋନ୍‌ ଉଡାଉଛି। ୨୦୨୧ ମସିହାରେ ପ୍ରଥମ ଥର ପାଇଁ ଏହି ଡ୍ରୋନ୍‌ ଉନ୍ମୋଚିତ ହୋଇଥିଲା। ଏହି  ଡ୍ରୋନ୍‌ ୧୦ ଘଣ୍ଟା ପର୍ଯ୍ୟନ୍ତ ଉଡିପାରିବାର କ୍ଷମତା ରଖିଛି। ଭାରତର ଗୁଇନ୍ଦାଗିରି କରିବାକୁ ଚୀନ ଏହି ଡ୍ରୋନ ମୁତୟନ କରି ସୀମାରେ ଭାରତର ପ୍ରତି ପଦକ୍ଷେପ ଉପରେ ରଖୁଛି ନଜର। ସେପଟେ ଆସାମ, ମିସାମାରି, ଜୋରହାଟ, ତେଜପୁର,  ହାସିମାରା ପଶ୍ଚିମ ବଙ୍ଗ, ଏବଂ ବାଗଡୋଗ୍ରା ସମେତ ଅନ୍ୟ ପ୍ରମୁଖ ସୀମାବର୍ତ୍ତୀ ଏୟାରବେସ୍‌କୁ ଆଲର୍ଟ କରାଯାଇଛି।   

  • ଚୀନ: ଭୂକମ୍ପରେ ୪୬ ମୃତ୍ୟୁ

    ନୂଆଦିଲ୍ଲୀ: ଚୀନର ସିଚୁଆନରେ ସୋମବାର ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ଦୋହଲି ଯାଇଛି ସହର। ଏହି ଭୂମିକମ୍ପରେ ୪୬ ଲୋକଙ୍କ ମୃତ୍ୟୁ ନେଇ ସୂଚନା ଥିବା ବେଳେ ୫୦୦୦୦ରୁ ଅଧିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଭୂକମ୍ପରେ ବହୁ ମାତ୍ରାରେ ଆର୍ଥିକ କ୍ଷୟକ୍ଷତି ହୋଇଛି। ଏହି ଭୂମିକମ୍ପର କେନ୍ଦ୍ର ସିଚୁଆନର ଲୁଡିଙ୍ଗ ଥିଲା।

    ସୋମବାର ରାତିରେ ସିଚୁଆନର ଜରୁରୀକାଳୀନ ପ୍ରବନ୍ଧନ ବିଭାଗର ଡେପୁଟି ଡାଇରେକ୍ଟର ବାଙ୍ଗ ଫେଙ୍ଗ କହିଛନ୍ତି କି, ୧୬ ଲୋକଙ୍କ ପତ୍ତା ମିଳୁନଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲୋକଙ୍କ ଉଦ୍ଧାର ପାଇଁ ୬୫୦୦ରୁ ଅଧିକ ଉତ୍ତାରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବିଲ୍ଡିଂର ଭଗ୍ନାଂଶରୁ ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଉଛି। ଏହି ଭୂମିକମ୍ପରେ କିଛି ସ୍ଥାନରେ ଜମି ଧସିଯିବାରୁ କେତେକ ସ୍ଥାନରେ ସଡକ ଓ ଆଖପାଖ ଘର କ୍ଷତିଗ୍ରସ୍ତ ହୋଇଛି।

    ଚୀନର ସରକାରୀ ସମାଚାର ଏଜେନ୍ସି ସିନ୍ହୁଆ ଅନୁଯାୟୀ ୪୬ ମୃତକଙ୍କ ମଧ୍ୟରୁ ୨୯ଙ୍କୁ ତିବ୍ଦତାନ  ସ୍ବାୟତ୍ତ ଅଞ୍ଚଳରୁ ଥିବା  ବେଳେ ୧୭ ଜଣ ୟାନ ସହରରୁ ରହିଛନ୍ତି। ଏପର୍ଯ୍ୟନ୍ତ ଗାର୍ଜେ ଓ ୟାନରୁ ୫୦୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଗଲାଣି। ଚାଇନା ଅର୍ଥକ୍ବେକ ନେଟୱର୍କସ୍ ସେଣ୍ଟର ମୁତାବକ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୮ ଥିଲା। ଭୂକମ୍ପ ବେଜିଂର ସମୟ ଅନୁଯାୟୀ ସୋମବାର ମଧ୍ୟାହ୍ନ ୧୨.୫୨ରେ ଅନୁଭୂତ ହୋଇଥିଲା।

  • ଚୀନ କରୁଛି ମନମାନୀ…

    ଯେତେ ଯାହା ହେଲେ ବି ଚୀନ ତାର ମନମାନୀ ଛାଡୁ ନାହିଁ । ଦୀର୍ଘ ଦିନ ହେବ ଭାରତ ଚୀନ ମଧ୍ୟ୍ୟରେ ଆଲୋଚନା ପାଇଁ ବୈଠକ ଉପରେ ବୈଠକ ବସୁଥିଲେ ବି ଚୀନ ତାର ବିସ୍ତାରବାଦ ନୀତି ଛାଡୁନାହିଁ । ଏଲଏସି ରେ ଚୀନ ନୁଆ ହାଇୱେ ବନାଇବା ପାଇଁ ଚାହୁଁଛି । ମିଳିଥିବା ସୁଚନା ଅନୁଯାୟୀ ତିବତ୍ତର ଲୁଂଜଠାରୁ ସିଂଙ୍ଗଜିଆ କ୍ଷେତ୍ରଯାଏଁ ଦୀର୍ଘତମ ହାଇୱେ ବନାଇବାକୁ ଯୋଜନା କରୁଛି ଚୀନ । ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଲୁଞ୍ଜ କାଉଣ୍ଟି ଅରୁଣାଚଳ ପ୍ରଦେଶର ଏକଂ ଅଂଶ ଯାହାକୁ ଚୀନ ଦକ୍ଷିଣ ତିବ୍ବତର ଏକ ଅଂଶ ବୋଲି କହିଛି । ଜି ୬୬୫ ନାମରେ ଜଣାଶୁଣା ଏହି ରାଜପଥ ଗତ ସପ୍ତାହରେ ପ୍ରକାଶିତ ଯୋଜନା ଅନୁଯାୟୀ କାଉଣ୍ଟିଂ ଦେଇ ଯିବ ବୋଲି ଆଶା କରାଯାଉଛି ।

    ଏହା ପ୍ରକୃତ ନିୟନ୍ତ୍ରଣ ରେଖା ( ଖଇଉ) ର ଠିକ ଉତ୍ତରରେ ଅବସ୍ଥିତ । ତେବେ ଚୀନର ଏହି ବିସ୍ତାରବାଦୀ ନୀତିକୁ ନେଇ ଭାରତୀୟ ସେନା କହିଥିଲା । ଏଲଏସି ନିକଟରେ ବଡ ପରିମାଣରେ ଚୀନ ନିଜର ଇନଫ୍ରାଷ୍ଟକଚର ବୃଦ୍ଧି କରୁଛି । ଚୀନ ସୀମା ନିକଟରେ ସଡକ , ରେଳ ଏବଂ ଏୟାର କନେକଟିଭିଟି ବଡାଉଛି । ଏହା ଦ୍ବାରା ପିଏଲଏର କ୍ଷମତା ବଢିବ । ତେଣୁ ସ୍ଥିତି ମୁକାବିଲା କରିବା ପାଇଁ ଆମେ ବି କ୍ଷମତା ଏବଂ ମେକାନିଜମର ବିକାଶ କରୁଛୁ । ତେବେ କୁହାଯାଉଛି କି ଚୀନ ଏଲଏସି ନିକଟରେ ହାଇୱେ ନିର୍ମାଣ କରି ଭାରତକୁ ଘେରିବାର ପ୍ଲାନ ବନାଇଛି ।

    • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ
Back to top button