ଭୁବନେଶ୍ୱର: ଆସନ୍ତା ୧୭/୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାଳମାନ ସାଗରରେ ଘୂର୍ଣ୍ଣିବଳୟ ଘୂର୍ଣ୍ଣବଳୟ ସୃଷ୍ଟି ସମ୍ଭାବନା ରହିଛି। ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହେବ। ୨୦ରେ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । କାଳକ୍ରମେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
climate change
-
ଅବପାତ ରୂପ ନେଇପାରେ ଘୂର୍ଣ୍ଣିବଳୟ
-
ଆଜିଠୁ ଉପକୂଳରେ ବଢ଼ିବ ବର୍ଷା
ଭୁବନେଶ୍ୱର: ପୁଣି ବଢ଼ିବ ବର୍ଷାର ପରିମାଣ। ଆଜିଠୁ ଉପକୂଳରେ ବଢ଼ିବ ବର୍ଷାର ପ୍ରଭାବ। ଏହା ସହ ବର୍ଷାର ବିସ୍ତୁତି ମଧ୍ୟ ବଢ଼ିବ। ତେବେ ଦକ୍ଷିଣ ଉପକୂଳରେ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ଜାରିହୋଇଛି ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ଚେତାବନୀ। ସମ୍ପୂର୍ଣ୍ଣ ଉପକୂଳ ଓଡିଶା ଓ ସଂଲଗ୍ନ ଅଞ୍ଚୠରେ ରେ ରହିବ ବିଜୁଳି ଘଡଘଡି ସହ ବର୍ଷା ହେବ। ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅନ୍ୟପଟେ ଆସନ୍ତା ୧୭ ତାରିଖରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ପୁଣି ୧୭ ତାରିଖରୁ ବର୍ଷାର ପରିମାଣ ବଢିବ। ରାଜ୍ୟରେ ଆଜି ବର୍ଷା ପରେ ୧୦ରୁ ସ୍ବଳ୍ପ ପରିମାଣରେ ମୌସୁମୀ ଜନିତ ବର୍ଷା ହେବ। ଘୂର୍ଣ୍ଣିବଳୟ ପ୍ରଭାବରେ୧୨ ତାରିଖ ପର୍ଯ୍ୟନ୍ତ ସ୍ବଳ୍ପ ବର୍ଷା ହେବ। ଅପରପକ୍ଷେ ଆଭ୍ୟନ୍ତର ଦକ୍ଷିଣ ଓଡିଶାରେ ଆସନ୍ତାକାଲି ବର୍ଷାର ସମ୍ଭାବନା ନାହିଁ। ସେହିଭଳି ଆଭ୍ୟନ୍ତରୀଣ ଉତ୍ତରରେ ୧୧ତାରିଖ ପର୍ଯ୍ୟନ୍ତ ବର୍ଷା ହୋଇପାରେ।
-
ଅବପାତର ରୂପ ନେଲା ଲଘୁଚାପ
ଭୁବନେଶ୍ୱର: ଅବପାତର ରୂପ ନେଇଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ। ଦକ୍ଷିଣ ଓଡ଼ିଶା ଏବଂ ପାଶ୍ୱବର୍ତୀ ଅଞ୍ଚଳରେ ସ୍ପଟ ଚିହ୍ନିତ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଅବପାତ ଏବେ ଉତ୍ତରପଶ୍ଚିମ ଗୋପାଳପୁରଠାରୁ ୨୦ କିଲୋମିଟର ଦୂରରେ ରହିଛି। ଏହାରି ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ। ଏନେଇ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୧୨ ଓ ୧୩ ତାରିଖରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି । ଅନ୍ୟପଟେ ଆସନ୍ତା ୧୬ ତାରିଖରୁ ୨୦ ତାରିଖ ଭିତରେ ଆଉ ଏକ ଲଘୁଚାପ ଆସିପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସମସ୍ତ ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛ।